– ଦେଶରେ ଦିନକରେ ୪୫,୭୨୦ ଆକ୍ରାନ୍ତ,୧୧୨୯ ମୃତ
– ରାଜ୍ୟରେ ୧୨୬୪ ଆକ୍ରାନ୍ତ, ୬ ମୃତ
ଭୁବନେଶ୍ୱର: ଦେଶରେ ଭୟଙ୍କର ହୋଇଛି କରୋନା ସଂକ୍ରମଣ । ଗତ ୨୪ ଘଣ୍ଟାରେ ରେକର୍ଡ ୪୫ ହଜାର ୭୨୦ ଆକ୍ରାନ୍ତ ହୋଇଥିବା ବେଳେ ୧୧୨୯ ଜଣଙ୍କର ଜୀବନ ନେଇଛି କରୋନା । ଆକ୍ରାନ୍ତ ଓ ମୃତ ସଂଖ୍ୟାରେ ଏହା ପୁରୁଣା ରେକର୍ଡକୁ ଭାଙ୍ଗି ଦେଇଛି । ଏଥିସହ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୩୮ ହଜାର ୬୩୫ ଏବଂ ମୃତ୍ୟୁ ସଂଖ୍ୟା ୨୯ ହଜାର ୮୬୧ କୁ ବୃଦ୍ଧି ପାଇଛି । ୭,୮୨,୬୦୬ ସୁସ୍ଥ ହୋଇଥିବା ବେଳେ ଏବଂ ଆକ୍ଟିଭ୍ କେସ୍ ଅଛନ୍ତି ୪,୨୬, ୧୬୭ । ମହାରାଷ୍ଟ୍ରରେ ୩ ଲକ୍ଷ ୩୭ ହଜାର ୬୦୭ ଆକ୍ରାନ୍ତ ଏବଂ ୧୨,୫୫୬ ମୃତ୍ୟୁବରଣ କରିଛନ୍ତି ।
ସେହିଭଳି ରାଜ୍ୟରେ ଗତ ୨୪ ଘଣ୍ଟାରେ ରେକର୍ଡ ୧୨୬୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗୋଟେ ଦିନରେ ଏତେ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟରେ ଏହା ରେକର୍ଡ ସୃଷ୍ଟି କରିଛି । ଗଞ୍ଜାମ ଜିଲ୍ଲାରୁ ଆକ୍ରାନ୍ତଙ୍କ ସଂଖ୍ୟା ବି ରେକର୍ଡ ଭାଙ୍ଗିଛି । ଜିଲ୍ଲାରୁ ବାହାରିଛନ୍ତି ୫୪୦ ଆକ୍ରାନ୍ତ । ଦ୍ୱିତୀୟ ସର୍ବାଧିକ ଜିଲ୍ଲା ଭାବେ ଖୋର୍ଦ୍ଧାରୁ ୧୩୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂଆ ଚିହ୍ନଟ ୧୨୬୪ ଆକ୍ରାନ୍ତଙ୍କ ମଧ୍ୟରୁ ୪୧୭ ଜଣ ସ୍ଥାନୀୟ ସଂକ୍ରମଣର ଶିକାର ହୋଇଛନ୍ତି ।
ଏଥିସହ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨୧ ହଜାର ପାର୍ ହୋଇଛି । ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୨୧ ହଜାର ୯୯ ରେ ପହଞ୍ଚିଛି । ୧୩,୭୪୯ ସୁସ୍ଥ ହୋଇଥିବାରୁ ଏବେ ଆକ୍ଟିଭ୍ ଆକ୍ରାନ୍ତଙ୍କ ସଂଖ୍ୟା ୭ ହଜାର ୨୦୫ ।
ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା ସହ ମୃତ୍ୟୁ ସଂଖ୍ୟା ବି ବଢ଼ିଚାଲିଛି । ଗତ ୨୪ ଘଣ୍ଟାରେ ଆଉ ୬ ଜଣଙ୍କର ମୃତ୍ୟୁ ହୋଇଛି । ଏକ ନମ୍ବର ହଟସ୍ପଟ୍ ଜିଲ୍ଲା ଗଞ୍ଜାମରୁ ୫ ଜଣ ଏବଂ ଦ୍ୱିତୀୟ ହଟସ୍ପଟ୍ ଜିଲ୍ଲା ଖୋର୍ଦ୍ଧାରୁ ଜଣଙ୍କର ମୃତ୍ୟୁ ହୋଇଛି । ଏହାକୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧୧୪ କୁ ବୃଦ୍ଧି ପାଇଛି । ଏହାକୁ ଛାଡ଼ି କରୋନା ଆକ୍ରାନ୍ତ ୩୧ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଥିବା ଦର୍ଶାଯାଉଛି । କେବଳ ଗଞ୍ଜାମରୁ କରୋନା ୬୭ ଜଣଙ୍କର ଜୀବନ ନେଇଥିଲା ବେଳେ ଖୋର୍ଦ୍ଧା ଜିଲ୍ଲାରୁ ୧୫ ଜଣଙ୍କର ଜୀବନ ନେଲାଣି ।
ଆଜି କେଉଁ ଜିଲ୍ଲାରୁ କେତେ ଆକ୍ରାନ୍ତ
ଅନୁଗୁଳ-୭, ବାଲେଶ୍ୱର-୯, ବରଗଡ଼-୨୪, ଭଦ୍ରକ-୩୦,ବୌଦ୍ଧ-୨, କଟକ-୪୭, ଢ଼େଙ୍କାନାଳ-୬, ଗଜପତି-୭୪, ଗଞ୍ଜାମ-୫୪୦, ଜଗତସିଂହପୁର-୪, ଯାଜପୁର-୧୭, ଝାରସୁଗୁଡ଼ା-୩, କଳାହାଣ୍ଡି-୭, କନ୍ଧମାଳ-୨୯, କେନ୍ଦ୍ରାପଡ଼ା-୮, କେନ୍ଦୁଝର-୨୫, ଖୋର୍ଦ୍ଧା-୧୩୭, କୋରାପୁଟ-୨୭, ମୟୁରଭଞ୍ଜ-୧୫, ନବରଙ୍ଗପୁର-୪,ନୟାଗଡ଼-୬୧, ନୂଆପଡ଼ା-୧, ପୁରୀ-୨୨, ରାୟଗଡ଼ା-୮୪, ସମ୍ବଲପୁର-୨୦, ସୁନ୍ଦରଗଡ଼-୬୦ ।