Thursday, April 30, 2026 09:35 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ସ୍କୁଲ୍, କଲେଜ ଅଗଷ୍ଟ ୩୧ ଯାଏ ବନ୍ଦ

by Our Correspondent
30 Jun, 2020- 09:28 PM
in Latest News, News
1 min read
0
ସ୍କୁଲ୍, କଲେଜ ଅଗଷ୍ଟ ୩୧ ଯାଏ ବନ୍ଦ

ଜୁଲାଇ ମାସର ଗାଇଡଲାଇନ ଘୋଷଣା

ଭୁୁବନେଶ୍ୱର: କରୋନା ପାଇଁ ଅଗଷ୍ଟ ମାସରେ ବି ଖୋଲିବ ନାହିଁ ଶିକ୍ଷାନୁଷ୍ଠାନ । ରାଜ୍ୟର ସବୁ ସ୍କୁଲ, କଲେଜ, କୋଚିଂ ସେଣ୍ଟରକୁ ଅଗଷ୍ଟ ୩୧ ଯାଏଁ ବନ୍ଦ ଘୋଷଣା କରିଛନ୍ତି ରାଜ୍ୟ ସରକାର । ପୂର୍ବରୁ ଜୁଲାଇ ୩୧ ପର୍ଯ୍ୟନ୍ତ ଏଗୁଡ଼ିକୁ ବନ୍ଦ ରଖାଯାଇଥିଲା । ତେବେ ସ୍କୁଲ, କଲେଜରେ ଶିକ୍ଷାଦାନ ବନ୍ଦ ରହିଲେ ମଧ୍ୟ ଅଫିସ୍ ଖୋଲା ରହିବ । ପରୀକ୍ଷା ଓ ମୂଲ୍ୟାୟନ କାର୍ଯ୍ୟ ଅନୁମତି ନେଇ କରାଯାଇପାରିବ ।
ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ଜୁଲାଇ ମାସ ପାଇଁ କରୋନା ଗାଇଡଲାଇନ୍ ଜାରି କରାଯାଇଛି । ମୁଖ୍ୟ ଶାସନ ସଚିବ ଅସିତ୍ କୁମାର ତ୍ରିପାଠୀ ସାମ୍ବାଦିକ ସମ୍ମିଳନୀରେ କଟକଣା ଘୋଷଣା କରିଛନ୍ତି । ଏଥିରେ ଜୁନ୍ ମାସର କଟକଣା ବଳବତ୍ତର ରହିଛି । କେବଳ ରାତ୍ରିକାଳୀନ କର୍ଫ୍ୟୁରେ ଦୁଇ ଘଣ୍ଟା କୋହଳ କରାଯାଇଛି । ସାରା ରାଜ୍ୟରେ ସଂଧ୍ୟା ୭ଟା ପରିବର୍ତ୍ତେ ରାତି ୯ଟାରୁ ସକାଳ ୫ଟା ପର୍ଯ୍ୟନ୍ତ କର୍ଫ୍ୟୁ ରହିବ । ପୂର୍ବଭଳି ଜରୁରୀସେବା ପ୍ରଦାନକାରୀ କର୍ମଚାରୀ, ଶିଳ୍ପସଂସ୍ଥାରେ କାର୍ଯ୍ୟରତ କର୍ମଚାରୀ, ଗଣମାଧ୍ୟମ କର୍ମଚାରୀ କଟକଣାମୁକ୍ତ ରହିବେ । ପେଟ୍ରୋଲ୍ ପମ୍ପ ଖୋଲା ରହିବ ।
୫୦ ରୁ ଅଧିକ ଆକ୍ଟିଭ୍ କରୋନା ଆକ୍ରାନ୍ତ ଥିବା ୧୦ ଟି ଜିଲ୍ଲା ଗଞ୍ଜାମ, ଗଜପତି, ଖୋର୍ଦ୍ଧା, କଟକ, ଯାଜପୁର, ଜଗତସିଂହପୁର, ବାଲେଶ୍ୱର, ମୟୁରଭଂଜ, କେନ୍ଦୁଝର, ଝାରସୁଗୁଡ଼ା ଜିଲ୍ଲାରେ ସପ୍ତାହର ଶନି ଓ ରବିବାର ସଟ୍ ଡାଉନ୍ ଜାରି ରହିବ । ସ୍ଥାନୀୟ ପ୍ରଶାସନ ଚାହିଁଲେ ଆନ୍ତଃରାଜ୍ୟ ଗାଡ଼ି ଚଳାଚଳକୁ ଅନୁମତି ଦେଇପାରିବେ ।
ଜୁଲାଇ ମାସ ପାଇଁ ବଳବତ୍ତର କଟକଣା
– ରାତି ୯ଟାରୁ ସକାଳ ୫ଟା କର୍ଫ୍ୟୁ
– ଧର୍ମୀୟ ଅନୁଷ୍ଠାନ ସାଧାରଣ ଲୋକଙ୍କ ପାଇଁ ମନା
– ସାମାଜିକ, ରାଜନୈତିକ, କ୍ରୀଡ଼ା, ମନୋରଂଜନ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ବନ୍ଦ
– ଅନ୍ତର୍ଜାତୀୟ ବିମାନ ସେବା ବନ୍ଦ
– ସିନେମା, ଥିଏଟର ବନ୍ଦ
ରେଷ୍ଟୁରାଣ୍ଟ ଖୋଲିବାକୁ ପୂର୍ବ ଅନୁମତି ଜାରି ରହିଛି । ତେବେ ସେଠାରେ ଲୋକ ଖାଇପାରିବେ ନାହିଁ । ଘରକୁ ପାର୍ସଲ୍ ରେ ଖାଦ୍ୟ ନେଇପାରିବେ । ବିିବାହ ଓ ଶୁଦ୍ଧିକ୍ରିୟା ପାଇଁ ମଧ୍ୟ ପୂର୍ବ କଟକଣା ବଳବତ୍ତର ରହିଛି । ସ୍ଥାନୀୟ ପ୍ରଶାସନର ଅନୁମତିକ୍ରମେ ବିବାହ ପାଇଁ ସର୍ବାଧିକ ୫୦ ଓ ଶୁଦ୍ଧିକ୍ରିୟା ପାଇଁ ସର୍ବାଧିକ ୨୦ ଜଣ ବ୍ୟକ୍ତି ଯୋଗ ଦେଇପାରିବେ । ସପିଂ ମଲ୍ ଖୋଲିବ ନା ନାହିଁ ତାହା ସ୍ଥାନୀୟ ପ୍ରଶାସନ ନିଷ୍ପତ୍ତି ନେବେ ।
ଦେଶର କରୋନା ହଟସ୍ପଟ୍ ରାଜ୍ୟଗୁଡ଼ିକରୁ ଯେଭଳି ସୀମିତ ସଂଖ୍ୟକ ବିମାନ ଓ ରେଳ ଓଡ଼ିଶାକୁ ଆସିବ ସେଥିପ୍ରତି ଗୁରୁତ୍ୱ ଦିଆଯାଇଛି । ସଂପୃକ୍ତ ରାଜ୍ୟ ସରକାରମାନଙ୍କୁ ଏଥିପାଇଁ ଅନୁରୋଧ କରାଯାଇଥିବା ମୁଖ୍ୟ ଶାସନ ସଚିବ କହିଛନ୍ତି ।
କରୋନା ସଂକ୍ରମଣ ଦୃଷ୍ଟିରୁ ଜୁଲାଇ ମାସ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ମାସ୍କ ପିନ୍ଧିବା, ସାମାଜିକ ଦୂରତା ପାଳନ କରିବା ଆଦି କୋଭିଡ୍ କଟକଣା ପାଳନକୁ ଆହୁରି କଡ଼ାକଡ଼ି କରାଯିବ ଏବଂ ଧରପଗଡ଼କୁ ଜୋରଦାର କରାଯିବ । ନିୟମ ଉଲ୍ଲଂଘନକାରୀଙ୍କ ପ୍ରତି ଜିରୋ ଟଲେରାନ୍ସ ନୀତି ଗ୍ରହଣ କରାଯିବ ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ ।
୫୦% କର୍ମଚାରୀରେ ଚାଲିବ ଅଫିସ୍
ରାଜ୍ୟରେ କରୋନା ସଂକ୍ରମଣ ବଢ଼ି ଚାଲିଥିବାରୁ ସରକାରୀ କାର୍ଯ୍ୟାଳୟ ଉପରେ କଟକଣା ଲଗାଯାଇଛି । ଜୁଲାଇ ମାସରେ ୫୦% କର୍ମଚାରୀ(ଗ୍ରୁପ୍-ଏ ଅଫିସରଙ୍କ ସମେତ)ଙ୍କୁ ନେଇ ସବୁ ଅଫିସ୍ ଚାଲିବ । କେଉଁ କର୍ମଚାରୀ ଆସିବେ, ତାହା ସଂପୃକ୍ତ ବିଭାଗ ସ୍ଥିର କରିବେ । ଯେଉଁମାନେ ଅଫିସ୍ ଆସିବେନି ଘରେ ରହି କାମ କରିବେ । ଆବଶ୍ୟକ ପଡ଼ିଲା ମାତ୍ରେ ସେମାନଙ୍କୁ ଅଫିସ୍ ରେ ହାଜର ହେବାକୁ ପଡ଼ିବ । ଘରେ ରହୁଥିବା କର୍ମଚାରୀମାନେ ବାହାରକୁ ନ ଯିବା ପାଇଁ ନିଦେ୍ର୍ଦଶ ଦିଆଯାଇଛି ।
Previous Post

୮୦ କୋଟି ଲୋକଙ୍କୁ ନଭେମ୍ବର ଯାଏ ମାଗଣା ରାସନ

Next Post

ଟିକ୍ ଟକ୍ ଭାଇରସ୍ ର ପୀଡା

Next Post
ଟିକ୍ ଟକ୍ ଭାଇରସ୍ ର ପୀଡା

ଟିକ୍ ଟକ୍ ଭାଇରସ୍ ର ପୀଡା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA