Thursday, August 27, 2026 08:57 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଅପରାଜିତାଙ୍କୁ ନେଇ ଧର୍ମେନ୍ଦ୍ର-ବିଜେଡ଼ି ଲଢ଼େଇ

by Our Correspondent
01 Dec, 2018- 10:50 PM
in Latest News, Politics
1 min read
0
ଅପରାଜିତାଙ୍କୁ ନେଇ ଧର୍ମେନ୍ଦ୍ର-ବିଜେଡ଼ି ଲଢ଼େଇ
ଭୁବନେଶ୍ୱର: ବିଜେପିରେ ମିଶିଥିବା ବ୍ୟୁରୋକ୍ରାଟ୍ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀଙ୍କୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଜେଡ଼ି ଲଢ଼ାଲଢ଼ି ହୋଇଛନ୍ତି । ଅପରାଜିତାଙ୍କୁ ବିଜେପି ପକ୍ଷରୁ ଆଜି ଦିଆଯାଇଥିବା ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ ଅବସରରେ ଧର୍ମେନ୍ଦ୍ର କହିଥିଲେ, ସ୍ୱେଚ୍ଛାକୃତ ଅବସର ଯୋଜନା(ଭିଆରଏସ୍) ରେ ଶ୍ରୀମତୀ ଷଡ଼ଙ୍ଗୀଙ୍କ ଆବେଦନକୁ ରାଜ୍ୟ ସରକାର ୨ ମାସ ବିଳମ୍ବ କରିଥିଲେ । ତେବେ ଧର୍ମେନ୍ଦ୍ରଙ୍କ ଏହି ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖିଛି ବିଜେଡ଼ି । ଦଳର ମୁଖପାତ୍ର ଶ୍ରୀମତୀ ସୁଲୋଚନା ଦାସ କହିଛନ୍ତି, ଧର୍ମେନ୍ଦ୍ରଙ୍କ ଅଭିଯୋଗ ଭିତ୍ତିହୀନ, ଅସତ୍ୟ ଓ ତଥ୍ୟ ଉପରେ ଆଧାରିତ ନୁହେଁ । ଶ୍ରୀମତୀ ଷଡ଼ଙ୍ଗୀ ସଂଯୁକ୍ତ ରାଷ୍ଟ୍ରର ଏକ ସମାଜସେବୀ ଏନଜିଓରେ କାର୍ଯ୍ୟ କରିବାକୁ କହି ସ୍ୱେଚ୍ଛାକୃତ ଅବସର ଚାହିଁଥିଲେ । ଏହା ସେ ତାଙ୍କ ଆବେଦନରେ ଜଣାଇଥିଲେ । କିନ୍ତୁ କିଛି ଦିନ ପରେ ସେ ବିଜେପିରେ ଯୋଗଦେଇଥିବାରୁ ତାଙ୍କ ମିଛ ଧରାପଡ଼ିଲା । ଏପ୍ରକାର ମିଥ୍ୟାବାଦିତା ତାଙ୍କଠାରୁ ଆଶା କରାଯାଏନି ଏବଂ ଏ ପ୍ରକାର ଅସତ୍ୟ ବକ୍ତବ୍ୟ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ଦୁଃଖଦାୟକ ।
କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଓଡ଼ିଆ ସ୍ୱାଭିମାନ ବିଷୟରେ ଅନେକ କଥା କହୁଛନ୍ତି । ଏବଂ ଅଣଓଡ଼ିଆ ଅଫିସରମାନଙ୍କୁ କଟୁ ଭାଷାରେ ଲାଂଛିତ କରନ୍ତି । କିନ୍ତୁ ଶ୍ରୀମତୀ ଷଡ଼ଙ୍ଗୀଙ୍କ ଭଳି ଜଣେ ଅଣଓଡ଼ିଆ ବିହାରୀ ଅଫିସରଙ୍କୁ ବିଜେପିରେ ସାମିଲ କରାଇଲେ । ରାଜ୍ୟ ବିଜେପିରେ ଓଡ଼ିଆ ରାଜନେତାଙ୍କ କ’ଣ ଏମିତି ଦୁର୍ଭିକ୍ଷ ପଡ଼ିଲା ଯେ ଜଣେ ଅଣଓଡ଼ିଆ ବିହାରୀ ଅଫିସରଙ୍କୁ ଆଣିବାକୁ ପଡ଼ିଲା ବୋଲି ବିଜେଡ଼ି ପକ୍ଷରୁ ପ୍ରଶ୍ନ କରାଯାଇଛି ।

ପରିବର୍ତ୍ତନର ଆହ୍ୱାନ ଦେଲେ ଅପରାଜିତା

ରାଜନୀତିର ପ୍ରଥମ ପ୍ରବେଶ ଓ ପ୍ରଥମ ମଂଚରେ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ ଆଜି ରାଜ୍ୟ ସରକାରଙ୍କୁ ତେର୍ଚ୍ଛେଇ ମାରିଛନ୍ତି । ରାଜ୍ୟରେ ବିକାଶ ହେଉଛି, ହେଲେ ଯେଉଁ ଧାରାରେ ହେବା କଥା ହେଉନାହିଁ । ତେଣୁ ପରିବର୍ତ୍ତନର ଆବଶ୍ୟକତା ରହିଛି । ବିଜେପି ହିଁ ରାଜ୍ୟକୁ ବିକାଶପଥରେ ଆଗେଇ ନେଇପାରିବ ବୋଲି ସେ କହିଥିଲେ । ବିଜେପି ରାଜ୍ୟ କାର୍ଯ୍ୟାଳୟଠାରେ ସ୍ୱାଗତ ସମ୍ବର୍ଦ୍ଧନା ପାଇବା ଅବସରରେ ସେ ଓଡ଼ିଶାର ଗରିବୀ, ସରକାରରେ ପିସି କାରବାର ଆଦି ପ୍ରସଙ୍ଗ ଉଠାଇଥିଲେ । ଓଡ଼ିଶାର ଗ୍ରାମାଞ୍ଚଳରେ ୬୬% ଲୋକ ଦରିଦ୍ର । ରାଜ୍ୟ ସରକାର ଏହି ତଥ୍ୟ ୨୦୧୬ ମସିହାରେ କେନ୍ଦ୍ର ସରକାରଙ୍କ ପାଖରେ ଉପସ୍ଥାପନ କରିଛନ୍ତି । ଓଡ଼ିଶାରେ ସବୁ ଥାଇ ରାଜ୍ୟ ଏତେ ପଛୁଆ ଓ ଗରିବ କାହିଁକି ବୋଲି ତାଙ୍କ ମନକୁ ପ୍ରଶ୍ନ ଆସିଛି । ଏହି ପଛୁଆ ଓ ଗରିବ ଟ୍ୟାଗ୍ କୁ ହଟାଇବାକୁ ପଡ଼ିବ ବୋଲି ସେ କହିଥିଲେ ।
ରାଜନୀତିରେ ସାମିଲ ହେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହା ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରତି ସେ କୃତଜ୍ଞତା ଜଣାଇଥିଲେ । ଧର୍ମେନ୍ଦ୍ର ପ୍ରଧାନ, ବସନ୍ତ ପଣ୍ଡା ଓ କନକ ବର୍ଦ୍ଧନ ସିଂହଦେଓ ରାଜ୍ୟର ବିକାଶ ପାଇଁ ଅଙ୍ଗୀକାରବୋଧ ବୋଲି ଜଣାଇ ସେମାନଙ୍କର ପ୍ରଶଂସା କରିଥିଲେ । ସମସ୍ତେ ମିଳିମିଶି କାମ କରିବାକୁ ବିଜେପି କର୍ମୀଙ୍କୁ ଆହ୍ୱାନ ଦେଇଥିଲେ ।
ସୂଚନାଥାଉକି, ଅପରାଜିତା ବିଜେପିରେ ଯୋଗଦେବା ପରେ ତାଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ବିଭିନ୍ନ ମିଡ଼ିଆରେ ଉପସ୍ଥାପନ କରାଯାଉଛି । ଏପର୍ଯ୍ୟନ୍ତ ଧର୍ମେନ୍ଦ୍ର ପ୍ରଧାନଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ବିଚାର କରାଯାଉଥିବାରୁ ଏହା ତାଙ୍କ ଗୋଷ୍ଠୀକୁ କୁଆଡ଼େ ବିଚଳିତ କରିଛି । ଅପରାଜିତାଙ୍କ ବିଜେପି ଯୋଗଦାନରେ ନିଜେ ଧର୍ମେନ୍ଦ୍ର ଅସୁଖୀ ଥିବା ବି କୁହାଯାଉଛି । ତେବେ ବାହାରକୁ ଖରାପ ବାର୍ତ୍ତା ନଯିବା ପାଇଁ ସମସ୍ତେ ଯଥାସମ୍ଭବ ଉଦ୍ୟମ କରିଥିବା ଚର୍ଚ୍ଚା ହେଉଛି ।
Previous Post

ଅସିତ୍ ତ୍ରିପାଠୀ ନୂଆ ଉନ୍ନୟନ କମିଶନର

Next Post

ସ୍ୱଚ୍ଛତା ଓ ସଚେତନତା ପାଇଁ ନୂଆ ଯୋଜନା ‘ପିଠା’

Next Post
ସ୍ୱଚ୍ଛତା ଓ ସଚେତନତା ପାଇଁ ନୂଆ ଯୋଜନା ‘ପିଠା’

ସ୍ୱଚ୍ଛତା ଓ ସଚେତନତା ପାଇଁ ନୂଆ ଯୋଜନା ‘ପିଠା’

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA