Friday, May 1, 2026 12:16 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

‘ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଚିନ୍ତା କରନ୍ତୁ ନାହିଁ’

by Our Correspondent
23 Jul, 2020- 10:53 PM
in Latest News, News
1 min read
0
‘ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଚିନ୍ତା କରନ୍ତୁ ନାହିଁ’
ଭୁବନେଶ୍ୱର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା ସାମୟିକ । ଟେଷ୍ଟିଂ ବଢ଼ୁଥିବାରୁ ଚିହ୍ନଟଙ୍କ ସଂଖ୍ୟା ବଢ଼ୁଛି । ତେଣୁ ଏଥିନେଇ ଚିନ୍ତା କରିବାର ଆବଶ୍ୟକତା ନାହିଁ । ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ଆଜି ଏଭଳି ଆଶ୍ୱାସନା ଦେଇଛନ୍ତି ।
ସେ କହିଛନ୍ତି, କରୋନା ଲକ୍ଷଣ ଥିବା ସବୁ ଲୋକଙ୍କର ଟେଷ୍ଟିଂ ପାଇଁ ସରକାର ପ୍ରାଥମିକତା ଦେଉଛନ୍ତି । ଯାହାଙ୍କର ଲକ୍ଷଣ ଅଛି ତାଙ୍କୁ ଖୋଜି ବାହାର କରାଯାଉଛି । ରୋଗୀ ଚିହ୍ନଟ ହେଲେ ଯାଇ ନିରାକରଣ ସମ୍ଭବ । ସେଥିପାଇଁ ଆମେ ଘର ଘର ବୁଲି ଭାଇରସ୍ ପଛରେ ଗୋଡାଉଛୁ ।
ଶ୍ରୀ ମହାପାତ୍ର କହିଛନ୍ତି, ସାରା ବିଶ୍ୱରେ ଭାରତର ସ୍ଥିତି ଭଲ ଥିବା ବେଳେ ଭାରତରେ ଓଡ଼ିଶାର ସ୍ଥିତି ଭଲ ଅଛି । ଆମର ଆରୋଗ୍ୟ ହାର ୬୫% ଏବଂ ମୃତ୍ୟୁ ହାର .୫୪% । ରାଜ୍ୟ ସରକାରଙ୍କ ସମୟସାପେକ୍ଷ ପଦକ୍ଷେପ ଯୋଗୁଁ ଏହା ସମ୍ଭବ ହୋଇପାରିଛି । ପ୍ରତି ଜିଲ୍ଲାରେ କୋଭିଡ୍ କେୟାର ସେଣ୍ଟର୍ ଏବଂ କୋଭିଡ୍ ହସ୍ପିଟାଲ୍ ଖୋଲାଯାଇ ରୋଗୀଙ୍କର ଯତ୍ନ ନିଆଯାଉଛି । ଦୁଇ ମାସ ପାଇଁ ଆଡଭାନସଡ଼ ପ୍ଲାନ୍ ରେ ବେଡ୍ ବଢ଼ାଯାଇଛି । ଅଗଷ୍ଟ ୩୧ ଭିତରେ କେତେ କେସ୍ ହେବ, ଏବେଠୁ ବେଡ୍ ସଜ୍ଜା ହୋଇ ରହିଛି । ଅଧିକରୁ ଅଧିକ ଟେଷ୍ଟିଂ ପାଇଁ ୩ ଲକ୍ଷ ଆଣ୍ଟିଜେନ୍ କିଟ୍ ଗଚ୍ଛିତ ଅଛି । ପର୍ଯ୍ୟାପ୍ତ ଔଷଧ, ପିପିଇ କିଟ୍ ମହଜୁଦ୍ ଅଛି । କରୋନାର ମୁକାବିଲା ପାଇଁ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ରହି କାର୍ଯ୍ୟ କରୁଛନ୍ତି ।
ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୭୦% ଲୋକଙ୍କର ଲକ୍ଷଣ ନାହିଁ ବା ସାମାନ୍ୟ ଲକ୍ଷଣ ଅଛି । ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ସେହିଭଳି ରୋଗୀମାନେ ନିଜ ଘରେ ଆଇସୋଲେସନ୍ ରେ ରହିବାକୁ ଚେଷ୍ଟା କରନ୍ତୁ । ଏହା ହେଲେ କୋଭିଡ୍ ହସ୍ପିଟାଲ୍ ଉପରୁ ଭାର କମିବା ସହ ରୋଗୀ ନିଜ ଘରେ ରହିପାରିବେ । ରୋଗୀଙ୍କର ଯତ୍ନ ନେବାକୁ ସରକାରଙ୍କ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଥିବାରୁ କୌଣସି ଡରିବାର ନାହିଁ । ୧୦ ଦିନରେ ରୋଗର ନିରାକରଣ ହୋଇଯିବ ।
ରାଜ୍ୟରେ ଆରମ୍ଭ ହୋଇଥିବା ପ୍ଲାଜମା ଥେରାପି ଚିକିତ୍ସାରୁ ସଫଳତା ମିଳୁଛି । ଏବେ କଟକର ଅଶ୍ୱିନୀ, ଭୁବନେଶ୍ୱରର ସମ୍, କିମସ୍ ଏବଂ ଗୋପାଳପୁରର ଟାଟା କୋଭିଡ୍ ହସ୍ପିଟାଲ୍ ରେ ପ୍ଲାଜମା ଚିକିତ୍ସା କରଯାଉଛି । ରାଉରକେଲା ଆଇଜିଏଚ୍ ରେ ବି ଆରମ୍ଭ ହୋଇଛି । ବ୍ରହ୍ମପୁର ଏମକେସିଜି ଏବଂ କ୍ୟାପିଟାଲ୍ ହସ୍ପିଟାଲ୍ ରେ ପ୍ଲାଜମା ବ୍ୟାଙ୍କ ପ୍ରତିଷ୍ଠା ହେବାକୁ ଯାଉଛି । କରୋନାରୁ ଆରୋଗ୍ୟ ଲୋକମାନେ ପ୍ଲାଜମା ଦାନ କରି ଅନ୍ୟମାନଙ୍କର ଜୀବନ ବଞ୍ଚାନ୍ତୁ ବୋଲି ଶ୍ରୀ ମହାପାତ୍ର ନିବେଦନ କରିଛନ୍ତି । ପ୍ଲାଜମା ଦାନ କରିବାକୁ ଚାହୁଁଥିବା ବ୍ୟକ୍ତିଙ୍କର ଯାତାୟତ ଖର୍ଚ୍ଚ, ରହିବା ଖର୍ଚ୍ଚ ସରକାର ବହନ କରିବେ ଏବଂ ସେମାନଙ୍କୁ ପ୍ରୋତ୍ସାହନସ୍ୱରୂପ ସାର୍ଟିଫିକେଟ୍ ପ୍ରଦାନ କରାଯିବ ।
ସରକାରଙ୍କ ପାଇଁ ପ୍ରତିଟି ଜୀବନ ମୂଲ୍ୟବାନ । କରୋନାରେ ଆକ୍ରାନ୍ତ ସବୁ ଲୋକଙ୍କ ଜୀବନ ସୁରକ୍ଷା ସରକାରଙ୍କ ଦାୟିତ୍ୱ । ଏଥିପ୍ରତି ସରକାର ସମ୍ପୂର୍ଣ୍ଣ ସଚେତନ ବୋଲି ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ କହିଛନ୍ତି । ଶେଷରେ ଜନସାଧାରଣଙ୍କୁ ଅପିଲ୍ କରିଛନ୍ତି..
– ଆପଣମାନେ ଲକ୍ଷଣ ଲୁଚାନ୍ତୁ ନାହିଁ
– ଲକ୍ଷଣ ଥିଲେ ଟେଷ୍ଟିଂ ପାଇଁ ଆଗେଇ ଆସନ୍ତୁ
– ପ୍ଲାଜମା ଦାନ ପାଇଁ ଆଗଭର ହୋଇ ଆସନ୍ତୁ
– କୋଭିଡ୍ କେୟାର ସେଣ୍ଟର ପାଇଁ କମ୍ୟୁନିଟି ମାନେ ସଚେତନ ହୁଅନ୍ତୁ
– ଭଲ ଭାବେ ମାସ୍କ ପିନ୍ଧନ୍ତୁ
– ସାଧାରଣ ଜାଗାରେ ଛେପ ପକାନ୍ତୁ ନାହିଁ
– ସାମାଜିକ ଦୂରତା କଡ଼ାକଡ଼ି ପାଳନ କରନ୍ତୁ
– ବାରମ୍ବାର ହାତ ସଫା କରନ୍ତୁ
Previous Post

କରୋନାର ଗମ୍ଭୀର ସ୍ଥିତି

Next Post

୨୪ ଘଣ୍ଟାରେ ରେକର୍ଡ ୧୫୯୪ ପଜିଟିଭ୍: ଗଞ୍ଜାମ ୭୩୨, ଖୋର୍ଦ୍ଧା ୩୨୦

Next Post
୨୪ ଘଣ୍ଟାରେ ରେକର୍ଡ ୧୫୯୪ ପଜିଟିଭ୍: ଗଞ୍ଜାମ ୭୩୨, ଖୋର୍ଦ୍ଧା ୩୨୦

୨୪ ଘଣ୍ଟାରେ ରେକର୍ଡ ୧୫୯୪ ପଜିଟିଭ୍: ଗଞ୍ଜାମ ୭୩୨, ଖୋର୍ଦ୍ଧା ୩୨୦

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA