ଭୁବନେଶ୍ୱର: ରାଜ୍ୟର ଦ୍ୱିତୀୟ କରୋନା ମୃତ ବ୍ୟକ୍ତିଙ୍କ ସମ୍ପର୍କରେ ସ୍ୱାସ୍ଥ୍ୟ ବିଭାଗରୁ ସବିଶେଷ ତଥ୍ୟ ମିଳିଛି । ମୃତ କରୋନା ଆକ୍ରାନ୍ତଙ୍କ ଘର ଭୁବନେଶ୍ୱରର ମଧୁସୂଦନ ନଗରରେ । ୭୭ ବର୍ଷ ବୟସ୍କ ଏହି ବୃଦ୍ଧଙ୍କର ଉଚ୍ଚ ରକ୍ତଚାପ, ଡାଇବେଟିସ୍ ଏବଂ ହୃଦରୋଗ ଭଳି ଜଟିଳ ସମସ୍ୟା ଥିଲା । ତେବେ କରୋନାରେ ଆକ୍ରାନ୍ତ ହେବା ପରେ କିମସ୍ କୋଭିଡ୍ ହସ୍ପିଟାଲ୍ ରେ ଭର୍ତ୍ତି ହୋଇଥିଲେ । ଗତକାଲି ରାତିରେ ତାଙ୍କର ମୃତ୍ୟୁ ହୋଇଛି ।
ସୂଚନାଯୋଗ୍ୟ, ଗତ ୨୯ ତାରିଖରେ ଉକ୍ତ ବୃଦ୍ଧଙ୍କର କୋଭିଡ୍ ଟେଷ୍ଟ ପଜିଟିଭ୍ ବାହାରିଥିଲା । ଭୁବନେଶ୍ୱରର ସେ ୪୭ ନଂ କେସ୍ ହୋଇଥିବା ବେଳେ ରାଜ୍ୟର ୧୧୯ ନଂ ଆକ୍ରାନ୍ତ । ମଧୁସୂଦନନଗରର ୪୧ ନଂ ଆକ୍ରାନ୍ତଙ୍କର ସେ ନିକଟ ସମ୍ପର୍କୀୟ ।
ରାଜ୍ୟର ପ୍ରଥମ କରୋନା ମୃତ୍ୟୁର ଶିକାର ହୋଇଥିଲେ ଭୁବନେଶ୍ୱର ଝାରପଡ଼ାର ଜଣେ ୭୨ ବର୍ଷ ବୟସ୍କ ବୃଦ୍ଧ । ଏପ୍ରିଲ୍ ୬ ତାରିଖରେ ଏମସ୍ ରେ ତାଙ୍କର ମୃତ୍ୟୁ ହୋଇଥିଲା ।