Monday, May 25, 2026 08:29 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଆଗେ ଦିଲ୍ଲୀପ, ପଛେ ବିଜୟ !

by Our Correspondent
23 Apr, 2017- 09:11 PM
in Latest News, Politics
0
ଆଗେ ଦିଲ୍ଲୀପ, ପଛେ ବିଜୟ !

ଭୁବନେଶ୍ୱର: ବିଜେପି ହେଭୱେଟ୍ ତଥା ରାଉରକେଲା ବିଧାୟକ ଦିଲ୍ଲୀପ ରାୟ ବିଜେଡ଼ିକୁ ଫେରିଯିବେ । ତାହା ପୁଣି ଡେରି ନାହିଁ । ଯୋଜନା ଠିକଠାକ୍ ଚାଲିଲେ ଚଳିତ ସପ୍ତାହରେ ଆନୁଷ୍ଠାନିକ ଭାବେ ଦିଲ୍ଲୀପ ବିଜେଡ଼ିରେ ଯୋଗଦେବେ ବୋଲି ନିର୍ଭରଯୋଗ୍ୟ ସୂତ୍ରରୁ ଜଣାପଡ଼ିଛି । ସୂଚନା ଅନୁଯାୟୀ, ବିଜେଡ଼ି ସୁପ୍ରିମୋ ଆଗ୍ରହୀ ଦିଲ୍ଲୀପଙ୍କୁ ସବୁଜ ସଙ୍କେତ ଦେଇସାରିଛନ୍ତି । ତେବେ ଦିଲ୍ଲୀପ ଏକା ନୁହଁନ୍ତି, ସାଙ୍ଗରେ ଆଉ ୩ ଜଣ ବିଜେପି ବିଧାୟକଙ୍କୁ ନେଇ ଆସିବେ ବୋଲି କଥାବାର୍ତ୍ତା ଚାଲିଛି । ସେମାନେ ହେଉଛନ୍ତି ଖରିଆର ବିଧାୟକ ଦୁର୍ଯୋଧନ ମାଝୀ, ଦେଓଗଡ଼ ବିଧାୟକ ନିତେଶ ଗଙ୍ଗଦେବ ଏବଂ ବ୍ରଜରାଜନଗର ବିଧାୟିକା ଶ୍ରୀମତୀ ରାଧାରାଣୀ ପଣ୍ଡା । ୧୦ ବିଧାୟକ ବିଶିଷ୍ଟ ରାଜ୍ୟ ବିଜେପିରେ ୪ ବିଧାୟକ ଏକା ସାଙ୍ଗରେ ଦଳ ଛାଡ଼ିଲେ ଦଳ ବଦଳ ନିରୋଧ ଆଇନ ଲାଗୁ ହେବ ନାହିଁ ଏବଂ ବିଜେଡ଼ିରେ ମିଶିଲେ ବି ସେମାନଙ୍କ ବିଧାୟକ ପଦ ରଦ୍ଦ ହେବ ନାହିଁ । ଏହାକୁ ଆଖିରେ ରଖି କଥାବାର୍ତ୍ତା ଚାଲିଥିବା ନିର୍ଭରଯୋଗ୍ୟ ସୂତ୍ରରୁ ଜଣାପଡ଼ିଛି । ଯଦି ଏହା ସଫଳ ହେବ ନାହିଁ ତେବେ ଦିଲ୍ଲୀପ ରାୟ ଏକା ବିଜେଡ଼ି ଆସିବେ ବୋଲି ଆପାତତଃ ଯୋଜନା ସରିଛି ।

ବିଜେଡ଼ି ରାଜନୀତି ପାଇଁ ଏହା ବଡ଼ ଘଟଣା ହେବାକୁ ଯାଉଥିଲା ବେଳେ ବିଜେପି ପାଇଁ ମଧ୍ୟ କମ୍ ନୁହେଁ । ପଞ୍ଚାୟତ ନିର୍ବାଚନରେ ଦଳର ସଫଳତାରେ ଧର୍ମେନ୍ଦ୍ର ପ୍ରଧାନଙ୍କ ମାର୍ଫତଦାରି ରାଜ୍ୟ ବିଜେପି ଏବେ ଫୁଟାଣିରେ ବୁଡ଼ିରହିଛି । ବିଜେଡ଼ିରୁ ବହୁ ନେତା ଏପରିକି କିଛି ମନ୍ତ୍ରୀ ଓ ବିଧାୟକ ବିଜେପିରେ ଯୋଗଦେବେ ବୋଲି ନେତାମାନେ ବାହାସ୍ଫୋଟ ମାରୁଛନ୍ତି । ଏଭଳିସ୍ଥିତିରେ ଓଲଟି ବିଜେପିକୁ ଫଟାଇ ସେମାନଙ୍କ ବିଧାୟକଙ୍କୁ ଟାଣିବାକୁ ବିଜେଡ଼ି ଯୋଜନା ପ୍ରସ୍ତୁତ କରିଛି । ଏହି ଯୋଜନାରେ ଦିଲ୍ଲୀପ ରାୟ ଓ ତାଙ୍କ ଟିମ୍ ବିଜେଡ଼ିର ପ୍ରଥମ ଟାର୍ଗେଟ୍ ହୋଇଛନ୍ତି । ଗୋଟିଏ ସୂତ୍ରର ଖବର ଅନୁଯାୟୀ, ନବୀନଙ୍କ ଦିଲ୍ଲୀ ରହଣି କାଳରେ ସେଠାରେ ଏହି ମିଶ୍ରଣ ପର୍ବ ହେବ । ତାହା ନ ହେଲେ ୩୦ ତାରିଖ ମଧ୍ୟରେ ନବୀନ ନିବାସରେ ଏହା ସମ୍ପନ୍ନ ହେବ ବୋଲି ସୂଚନା ମିଳିଛି ।

ଆହୁରି ଗୁରୁତ୍ୱପୂର୍ଣ୍ଣ କଥା ହେଲା, ବିଜୟ ମହାପାତ୍ର ମଧ୍ୟ ବିଜେଡ଼ିକୁ ଫେରିବା ପାଇଁ ଆଗ୍ରହୀ ହୋଇଥିବା ଏବଂ ଏ ନେଇ ପ୍ରାରମ୍ଭିକ ଆଲୋଚନା ହୋଇଥିବା କୁହାଯାଉଛି । ଦିଲ୍ଲୀପ ଓ ବିଜୟ ଏକାଠି ବିଜେଡ଼ିକୁ ଫେରିବା ପାଇଁ କଥାବାର୍ତ୍ତା ଆରମ୍ଭ ହୋଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ବିଜୟଙ୍କ ସମ୍ପର୍କରେ ନିଷ୍ପତ୍ତି ଅସ୍ପଷ୍ଟ ରହିଛି । ଏ ସମ୍ପର୍କରେ ନବୀନଙ୍କ ମନକଥା ଜଣାପଡିନାହିଁ । ତେବେ ଦିଲ୍ଲୀପଙ୍କ ପରେ ପରେ ବିଜୟ ବିଜେଡ଼ିକୁ ଫେରିବା କଥାକୁ ଏଡାଯାଇ ନ ପାରେ ବୋଲି ନବୀନଙ୍କ ନିକଟତ୍ତମ ମହଲରୁ ସୂଚନା ମିଳିଛି ।

ସୂଚନାଯୋଗ୍ୟ, ବିଜେଡ଼ିର ଏହି ପୁରଣା ଦୁଇ ଷ୍ଟଲୱର୍ଟ ତଥା ବିଜୁ ଅନୁଗାମୀ ନବୀନଙ୍କ ନଜରରେ ବିଭୀଷଣ ହୋଇଥିଲେ । ସମୟକ୍ରମେ ଦୁହେଁ ବିଜେପିକୁ ଆସିଥିଲେ ମଧ୍ୟ ଦଳ ପାଇଁ ସେମାନେ ଅଲୋଡ଼ା ହୋଇଯାଇଛନ୍ତି । ଧର୍ମେନ୍ଦ୍ରଙ୍କ ରାଜ୍ ଆଗରେ ଦୁହେଁ ହାର୍ ମାନିଛନ୍ତି । ନିଜର ବିଧାୟକ ପଦକୁ ଧରି ଦିଲ୍ଲୀପ ନିଜର ସ୍ଥିତି ସମ୍ଭାଳିଥିବା ବେଳେ ବିଜୟ କିନ୍ତୁ ସାତ ପାଞ୍ଜିରୁ ଯାଇଛନ୍ତି । ଦୁହେଁ ବିଜେଡ଼ିକୁ ଫେରିଲେ ଓଡ଼ିଶା ରାଜନୀତି ପାଇଁ ଏକ ଚମକପ୍ରଦ ଘଟଣା ହେବ ବୋଲି କୁହାଯାଉଛି ।

Previous Post

ଧର୍ମେନ୍ଦ୍ରଙ୍କୁ ପାନେ ଦେଲେ ସାମ୍ବାଦିକ

Next Post

ଆଇନ ଶାଖା ମୁଖ୍ୟଙ୍କୁ ବେଆଇନ ସରକାରୀ ନିଯୁକ୍ତି

Next Post
ଆଇନ ଶାଖା ମୁଖ୍ୟଙ୍କୁ ବେଆଇନ ସରକାରୀ ନିଯୁକ୍ତି

ଆଇନ ଶାଖା ମୁଖ୍ୟଙ୍କୁ ବେଆଇନ ସରକାରୀ ନିଯୁକ୍ତି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA