Thursday, April 30, 2026 08:04 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

‘ଅପରାଜିତା ଷଡ଼ଙ୍ଗୀ ତାଙ୍କ ଟୋକା ଲଗାଇ ପିଟିଲେ’

by Our Correspondent
15 Nov, 2019- 06:57 PM
in Latest News, News, Politics
1 min read
0
‘ଅପରାଜିତା ଷଡ଼ଙ୍ଗୀ ତାଙ୍କ ଟୋକା ଲଗାଇ ପିଟିଲେ’

ଭୁବନେଶ୍ୱର ଜିଲ୍ଲା ବିଜେପି ସଭାପତିଙ୍କୁ ଆକ୍ରମଣ

ଭୁବନେଶ୍ୱର: ଭୁବନେଶ୍ୱର ଜିଲ୍ଲା ବିଜେପି ସଭାପତି ହରେକୃଷ୍ଣ ଖୁଣ୍ଟିଆଙ୍କ ଉପରେ ଆଜି ମରଣାନ୍ତକ ଆକ୍ରମଣ ହୋଇଛି । ହରେକୃଷ୍ଣ ନିଜ ଅଫିସରେ ଥିବା ବେଳେ କଳାପଟି ପିନ୍ଧା ଦଳେ ଯୁବକ ଅଫିସରେ ପଶି ତାଙ୍କୁ ନିର୍ଧୂମ ପିଟିଛନ୍ତି । ଅଫିସ ଝରକା, କବାଟ, ଆସବାବପତ୍ର ଭଙ୍ଗାରୁଜା କରିଛନ୍ତି । ଆକ୍ରମଣକାରୀ ଯୁବକ ଆଉ କେହି ନୁହଁନ୍ତି, ତାଙ୍କ ଦଳର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କର ପ୍ରତିନିଧି ବୋଲି ନିଜେ ହରେକୃଷ୍ଣ ଅଭିଯୋଗ କରିଛନ୍ତି । ଅପରାଜିତାଙ୍କ ଇଙ୍ଗିତରେ ଏହି ଆକ୍ରମଣ ହୋଇଥିବା ସେ ସିଧାସଳଖ କହିଛନ୍ତି ।
ୟୁନିଟ୍-୩ସ୍ଥିତ ଏକାମ୍ର ହାଟ ନିକଟରେ ଥିବା ଫ୍ରେଣ୍ଡସ୍ ଆସୋସିଏଟ୍ ଚାରିଟେବୁଲ୍ ଟ୍ରଷ୍ଟ ଅଫିସରେ ହରେକୃଷ୍ଣ ଥିଲେ । ଅପରାହ୍ନରେ ୬/୭ ଜଣ ଯୁବକ ଅଫିସ ଭିତରକୁ ମାଡ଼ି ଆସି ସିଧା ହରେକୃଷ୍ଣଙ୍କ ଚାମ୍ବରରେ ପଶିଥିଲେ । ସମସ୍ତେ ମୁହଁରେ କଳାପଟି(ମୁଖା) ବାନ୍ଧିଥିଲେ । କେହି କିଛି ବୁଝିବା ପୂର୍ବରୁ ସେମାନେ ହରେକୃଷ୍ଣଙ୍କ ସାର୍ଟ କଲର ଘୋଷାଡ଼ି ବିଧା, ଗୋଇଠା, ମୁଥ ମାରିବା ଆରମ୍ଭ କରିଦେଇଥିଲେ । ଅଫିସ୍ ରେ ଥିବା କର୍ମଚାରୀମାନେ ସେମାନଙ୍କୁ ପ୍ରତିରୋଧ କରିବାକୁ ଉଦ୍ୟମ କରିବାକୁ ସେମାନଙ୍କୁ ବି ପିଟିବାକୁ ଗୋଡ଼େଇଥିଲେ । ଅଫିସରେ ଥିବା ଆସବାବପତ୍ର ଫିଙ୍ଗାଫୋପଡ଼ା କରି ଭାଙ୍ଗିଥିଲେ । କିଛି ସମୟ ଧରି ଏଭଳି ଉତ୍ପାତ କରିବା ପରେ ଘଟଣାସ୍ଥଳରୁ ଚମ୍ପଟ୍ ମାରିଥିଲେ ।
ଆହତ ହରେକୃଷ୍ଣ ଖୁଣ୍ଟିଆଙ୍କୁ ଚିକିତ୍ସା ପାଇଁ କ୍ୟାପିଟାଲ୍ ହସ୍ପିଟାଲ୍ ରେ ଭର୍ତ୍ତି କରାଯାଇଛି । ଆକ୍ରମଣକାରୀମାନେ ତାଙ୍କର ଅଜଣା ନୁହଁନ୍ତି । ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କର ଉତ୍ତର ନିର୍ବାଚନମଣ୍ଡଳୀରୁ ପ୍ରତିନିଧି ଥିବା ଦେବାଶିଷ ନାୟକ(ବାପି) ଏବଂ ତାଙ୍କ ଟୋକା ଆକ୍ରମଣ କରିଥିବା ହରେକୃଷ୍ଣ ଗଣମାଧ୍ୟମ ଆଗରେ ଖୁଲାସା କରିଛନ୍ତି । ଅପରାଜିତାଙ୍କ ଇଙ୍ଗିତରେ ହିଁ ଏହି ଆକ୍ରମଣ ହୋଇଥିବା ସେ ଖୋଲାଖୋଲି ଭାବେ ଅଭିଯୋଗ କରିଛନ୍ତି ।
ଅନ୍ୟପକ୍ଷରେ ହରେକୃଷ୍ଣଙ୍କ ଅଭିଯୋଗକୁ ଅସ୍ୱୀକାର କରିଛନ୍ତି ଦେବାଶିଷ ଓରଫ୍ ବାପି । ଆକ୍ରମଣ ପଛରେ ତାଙ୍କର ହାତ ନାହିଁ ବୋଲି ସେ କହିଛନ୍ତି । ତେବେ ଏହା ଉପରେ ସାଂସଦଙ୍କର ପ୍ରତିକ୍ରିୟା ଏ ଯାଏଁ ମିଳିନାହିଁ ।
ସୂଚନାଯୋଗ୍ୟ, ଅପରାଜିତା ବିଜେପିରେ ଯୋଗଦେବା ପରଠାରୁ ଭୁବନେଶ୍ୱର ସଂଗଠନ ସହ ତାଙ୍କର ପଡୁନାହିଁ । ହରେକୃଷ୍ଣ ଖୁଣ୍ଟିଆଙ୍କ ନେତୃତ୍ୱରେ ଥିବା ଜିଲ୍ଲା ସଂଗଠନକୁ ସେ ତୁଚ୍ଛ ମନେ କରୁଥିବା ଅଭିଯୋଗ ହୋଇଛି । ଅପରାଜିତା ସାଂସଦ ହେଲା ପରେ ନିଜର କିଛି ସମର୍ଥକଙ୍କୁ ଧରି ଏକ ସମାନ୍ତରାଳ ଜିଲ୍ଲା ସଂଗଠନ ଚଳାଉଥିବା ପୂର୍ବରୁ ଅଭିଯୋଗ ରହିଥିଲା । ହରେକୃଷ୍ଣ ଏବଂ ତାଙ୍କର ସହଯୋଗୀ କର୍ମକର୍ତ୍ତାମାନେ ନିକଟରେ ଏ ନେଇ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତିଙ୍କ ପାଖରେ ଫେରାଦ ହୋଇଥିଲେ ।
ଅପରାଜିତାଙ୍କୁ ଅହଂକାରୀ ଦର୍ଶାଇ ସେମାନେ ସାଂଘାତିକ ଆରୋପ ଆଣିଥିଲେ । ଏକ ଚିଠିରେ ଦର୍ଶାଇଥିଲେ ଯେ ଅପରାଜିତା ଷଡ଼ଙ୍ଗୀ ବିଜେପିର ନୀତି ଆଦର୍ଶକୁ ଅବମାନନା କରି ଦଳକୁ ଅଡୁଆରେ ପକାଉଛନ୍ତି । ଦଳରେ ଅପରାଧୀଙ୍କୁ ପ୍ରଶୟ ଦେବା ସହ ସେମାନଙ୍କୁ ସାଙ୍ଗରେ ନେଇ ‘ଟିମ୍ ଅପରାଜିତା’ ସଂଗଠନ ଗଢ଼ିଛନ୍ତି । ନିଜ ଅଫିସ୍ କର୍ମଚାରୀଙ୍କ ଦ୍ୱାରା ସେହି ଟିମ୍ କୁ ପରିଚାଳନା କରୁଛନ୍ତି । ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ସେ କିରାଣୀ ଭଳି ବ୍ୟବହାର କରୁଛନ୍ତି । ବରିଷ୍ଠ ନେତାଙ୍କୁ ହେୟଜ୍ଞାନ କରୁଛନ୍ତି ।
ସ୍ମରଣଯୋଗ୍ୟ, ବିଜେପିର ଏହି ଅନ୍ତଃକନ୍ଦଳର ପରିଣାମ ପୂର୍ବରୁ ଦେଖିବାକୁ ମିଳିଥିଲା । ଅପରାଜିତା ଓ ହରେକୃଷ୍ଣ ଗୋଷ୍ଠୀଙ୍କ ମଧ୍ୟରେ ପୂର୍ବରୁ ମଧ୍ୟ ଦୁଇ ଥର ହାତାହାତି ହୋଇ ଥାନାକୁ ମାମଲା ଯାଇଥିଲା ।
Previous Post

ମନ୍ତ୍ରୀ ଜାଣିନାହାନ୍ତି!! ଗାନ୍ଧୀଜୀଙ୍କ ହତ୍ୟାକାରୀ ରାକ୍ଷସ ନା ମହାପୁରୁଷ ?

Next Post

ସାମ୍ବାଦିକଙ୍କ କଲ୍ୟାଣ ଦାୟିତ୍ୱରେ ମାନସ ମଙ୍ଗରାଜ

Next Post
ସାମ୍ବାଦିକଙ୍କ କଲ୍ୟାଣ ଦାୟିତ୍ୱରେ ମାନସ ମଙ୍ଗରାଜ

ସାମ୍ବାଦିକଙ୍କ କଲ୍ୟାଣ ଦାୟିତ୍ୱରେ ମାନସ ମଙ୍ଗରାଜ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA