ଭୁବନେଶ୍ୱର: ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ପୂର୍ବରୁ ଜଣେ ମୃତ୍ୟୁବରଣ କରିଥିବାରୁ ଏବେ କରୋନା ମୃତ୍ୟୁ ସଂଖ୍ୟା ୨ ହୋଇଛି । ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗର ୱେବସାଇଟ୍ ରେ ଏହି ତଥ୍ୟ ଦିଆଯାଇଛି । ଦ୍ୱିତୀୟ ମୃତକ କେତେ ନମ୍ବର ଆକ୍ରାନ୍ତ ତାହା ସ୍ପଷ୍ଟ ହୋଇ ନ ଥିଲେ ମଧ୍ୟ ସେ ଖୋର୍ଦ୍ଧା ଜିଲ୍ଲାର ବୋଲି ଜଣାପଡ଼ିଛି ।
ସେପଟେ ରାଜ୍ୟରେ ଆଉ ଜଣେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ନୂଆ ଆକ୍ରାନ୍ତଙ୍କ ଘର ଗଞ୍ଜାମ ଜିଲ୍ଲାରେ । ତାଙ୍କୁ ମିଶାଇ ଗଞ୍ଜାମରେ ୪ ଜଣ ଆକ୍ରାନ୍ତ ଚିହ୍ନଟ ହେଲେଣି । ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୭୭ କୁ ବୃଦ୍ଧି ପାଇଛି । ୬୦ ଜଣ ସୁସ୍ଥ ହୋଇଥିବାରୁ ଆକ୍ଟିଭ୍ ଆକ୍ରାନ୍ତଙ୍କ ସଂଖ୍ୟା ଏବେ ୧୧୫ ।








