ଭୁବନେଶ୍ୱର: ୨୨ ତାରିଖରେ ପଜିଟିଭ୍ ଥିଲେ ୧୦୭୮ । ୨୩ରେ ୧୨୬୪ । ୨୪ରେ ୧୫୯୪ । ୨୫ରେ ୧୩୨୦ । ଆଜି ପଜିଟିଭ୍ ଙ୍କ ସଂଖ୍ୟା ୧୩୭୬ । ଏହିଭଳି ଲଗାତର ଭାବେ ରାଜ୍ୟରୁ ପ୍ରତିଦିନ ହଜାର ଉପରେ ବାହାରୁଛନ୍ତି କରୋନା ରୋଗୀ । ଏଥିସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୫ ହଜାର ପାର୍ ହୋଇଛି । ଗତ ୨୪ ଘଣ୍ଟାରେ ୩୦ଟି ଯାକ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ୧୩୭୬ ଆକ୍ରାନ୍ତ । ଏମାନଙ୍କ ମଧ୍ୟରୁ ୪୫୯ ଲୋକାଲ୍ କଣ୍ଟାକ୍ଟରୁ ସଂକ୍ରମିତ ହୋଇଛନ୍ତି । ଗଞ୍ଜାମରେ ସୁଧୁରୁନାହିଁ ସ୍ଥିତି । ଜିଲ୍ଲାରୁ ଆଜି ମଧ୍ୟ ସର୍ବାଧିକ ୪୮୪ ପଜିଟିଭ୍ ଅଛନ୍ତି । ସେଭଳି ଖୋର୍ଦ୍ଧା ଜିଲ୍ଲାରୁ ଅଛନ୍ତ ୧୮୭ ପଜିଟିଭ୍ ।
ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା ବି ବଢ଼ି ଚାଲିଛି । ଗତକାଲି ୧୦ ଜଣଙ୍କ ମୃତ୍ୟୁ ହୋଇଥିଲା ବେଳେ ଆଜି ଆଉ ୧୦ ଜଣଙ୍କର ଜୀବନ ନେଇଛି କରୋନା । ଗଞ୍ଜାମରୁ ସର୍ବାଧିକ ୬ ଜଣ ପ୍ରାଣ ହରାଇଥିବା ବେଳେ ଖୋର୍ଦ୍ଧାରୁ ୨, ଗଜପତି ଓ ସୁନ୍ଦରଗଡ଼ରୁ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି । ଏଥିସହ ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା ୧୪୦ କୁ ବୃଦ୍ଧି ପାଇଛି । କେବଳ ଗଞ୍ଜାମ ଜିଲ୍ଲାରୁ ୭୯ ଜଣଙ୍କର ମୃତ୍ୟୁ ହେଲାଣି । ଖୋର୍ଦ୍ଧା ଜିଲ୍ଲାରୁ ମୃତ୍ୟୁସଂଖ୍ୟା ୧୭ ।
ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୫ ହଜାର ୩୮୯ରେ ପହଞ୍ଚିଛି । ୧୫ ହଜର ୯୨୯ ସୁସ୍ଥ ହୋଇସାରିଥିବାରୁ ଏବେ ଆକ୍ଟିଭ୍ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୯ ହଜାର ୨୮୬ ।
ଅନ୍ୟପଟେ ଦେଶରେ ଗତ ୨୪ ଘଣ୍ଟାରେ ୪୮ ହଜାର ୬୬୧ ଆକ୍ରାନ୍ତ ହୋଇଥିବା ବେଳେ ୭୦୫ ଜଣଙ୍କର ଜୀବନ ନେଇଛି କରୋନା । ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩ ଲକ୍ଷ ୮୫ ହଜାରରେ ପହଞ୍ଚିଛି । ସେହିଭଳି ମୃତ୍ୟୁସଂଖ୍ୟା ହୋଇଛି ୩୨ ହଜାର ୬୩ ।
ଆଜି କେଉଁ ଜିଲ୍ଲାରୁ କେତେ ଆକ୍ରାନ୍ତ
ଅନୁଗୁଳ-୫, ବାଲେଶ୍ୱର-୨୯, ବରଗଡ଼-୭, ଭଦ୍ରକ-୧୦, ବଲାଙ୍ଗୀର-୧୯, ବୌଦ୍ଧ-୮, କଟକ-୭୫, ଦେବଗଡ଼-୧୧, ଢ଼େଙ୍କାନାଳ-୧୫, ଗଜପତି-୭୪, ଗଞ୍ଜାମ-୪୮୪, ଜଗତସିଂହପୁର-୧୧, ଯାଜପୁର-୮, ଝାରସୁଗୁଡ଼ା-୬, କଳାହାଣ୍ଡି-୧୧, କନ୍ଧମାଳ-୧୨, କେନ୍ଦ୍ରାପଡ଼ା-୧୧, କେଉଁଝର-୧୦୩, ଖୋର୍ଦ୍ଧା-୧୮୭, କୋରାପୁଟ-୭, ମାଲକାନଗିରି-୧୫, ମୟୁରଭଞ୍ଜ-୨୨, ନବରଙ୍ଗପୁର-୨୧, ନୟାଗଡ଼-୩୦, ନୂଆପଡ଼ା-୪, ପୁରୀ-୯୧, ରାୟଗଡ଼ା-୪୫, ସମ୍ବଲପୁର-୧୭, ସୋନପୁର-୫, ସୁନ୍ଦରଗଡ଼-୩୩ ।