ଭୁବନେଶ୍ୱର: ବରିଷ୍ଠ ଆଇଏଏସ ଅଫିସର ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀଙ୍କ ସ୍ୱେଚ୍ଛାକୃତ ଆବେଦନ ଉପରେ ପ୍ରଧାନମନ୍ତ୍ରୀଙ୍କ ମୋହର ଲାଗିଛି । ଗତକାଲି ବିଳମ୍ବିତ ରାତିରେ ସେ ପ୍ରଧାନମନ୍ତ୍ରୀଙ୍କ ମଂଜୁର ସମ୍ବଳିତ ନିର୍ଦ୍ଦେଶନାମା ପାଇଛନ୍ତି । ନିଜେ ଅପରାଜିତା ଟ୍ୱିଟ୍ କରି ଏହା ଜଣାଇଛନ୍ତି । ଏଥିସହ ଅପରାଜିତାଙ୍କ ଚାକିରିରୁ ସ୍ୱେଚ୍ଛାକୃତ ଅବସର ପ୍ରକ୍ରିୟା ସମ୍ପୂର୍ଣ୍ଣ ହୋଇଛି । ମୋର ଆଗାମୀ ଯାତ୍ରାକୁ ଆଗ୍ରହ, ସକରାତ୍ମକ ଓ ଆଶାବାଦୀ ହୋଇ ଆଗକୁ ନେବି ବୋଲି ଅପରାଜିତା ଟ୍ୱିଟ୍ ରେ ଜଣାଇଥିବା ସହ ମହାପ୍ରଭୁ ଜଗନ୍ନାଥଙ୍କ ଆର୍ଶିବାଦ ଓ ସମସ୍ତଙ୍କର ଶୁଭକାମନା ଲୋଡ଼ିଛନ୍ତି । ରାଜନୀତିରେ ଯୋଗଦାନ ନେଇ ଅପରାଜିତା ସମ୍ଭବତଃ ଏଥିରେ ସଙ୍କେତ ଛାଡ଼ିଛନ୍ତି ।