ଭୁବନେଶ୍ୱର: ବିଜୁ ଯୁବ ବାହିନୀର ମଙ୍ଗ ଧରିଲେ ମୁମ୍ବାଇର ପୂର୍ବତନ ପୁଲିସ କମିଶନର ଅରୂପ ପଟ୍ଟନାୟକ । ନିକଟରେ ବିଜେଡ଼ିରେ ଯୋଗଦେଇଥିବା ଅରୂପଙ୍କୁ ରାଜ୍ୟ ଯୁବ କଲ୍ୟାଣ ବୋର୍ଡର ନିର୍ବାହୀ ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ତାଙ୍କୁ ଏହି ନିଯୁକ୍ତି ଦେଇଛନ୍ତି । ତାଙ୍କୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ଦିଆଯାଇଛି ।
ପୂର୍ବରୁ ରାଜ୍ୟ ସରକାର ବିଜୁ ଯୁବ ବାହିନୀ ଯୋଜନା ଘୋଷଣା କରିଥିଲେ । ଯୁବକମାନଙ୍କ ଭିତରେ ନେତୃତ୍ୱ, ସାମାଜିକ ମୂଲ୍ୟବୋଧ ଏବଂ ଦାୟିତ୍ୱବୋଧ ସୃଷ୍ଟି କରିବା ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ । ଖାସ୍ କରି ଏହି ଯୁବ ବାହିନୀକୁ ସାମାଜିକ ସେବା କାର୍ଯ୍ୟ ପାଇଁ ଉତ୍ସାହିତ କରିବାକୁ ଲକ୍ଷ୍ୟ ରହିଥିବା ସରକାର ଦାବି କରିଛନ୍ତି । ରାଜ୍ୟର ପ୍ରତି ପଞ୍ଚାୟତ ଏବଂ ସହାରାଞ୍ଚଳରେ ବିଜୁ ଯୁବ ବାହିନୀ ଗଠନର ଲକ୍ଷ୍ୟ ରଖାଯାଇଛି । ୧୫ରୁ ୩୫ ବର୍ଷର ଯୁବକଙ୍କୁ ଏଥିରେ ସାମିଲ କରାଯାଉଛି । ବର୍ତ୍ତମାନ ସୁଦ୍ଧା ୨ ଲକ୍ଷ ୯୨ ହଜାର ଯୁବକ ସାମିଲ ହୋଇସାରିଲେଣି । ୩ ବର୍ଷରେ ଏହି କାର୍ଯ୍ୟକ୍ରମ ପାଇଁ ୪୫୦ କୋଟି ୪୯ ଲକ୍ଷ ବ୍ୟବସ୍ଥା କରାଯାଇଛି । ରାଜ୍ୟ ଯୁବ କଲ୍ୟାଣ ବୋର୍ଡର ନିର୍ବାହୀ ଅଧ୍ୟକ୍ଷ ଭାବେ ଅରୂପ ଏହି ଯୋଜନାକୁ ଏବେ ଆଗକୁ ନେବେ ।
Super Idea .Congratulations Sir.
.Congratulations Sir.