ଦେଢ଼ ମାସ ହେବ ସାରା ଦେଶରେ ପଡ଼ିଛି ତାଲା । ଧୀରେ ଧୀରେ ତାଲା ଖୋଲିବାକୁ ଲକ୍ ଡାଉନ୍ 3.0ରେ ସରକାର କିଛିଟା କୋହଳ ପଦକ୍ଷେପ ନେଇଛନ୍ତି । କିନ୍ତୁ କରୋନାର ପ୍ରଭାବ କମିବା ବଦଳରେ ବଢ଼ି ବଢ଼ି ଚାଲିଛି । ଏଭଳି ସ୍ଥିତିରେ କିନ୍ତୁ ଚର୍ଚ୍ଚାର ସର୍ବାଗ୍ରେ ରହିଛି ‘ମଦ’ । କାହିଁକି ମଦକୁ ନେଇ ସବୁଠି ଏତେ ଚର୍ଚ୍ଚା ? କାହିଁକି ମଦ ଦୋକାନ ଆଗରେ ମେଲଣ ? କାହିଁକି ମଦ୍ୟ ସେବନକାରୀ ଓ ସରକାରଙ୍କୁ ଏତେ ସମାଲୋଚନା ?
ମଦର ସାମାଜିକ ଏବଂ ସ୍ୱାସ୍ଥ୍ୟଗତ ଅନର୍ଥ ଠାରୁ ଯଦି ଆର୍ଥିକ ଦିଗ ଭାରି ପଡୁଛି, ତେବେ ବୁଝିବାକୁ ହେବ ଯେ, ମଦ ବିନା ଦୁନିଆ ଚାଲିବା ଅସମ୍ଭବ । ଯାହା କରୋନା ମହାମାରୀ ବେଳେ ପ୍ରମାଣିତ ହୋଇଗଲା । ତେଣୁ ଏଥିରୁ ବୁଝିବାକୁ ହେବ ଯେ, ‘ମଦ’ ପ୍ରତି ଲୋକଙ୍କ ଯେତିକି ଆସକ୍ତି ରହିଛି, ସରକାରଙ୍କର ମଧ୍ୟ ସେହି ସମାନ ପରିମାଣରେ ଆଡିକ୍ଟେଡ୍ । ତେଣୁ ଏଭଳି ସ୍ଥିତିରେ ‘ମଦ’ ବିକ୍ରି ଏବଂ ‘ମଦ’ ବ୍ୟବହାର ଉପରେ ସରକାର ସ୍ୱତନ୍ତ୍ର ପଦକ୍ଷେପ ନେବାର ଆବଶ୍ୟକତା ରହିଛି ।
ଏକ ଦାୟିତ୍ୱବାନ ଗଣମାଧ୍ୟମ ହିସାବରେ ମିଡ୍ ଡେ ଓଡ଼ିଶା , ଏ କ୍ଷେତ୍ରରେ କିଛିଟା ପ୍ରସ୍ତାବ ଉପସ୍ଥାପନ କରୁଛି ।
-
ମିଡିଲ୍ ମ୍ୟାନଙ୍କୁ ହଟାଇ ସରକାର(ଅବକାରୀ ବିଭାଗ), ପ୍ରତ୍ୟକ୍ଷ ଭାବେ ମଦ ବିକ୍ରିକୁ ପରିଚାଳନା କରନ୍ତୁ । ଅର୍ଥାତ୍ ପ୍ରଥମେ ମଦ ବ୍ୟବସାୟୀଙ୍କ ଠାରୁ ଲାଇସେନ୍ସ ପ୍ରତ୍ୟାହାର କରାଯାଉ ।
-
ମଦ ବିକାକିଣାରେ ହାର୍ଡ କ୍ୟାସ୍ ବ୍ୟବହାରକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଉ । କେବଳ ଇ-ମନିରେ ହିଁ ମଦ କାରବାର କରାଯାଉ ।
-
ମଦ ପିଇବାକୁ ଚାହୁଁଥିବା ଲୋକଙ୍କ ପାଇଁ, ଅବକାରୀ ବିଭାଗ ସହ ସେମାନଙ୍କ ଆଧାର କାର୍ଡ ଲିଙ୍କ୍ କରିବା ବାଧ୍ୟତାମୂଳକ କରାଯାଉ ।