Sunday, August 9, 2026 08:13 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଟିକ୍ ଟକ୍ ଭାଇରସ୍ ର ପୀଡା

by Our Correspondent
30 Jun, 2020- 09:54 PM
in Entertainment, Latest News, National, News
1 min read
0
ଟିକ୍ ଟକ୍ ଭାଇରସ୍ ର ପୀଡା
ଟିକ୍ ଟକ୍ ଭାଇରସ୍ ଠାରୁ ସାମାଜିକ ଦୂରତା ବଜାୟ ରହୁ !
ଭୁବନେଶ୍ୱର: ଟିକ୍ ଟକ୍ କୁ ନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା । ବିଶେଷ କରି ବ୍ୟବହାରକାରୀ ଯୁବଗୋଷ୍ଠୀଙ୍କ ମଧ୍ୟରୁ ଅନେକଙ୍କ ମନ ଦୁଃଖ । ସେମାନେ କେବେ ବି ଭାବି ନଥିଲେ ଯେ, ସୀମାନ୍ତରେ ଭାରତ-ଚୀନ୍ ଟେନସନ୍ ପାଇଁ ସେମାନଙ୍କ ହାତରୁ ଖସିଯିବ, ସେମାନଙ୍କ ଫେଭରିଟ୍ ଆପ୍ଲିକେସନ୍ । କିନ୍ତୁ ପରିସ୍ଥିତି ଗମ୍ଭୀର । ଯେଉଁଥି ପାଇଁ କେନ୍ଦ୍ର ସରକାର, ଏଭଳି ପଦକ୍ଷେପ ନେଇଛନ୍ତି । ଯାହା ଟିକ୍ ଟକ୍ ପ୍ରେମୀଙ୍କୁ ବୁଝିବାକୁ ପଡ଼ିବ ।
ବେଜିଂ ସ୍ଥିତ, ଭିଡିଓ ସେୟାରିଂ ସୋସିଆଲ୍ ନେଟୱର୍କିଂ ସାଇଟ୍, ‘ବାଇଟ୍ ଡ୍ୟାନ୍ସ’ର ମନୋରଞ୍ଜନଧର୍ମୀ ଆପ୍ଲିକେସନ୍, ଟିକ୍ ଟକ୍ । ଖୁବ୍ କମ୍ ସମୟ ମଧ୍ୟରେ ସାରା ବିଶ୍ୱରେ ବେଶ୍ ଆଦୃତ ହୋଇପାରିଛି । ୨୦୧୯ ଜୁନ୍ ଶେଷ ସୁଦ୍ଧା ଆମ ଦେଶରେ ପ୍ରତି ମାସରେ ୧୨୦ ନିୟୂତ ଲୋକ ଟିକ୍ ଟକ୍ ବ୍ୟବହାର କରୁଥିଲେ । ବ୍ୟବହାରକାରୀଙ୍କ ମଧ୍ୟରେ କେବଳ ଯେ କିଛି ଷ୍ଟାର୍ ଥିଲେ ତା ନୁହେଁ, ଗାଁ-ଗହଳିରୁ ବି କିଛି କମ୍ ନଥିଲେ ।
ଦିନ ଥିଲା, ଗାଁ ଦାଣ୍ଡରେ ଭିଡିଓ ଚାଲୁଥିବା ବେଳେ ରାସ୍ତା ଜାମ୍ ହୋଇ ଯାଉଥିଲା । ପ୍ରିୟ ତାରକାଙ୍କ ଅଭିନୀତ ଫିଲ୍ମ ଦେଖିବାକୁ ଯୁବ ଗୋଷ୍ଠୀଙ୍କର ଗହଳି ହେଉଥିଲା । ଫିଲ୍ମ ଦେଖି ସାରିବା ପରେ ଅନେକ, ସେମାନଙ୍କ ଅଭିନୟକୁ କପି କରୁଥିଲେ । କିନ୍ତୁ ଟିକ୍ ଟକ୍ ସମସ୍ତଙ୍କୁ ବନାଇ ଦେଲା ଷ୍ଟାର୍ । ଚେହେରା ସୁନ୍ଦର ଥାଉ ବା ନଥାଉ, ପୁଣି ଅଭିନୟ ଚାତୁରୀ ନଥିଲେ ବି ମାଧୁରୀ ଦୀକ୍ଷିତ୍ ଏବଂ ଗୋବିନ୍ଦାଙ୍କ ଡ୍ୟାନ୍ସରେ ସମସ୍ତେ ନାଚିଲେ । ଆଉ ସୋସିଆଲ୍ ସାଇଟରେ ଶେୟାର ପରେ ମିଳୁଥିଲା ଅନେକ ପ୍ରତିକ୍ରିୟା । ଯାହା ବ୍ୟବହାରକାରୀଙ୍କୁ ଅନେକ ଖୁସି ଦେଉଥିଲା ।
କିନ୍ତୁ ଏହି ଟିକ୍ ଟକ୍ ବି ଅନେକ ଅଘଟଣ ଘଟାଇଛି । ନଦୀ ମଝିରେ, ପୋଲ ଉପରେ, ରାସ୍ତାରେ ବାଇକ୍ ଚଳାଇଲା ବେଳେ… ଏପରିକି ଚଳନ୍ତା ଟ୍ରେନରେ ଟିକ୍ ଟକ୍ କରି ଅନେକ ଜୀବନ ହରାଇଛନ୍ତି । ଆଉ… ଏବେ ସୀମାନ୍ତରେ ଚୀନ୍ ସହ ଯୁଦ୍ଧ ଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଯୁଦ୍ଧକାଳୀନ ଭିତ୍ତିରେ ସରକାର ନେଇଛନ୍ତି ପଦକ୍ଷେପ । ଟିକ୍ ଟକ୍ ସମେତ ଚୀନର ୫୯ ଟି ଆପ୍ କୁ ଦେଶରେ କରିଛନ୍ତି ନିଷିଦ୍ଧ ।
ବିଭିନ୍ନ ମୋବାଇଲ୍ ଆପ୍ଲିକେସନ୍ ଜରିଆରେ ଦେଶ ଭିତରର ଅନେକ ତଥ୍ୟ ବାହାରକୁ ଚାଲି ଯାଉଛି । ପୁଣି, ଏସବୁ ଆପ୍ଲିକେସନ୍ ଦ୍ୱାରା ଆମର ଶତ୍ରୁ ରାଷ୍ଟ୍ର ଆର୍ଥିକ ଦୃଷ୍ଟିରୁ ସଶକ୍ତ ହେଉଛି । ତେଣୁ ଅସ୍ତ୍ରଶସ୍ତ୍ର ଓ ଶାରିରୀକ ଦକ୍ଷତା ଦ୍ୱାରା ସମ୍ମୁଖ ଯୁଦ୍ଧରେ ଶତ୍ରୁ ବିପକ୍ଷରେ ଲଢ଼ିବା ସହ, ତାକୁ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବେ ଆର୍ଥିକ ସ୍ତରରେ ଦୁର୍ବଳ କରିବାର ଆବଶ୍ୟକତା ମଧ୍ୟ ରହିଛି । ତେଣୁ କେନ୍ଦ୍ର ସରକାରଙ୍କ ପଦକ୍ଷେପ ସ୍ୱାଗତଯୋଗ୍ୟ । ତେବେ ବ୍ୟାନ୍ ହୋଇଥିବା ଆପ୍ ଗୁଡ଼ିକ ମଧ୍ୟରେ ଅନେକ ବ୍ୟବହାର ଉପଯୋଗୀ ଥିବା ବେଳେ କେବଳ ମନୋରଞ୍ଜନଧର୍ମୀ ଟିକ୍ ଟକ୍ କୁ ନେଇ କିଛି ନିର୍ଦ୍ଦିଷ୍ଟ ବ୍ୟବାହାରକାରୀ ଅସନ୍ତୁଷ୍ଟ ହେବା ନିହାତି ବିଡ଼ମ୍ବନାର ବିଷୟ ।
୨୦୧୮ ଜୁଲାଇ ମାସରେ ଇଣ୍ଡୋନେସିଆରେ ପ୍ରଥମେ ବ୍ୟାନ୍ ହୋଇଥିଲା ଟିକ୍ ଟକ୍ । ଟିକ୍ ଟକ୍, ଅଶ୍ଳୀଳତାକୁ ପ୍ରୋତ୍ସାହନ ଦେଉଛି ଏବଂ ଯୁବବର୍ଗଙ୍କ ମାନସିକ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଉଥିବା ଅଭିଯୋଗ ଆଧାରରେ ଇଣ୍ଡୋନେସିଆ ସରକାର ତାହା ବ୍ୟାନ୍ କରିଥିଲେ । କିନ୍ତୁ ତାହା ମାତ୍ର ୮ ଦିନ ପାଇଁ ଥିଲା । ଠିକ୍ ସେହି ସମାନ କାରଣ ଦୃଷ୍ଟିରୁ ମାଡ୍ରାସ୍ ହାଇକୋର୍ଟ ମଧ୍ୟ ଗତବର୍ଷ ଏପ୍ରିଲ ୩ ତାରିଖରେ ଟିକ୍ ଟକ୍ କୁ ନିଷିଦ୍ଧ କରିଥିଲେ । ଏକ ଜନସ୍ୱାର୍ଥ ମାମଲାର ଶୁଣାଣି କରି ହାଇକୋର୍ଟ ଏହି ରାୟ ଦେଇଥିଲେ । କିନ୍ତୁ ସେହି ମାସ ୨୪ ତାରିଖରେ ବ୍ୟାନ୍ ଉଠାଇ ଦିଆ ଯାଇଥିଲା ।
ଜାତୀୟ ସ୍ୱାର୍ଥକୁ ଗୁରୁତ୍ୱ ଦେଇ କେନ୍ଦ୍ର ସରକାର ୫୯ ଟି ଚାଇନା ଆପ୍ଲିକେସନ୍ କୁ ବ୍ୟାନ୍ କରିଛନ୍ତି । ତେବେ ସରକାରଙ୍କ ନିଷ୍ପତ୍ତିକୁ ଆଶ୍ଚର୍ଯ୍ୟଜନକ ଶୈଳୀରେ ଦୁଃଖଦ ଘଟଣା କହିବା ସହ ସମର୍ଥନ କରିଛନ୍ତି ସାମ୍ବାଦିକା ଚାରୁଲ୍ ମଲ୍ଲିକ ଏବଂ ମଡେଲ୍ ତଥା ଅଭିନେତା ଅର୍ପିତ ରାଙ୍କା । ଟିକ୍ ଟକ୍ ମାଧ୍ୟମରେ ହିଁ ଏମାନେ ଟିକ୍ ଟକ୍ ନିଷିଦ୍ଧ ନିଷ୍ପତ୍ତିକୁ ଦୁଃଖଦ ଖବର ବୋଲି କହି ସରକାରଙ୍କ ନିଷ୍ପତ୍ତିକୁ ସମର୍ଥନ କରିଛନ୍ତି ।
କରୋନା ଭୂତାଣୁ ଭଳି ଟିକ୍ ଟକ୍ ମଧ୍ୟ ସାରା ବିଶ୍ୱକୁ କବଳିତ କରିଛି । କିନ୍ତୁ ସୀମାନ୍ତ ଟେନସନ୍ ପାଇଁ ଭାରତ ସରକାର, 59ଟି ଚାଇନା ଆପ୍ ଠାରୁ ସାମାଜିକ ଦୂରତା ରକ୍ଷା କରିଛନ୍ତି । ତେବେ ପରବର୍ତ୍ତୀ ମୁହୁର୍ତ୍ତରେ କେବେ ବି ଯେମିତି ଏହି ଟିକ୍ ଟକ୍ ଭାଇରସ୍, ଦେଶରେ ପୁନଃପ୍ରବେଶ ନକରେ, ସେଥିପ୍ରତି ଦୃଷ୍ଟି ଦେବାର ଆବଶ୍ୟକତା ରହିଛି ।
Previous Post

ସ୍କୁଲ୍, କଲେଜ ଅଗଷ୍ଟ ୩୧ ଯାଏ ବନ୍ଦ

Next Post

କାଲି ବାହୁଡ଼ିବେ ମହାପ୍ରଭୁ; ରଥଯାତ୍ରା ଭଳି ଶୃଙ୍ଖଳିତ କରିବାକୁ ବ୍ୟାପକ ପ୍ରସ୍ତୁତି

Next Post
କାଲି ବାହୁଡ଼ିବେ ମହାପ୍ରଭୁ; ରଥଯାତ୍ରା ଭଳି ଶୃଙ୍ଖଳିତ କରିବାକୁ ବ୍ୟାପକ ପ୍ରସ୍ତୁତି

କାଲି ବାହୁଡ଼ିବେ ମହାପ୍ରଭୁ; ରଥଯାତ୍ରା ଭଳି ଶୃଙ୍ଖଳିତ କରିବାକୁ ବ୍ୟାପକ ପ୍ରସ୍ତୁତି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA