ଭୁବନେଶ୍ୱର: ଉନ୍ନୟନ କମିଶନର ଆର.ବାଲକ୍ରିଷ୍ଣନ୍ ଆଜି ସରକାରୀ ଚାକିରିରୁ ଅବସର ନେଇଛନ୍ତି । ତାଙ୍କ ସ୍ଥାନରେ ଅସିତ୍ ତ୍ରିପାଠୀଙ୍କୁ ଉନ୍ନୟନ କମିଶନର ଭାବେ ଆଜି ନିଯୁକ୍ତି ଦିଆଯାଇଛି । ୧୯୮୬ ବ୍ୟାଚ୍ ର ଆଇଏଏସ୍ ଶ୍ରୀ ତ୍ରିପାଠୀ ଏବେ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ତୁଲାଉଛନ୍ତି । ଗୃହ ବିଭାଗ ଦାୟିତ୍ୱ ସହ ସେ ଉନ୍ନୟନ କମିଶନର ଭାବେ କାର୍ଯ୍ୟ କରିବେ ।
ସେହିଭଳି ପଣ୍ୟାଗାର ନିଗମ ଅଧ୍ୟକ୍ଷ ସଂଗ୍ରାମ ମିଶ୍ର ଆଜି ସରକାରୀ ଚାକିରିରୁ ଅବସର ନେଇଛନ୍ତି । ତାଙ୍କ ସ୍ଥାନରେ ୧୯୯୪ ବ୍ୟାଚ୍ ଆଇଏଏସ୍ ଶ୍ରୀମତୀ ରଞ୍ଜନା ଚୋପ୍ରାଙ୍କୁ ପଣ୍ୟାଗାର ନିଗମ ଅଧ୍ୟକ୍ଷ ଦାୟିତ୍ୱ ଦିଆଯାଇଛି । ଶ୍ରୀମତୀ ଚୋପ୍ରା ସମବାୟ ବିଭାଗର ସଚିବ ଦାୟିତ୍ୱ ସହ ଏହି ନୂଆ ଦାୟିତ୍ୱ ସମ୍ଭାଳିବେ ।
ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କୁ ରାଜ୍ୟ ପ୍ରଦୂଷଣ ବୋର୍ଡର ଅଧ୍ୟକ୍ଷ ଦାୟିତ୍ୱ ଦିଆଯାଇଛି । ଆଜି ସଂଧ୍ୟାରେ ଏ ସଂକ୍ରାନ୍ତୀୟ ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଛି ।