ଭୁବନେଶ୍ୱର: ଗଞ୍ଜାମରୁ ୧, କଟକରୁ ୧, ବାଲେଶ୍ୱରରୁ ୩ ଏବଂ ରାଉରକେଲାରୁ ୧ । ଏହିଭଳି ଆଜି ଆଉ ୬ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏମାନଙ୍କୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୭୫ କୁ ବୃଦ୍ଧି ପାଇଛି ।
ଗଞ୍ଜାମର ନୂଆ ଆକ୍ରାନ୍ତଙ୍କ ବୟସ ୧୮ ବର୍ଷ ଏବଂ ସେ ସୁରତରୁ ଫେରି କ୍ୱାରେଣ୍ଟାଇନ୍ ରେ ଥିଲେ । କଟକ ଜିଲ୍ଲାର ଆକ୍ରାନ୍ତଙ୍କ ଘର ତିଗିରିଆରେ ଏବଂ ତାଙ୍କର ବୟସ ୩୪ ବର୍ଷ । ସେ ମଧ୍ୟ ସୁରତରୁ ଫେରିଥିଲେ ।
ବାଲେଶ୍ୱରରୁ ଆକ୍ରାନ୍ତଙ୍କ ମଧ୍ୟରେ ଅଛନ୍ତି ଦୁଇଜଣ ମହିଳା ଏବଂ ଜଣେ ପୁରୁଷ । ୫୦ ବର୍ଷୀୟା ମହିଳା ଏବଂ ୨୬ ବର୍ଷୀୟ ଯୁବକ ପଶ୍ଚିମବଙ୍ଗ ଫେରନ୍ତା ହୋଇଥିବା ୪୦ ବର୍ଷୀୟା ଅନ୍ୟ ମହିଳାଙ୍କର ଟ୍ରାଭେଲ୍ ହିଷ୍ଟ୍ରି ଜଣାପଡ଼ିନାହିଁ । ଏହି ତିନିଙ୍କୁ ମିଶାଇ ବାଲେଶ୍ୱରରୁ ଆକ୍ରାନ୍ତଙ୍କ ସଂଖ୍ୟା ୨୪ ରେ ପହଞ୍ଚିଛି ।
ରାଉରକେଲାର ଆକ୍ରାନ୍ତ ବ୍ୟକ୍ତିଙ୍କର ବୟସ ୪୯ ବର୍ଷ ଏବଂ ସେ ମଧ୍ୟ କୋଲକତାରୁ ଫେରିଛନ୍ତି । ସେଠାରୁ ଆସି କ୍ୱାରେଣ୍ଟାଇନ୍ ରେ ଥିଲେ ।
ଆଜିର ସର୍ବଶେଷ ତଥ୍ୟ ଅନୁଯାୟୀ, ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୭୫ । ସେଥିମଧ୍ୟରୁ ଜଣେ ମୃତ୍ୟୁବରଣ କରିଥିବା ବେଳେ ୬୦ ଜଣ ସୁସ୍ଥ ହୋଇଛନ୍ତି । ବର୍ତ୍ତମାନ ଆକ୍ଟିଭ୍ ରୋଗୀଙ୍କ ସଂଖ୍ୟା ରହିଛି ୧୧୪ ।
ଜିଲ୍ଲାୱାରୀ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ଯାଜପୁର- ୫୨, ଖୋର୍ଦ୍ଧା-୪୭, ବାଲେଶ୍ୱର-୨୪, ଭଦ୍ରକ-୨୧, ସୁନ୍ଦରଗଡ଼-୧୨, ବଲାଙ୍ଗୀର-୨, କଟକ-୨, ଗଞ୍ଜାମ-୩, ଢ଼େଙ୍କାନାଳ-୧, କଳାହାଣ୍ଡି-୨, କେନ୍ଦ୍ରାପଡ଼ା-୨, କୋରାପୁଟ-୧, ପୁରୀ-୧, ଝାରସୁଗୁଡ଼ା-୨, ଦେବଗଡ଼-୧, କେନ୍ଦୁଝର-୨ ।