Monday, May 25, 2026 10:21 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଅମଲାଙ୍କ ଉପରେ ଧର୍ମେନ୍ଦ୍ରଙ୍କ ହାରକିନ୍

by Our Correspondent
29 May, 2018- 09:09 PM
in Latest News, News
1 min read
0
ଅମଲାଙ୍କ ଉପରେ ଧର୍ମେନ୍ଦ୍ରଙ୍କ ହାରକିନ୍
ଭୁବନେଶ୍ୱର: ଅମଲାଙ୍କୁ ହାରକିନ୍ ଦେଖାଇ ପୁଣି ଚର୍ଚ୍ଚାକୁ ଆସିଛନ୍ତି କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଗତକାଲି ନ୍ୟାସନାଲ୍ ଡାଟା ସେଣ୍ଟର ଲୋକାର୍ପଣ ଉତ୍ସବରେ ସେ ବରିଷ୍ଠ ଆଇଏଏସ୍ ତଥା ରାଜ୍ୟ ସରକାରଙ୍କ ଆଇଟି ସଚିବ ଅଶୋକ କୁମାର ମୀନାଙ୍କୁ ହାରକିନ୍ ଦେଖାଇଥିଲେ । ତାଙ୍କ ଉଦ୍ଦେଶ୍ୟରେ କହିଥିଲେ, ରାଜ୍ୟ ସରକାରଙ୍କୁ ଛାଡ଼ି କୌଣସି କାମ କରିହେବନି । କିନ୍ତୁ ଏହାର ଅର୍ଥ ନୁହେଁ, ଡିଜିଟାଲ୍ ମିଡ଼ିଆରେ ଜଣଙ୍କ ବଦଳରେ ଅନ୍ୟଜଣଙ୍କ ନାଁ ପୂରାଇ ଦିଆଯିବ । ତାଙ୍କ କହିବାର ତାତ୍ପର୍ଯ୍ୟ ଥିଲା ରାଜ୍ୟ ସରକାର କେନ୍ଦ୍ର ଯୋଜନାଗୁଡ଼ିକୁ ନିଜ ନାଁରେ ନେଉଛନ୍ତି । ‘ମୀନା ସାହେବ, ଏମିତି କରନ୍ତୁ ନାହିଁ’ ବୋଲି ଧର୍ମେନ୍ଦ୍ର କହିଥିଲେ ।
ଧର୍ମେନ୍ଦ୍ର ତାଙ୍କ ଅଭିଭାଷଣରେ ଶ୍ରୀ ମୀନାଙ୍କୁ ମାଧ୍ୟମ କରି ମୁଖ୍ୟମନ୍ତ୍ରୀ ଓ ତୃତୀୟ ମହଲାକୁ ଟାର୍ଗେଟ୍ କରିଥିଲେ । ନ୍ୟାସନାଲ୍ ଇନଫରମେଟିକ୍ସ ସେଣ୍ଟର ପକ୍ଷରୁ ଆୟୋଜିତ ଏହି ଉଦଘାଟନ ଉତ୍ସବରେ କେନ୍ଦ୍ର ଆଇଟି ମନ୍ତ୍ରୀ ରବିଶଙ୍କର ପ୍ରସାଦ ମୁଖ୍ୟ ଅତିଥି ଥିଲା ବେଳେ ଧର୍ମେନ୍ଦ୍ର ପ୍ରଧାନ ଅତିଥି ଥିଲେ । ରାଜ୍ୟ ସରକାରଙ୍କ ପକ୍ଷରୁ ବିଭାଗୀୟ ମନ୍ତ୍ରୀଙ୍କ ସମେତ ସଚିବ ଶ୍ରୀ ମୀନା ଆମନ୍ତ୍ରିତ ଅତିଥି ଭାବେ ଯୋଗଦେଇଥିଲେ । ଆଉ ସେହି ସଭାରେ ଧର୍ମେନ୍ଦ୍ର ପ୍ରଧାନ ଭାଷଣ ଦେଇ ଶ୍ରୀ ମୀନାଙ୍କୁ ଏଭଳି ଆକ୍ଷେପ କରିଥିଲେ । ତିନି ତିନି ଥର ତାଙ୍କ ନାଁ ନେଇଥିଲେ ।
ରାଜ୍ୟ ସରକାରଙ୍କ ଜଣେ ବରିଷ୍ଠ ଆଇଏଏସ୍ ଅଫିସରଙ୍କ ପ୍ରତି ଧର୍ମେନ୍ଦ୍ରଙ୍କ ଏଭଳି ଆଚରଣ ରାଜ୍ୟ ଆଇଏଏସ୍ ସଂଘକୁ କ୍ଷୁବ୍ଧ କରିଛି । ଆଜି ସଂଘର ସଦସ୍ୟମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଏ ନେଇ ସ୍ମାରକପତ୍ର ଦେଇଛନ୍ତି । ସେଥିରେ ଲେଖିଛନ୍ତି, କେନ୍ଦ୍ରମନ୍ତ୍ରୀଙ୍କ ଏଭଳି ମନ୍ତବ୍ୟ ଗ୍ରହଣଯୋଗ୍ୟ ନୁହେଁ । ଏହା ସରକାରୀ କାର୍ଯ୍ୟ ପରିବେଶକୁ ନଷ୍ଟ କରିବା ସହ ରାଜ୍ୟ ସରକାରଙ୍କ ଅଧୀନରେ କାର୍ଯ୍ୟ କରୁଥିବା ଅଫିସରଙ୍କ ମନୋବଳକୁ ଆଘାତ ଦେଉଛି । ନିକଟ ଅତୀତରୁ ଏଭଳି ଘଟଣା ବାରମ୍ବାର ଘଟିଚାଲିଛି । ଶାସନର ମଙ୍ଗ ଧରିଥିବା ବରିଷ୍ଠ ରାଜନେତାଙ୍କ ବ୍ୟକ୍ତିଗତ ଆକ୍ରୋଶର ଶିକାର ହେଉଛନ୍ତି ସରକାରୀ ଅଫିସର । ଏଭଳି ଘଟଣାର ଆଉ ପୁନରାବୃତ୍ତି ନ ହେବା ପାଇଁ ବିହିତ ପଦକ୍ଷେପ ନେବାକୁ ସଂଘ ପକ୍ଷରୁ ସମ୍ପାଦକ ବିଶାଲ ଦେବ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି ।
ଓଏଏସ୍ ସଂଘ ମଧ୍ୟ କେନ୍ଦ୍ରମନ୍ତ୍ରୀଙ୍କ ଆଚରଣକୁ ନାପସନ୍ଦ କରିଛି । ଅଫିସରଙ୍କ ପ୍ରତି କେନ୍ଦ୍ରମନ୍ତ୍ରୀଙ୍କ ଏଭଳି ଅସୂୟା ମନୋଭାବ ଗ୍ରହଣୀୟ ନୁହେଁ ବୋଲି ସଂଘର ସଭାପତି କହିଛନ୍ତି ।
ଉଲ୍ଲେଖନୀୟ ଯେ ଧର୍ମେନ୍ଦ୍ର ପ୍ରଧାନଙ୍କ ଏଭଳି ଆଚରଣ ନୂଆ ନୁହେଁ । ରାଜ୍ୟ ସରକାରଙ୍କ ଅଧୀନରେ କାର୍ଯ୍ୟ କରୁଥିବା ଅଫିସରଙ୍କୁ ନାଲି ଆଖି ଦେଖାଇବାର ଅପବାଦ ଧର୍ମେନ୍ଦ୍ରଙ୍କ ପାଇଁ ପୁରୁଣା ହୋଇଗଲାଣି । ଜିଲ୍ଲାପାଳ,ଏସପିଙ୍କଠାରୁ ଆରମ୍ଭ କରି ତୃତୀୟ ମହଲାର ଅଫିସରଙ୍କୁ ଧମକାଇବାରେ ସେ ପଛଘୁଞ୍ଚା ଦେଉନାହାନ୍ତି । ଜଣେ ବରିଷ୍ଠ ଅଫିସରଙ୍କ କହିବାନୁଯାୟୀ, ମୁଖ୍ୟମନ୍ତ୍ରୀଙ୍କୁ ଆମର ଯେତିକି ଡର ନାହିଁ, ତାଠାରୁ ଅଧିକ ଡର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଟେଲିଫୋନ୍ କୁ । ଏଇଥିପାଇଁ କି ତାଙ୍କର ଆଚରଣ ଅତି ନୀଚ୍ଚସ୍ତରର । ଉଦ୍ଧତ ଓ ଅହଂକାରପୂର୍ଣ୍ଣ । ଟେଲିଫୋନ୍ ରେ ସେ ଯେଉଁ ଭାଷା କହନ୍ତି ତାହା କହିହେବନି । ‘ଆମେ ସରକାରକୁ ଆସିଲେ ତମକୁ ଦେଖିନେବୁ । ରେଡ୍ଡି ହୋଇ ଯାଆ’ ଭଳି ମନ୍ତବ୍ୟ ଦିଅନ୍ତି । କେନ୍ଦ୍ରମନ୍ତ୍ରୀଙ୍କ ପଦମର୍ଯ୍ୟାଦା ଦୃଷ୍ଟିରୁ ଆମେ ତାଙ୍କୁ ସମ୍ମାନର ସହ କଥା ହେଉଥିଲେ ମଧ୍ୟ ସେ କିନ୍ତୁ ନିଜ ପଦମର୍ଯ୍ୟାଦା ଭୁଲି ଅତି ତଳସ୍ତରର କଥା କହନ୍ତି । ତାଙ୍କର ଏଭଳି ଆଚରଣ ଓ ବ୍ୟବହାର ଅଫିସରମାନଙ୍କୁ ଅତିଷ୍ଠ କଲାଣି ବୋଲି ସେ କହିଛନ୍ତି ।
ବିଜେପୁର ଉପନିର୍ବାଚନ ବେଳେ ସଂଶ୍ଲିଷ୍ଟ ପୁଲିସ ଓ ଅଫିସରମାନଙ୍କୁ ଗାଳି କରି ଧମକ ଦେବା ଧର୍ମେନ୍ଦ୍ରଙ୍କ ପାଇଁ ନିତିଦିନିଆ ହୋଇଯାଇଥିଲା । ଉପନିର୍ବାଚନର ଦୁଇଦିନ ପୂର୍ବରୁ ସେ ବରଗଡ଼ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ଦେବାକୁ ଯାଇ ଦୁନିଆ ବକିଥିଲେ । ତାଗିଦ୍ କରି ନାଲି ଆଖି ଦେଖାଇଥିଲେ । ତେବେ କେନ୍ଦ୍ରମନ୍ତ୍ରୀଙ୍କ କଦର୍ଯ୍ୟ ବ୍ୟବହାରକୁ ବରଦାସ୍ତ କରି ନ ଥିଲେ ମହିଳା ଜିଲ୍ଲାପାଳ । ଅତି ସମ୍ମାନର ସହ କେନ୍ଦ୍ରମନ୍ତ୍ରୀଙ୍କୁ ତାଙ୍କ ଲକ୍ଷ୍ମଣରେଖା ସୂଚାଇ ଦେଇଥିଲେ । ଘଟଣାଟି ବରଗଡ଼ ଜିଲ୍ଲାପାଳ କାର୍ଯ୍ୟାଳୟରେ ସେତେବେଳେ ହଇଚଇ ସୃଷ୍ଟି କରିଥିଲା ।
ଆଇଏଏସ୍ ଅଫିସରମାନେ ଆଜି ଏକାଠି ହୋଇ ଧର୍ମେନ୍ଦ୍ର ପ୍ରଧାନଙ୍କ ବିରୋଧରେ ମୁଖ୍ୟମନ୍ତ୍ରୀଙ୍କ ପାଖରେ ଫେରାଦ ହେବା ପରେ ବିଜେପି ପକ୍ଷରୁ ପାଲଟା ଆକ୍ରମଣ ହେବା ରାଜନୈତିକ ମହଲରେ ଉଷ୍ଣତା ଖେଳାଇଛି । ଧର୍ମେନ୍ଦ୍ରଙ୍କ ସପକ୍ଷରେ ଓକିଲାତି କରି ବିଜେପି ପ୍ରବକ୍ତା ଅଫିସରଙ୍କୁ ଗାଳି ଦେଇଛନ୍ତି । ସେପଟେ ବିଜେଡ଼ି ଏହାର ଜବାବ ଦେଇ ବିଜେପି ସହ ମୁହାଁମୁହିଁ ହୋଇଛି । ମୋଟାମୋଟି ଭାବେ କେନ୍ଦ୍ରମନ୍ତ୍ରୀଙ୍କ ଆଚରଣର ପ୍ରତିବାଦକୁ ରାଜନୈତିକ ରଙ୍ଗ ଦେଇ ବଦନାମରୁ ଖସିବାକୁ ଉଦ୍ୟମ କରିଛି ବିଜେପି ।
Previous Post

ମଉସା ପୁଅ ଭାଇ ହେବାର ବଦମାସି !

Next Post

ଉଠ୍ ବସ୍ ମାମଲା: ଅରୁଣଙ୍କ ବିରୋଧରେ ତେଜିଲା ଆନ୍ଦୋଳନ

Next Post
ଉଠ୍ ବସ୍ ମାମଲା: ଅରୁଣଙ୍କ ବିରୋଧରେ ତେଜିଲା ଆନ୍ଦୋଳନ

ଉଠ୍ ବସ୍ ମାମଲା: ଅରୁଣଙ୍କ ବିରୋଧରେ ତେଜିଲା ଆନ୍ଦୋଳନ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA