Wednesday, April 29, 2026 10:43 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଆରପାରିରେ ବରିଷ୍ଠ ସାମ୍ବାଦିକ ଦିଲ୍ଲୀପ ଶତପଥୀ

by Our Correspondent
09 Sep, 2019- 02:02 PM
in Latest News, News
1 min read
0
ଆରପାରିରେ ବରିଷ୍ଠ ସାମ୍ବାଦିକ ଦିଲ୍ଲୀପ ଶତପଥୀ
ଭୁବନେଶ୍ୱର: ବରିଷ୍ଠ ସାମ୍ବାଦିକ ତଥା ବିଜେନେସ୍ ଷ୍ଟାଣ୍ଡାର୍ଡର ରେସିଡେଣ୍ଟ ଏଡ଼ିଟର ଦିଲ୍ଲୀପ ଶତପଥୀ(୫୬)ଙ୍କର ପରଲୋକ ହୋଇଯାଇଛି । ଗତକାଲି ରାତି ୧୧.୩୦ରେ ଗୁରୁତର ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ କ୍ୟାପିଟାଲ୍ ହସ୍ପିଟାଲ୍ ରେ ଭର୍ତ୍ତି କରାଯାଇଥିଲା । ମାତ୍ର ରାତି ପ୍ରାୟ ଗୋଟାଏ ବେଳକୁ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ଶ୍ରୀ ଶତପଥୀଙ୍କ ବିୟୋଗ ସାମ୍ବାଦିକ ମହଲରେ ଶୋକର ଛାୟା ଖେଳାଇ ଦେଇଛି । ସତ୍ୟନଗରସ୍ଥିତ ବାସଭବନରେ ବହୁ ସାମ୍ବାଦିକ ଓ ବିଶିଷ୍ଟ ବ୍ୟକ୍ତିମାନେ ପହଞ୍ଚି ତାଙ୍କର ଶେଷ ଦର୍ଶନ କରିଛନ୍ତି । ତାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗଭୀର ଶୋକପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି ।
ଓଡ଼ିଶାର ସାମ୍ବାଦିକତା ଜଗତରେ ଦିଲ୍ଲୀପ ଶତପଥୀ ଥିଲେ ଜଣେ ଜଣାଶୁଣା ବ୍ୟକ୍ତିତ୍ୱ । ଅର୍ଥନୀତି ଓ ବ୍ୟବସାୟ ସାମ୍ବାଦିକତାରେ ତାଙ୍କର ଗଭୀର ଦକ୍ଷତା ଥିଲା । ରାଜନୈତିକ ବିଶାରଦ ଭାବେ ମଧ୍ୟ ତାଙ୍କର ଦକ୍ଷତା କିଛି କମ ନ ଥିଲା । ଅର୍ଥନୀତିଠାରୁ ସାମାଜିକ, ରାଜନୀତି ପର୍ଯ୍ୟନ୍ତ ବିଭିନ୍ନ ପ୍ରସଙ୍ଗରେ ତାଙ୍କର ଅଧ୍ୟୟନର ପରାକାଷ୍ଠା ବିଭିନ୍ନ ଟିଭି ଡିବେଟ୍ ରେ ଦେଖିବାକୁ ମିଳୁଥିଲା । ରେଭେନସା କଲେଜରୁ ଶିକ୍ଷା ଗ୍ରହଣ କରିଥିବା ଶ୍ରୀ ଶତପଥୀ ‘ଓଡ଼ିଶା ସନଟାଇମସ୍’ ରୁ ସାମ୍ବାଦିକତା କ୍ୟାରିୟର ଆରମ୍ଭ କରି ପରବର୍ତ୍ତୀ ସମୟରେ ବିଜନେସ୍ ଷ୍ଟାଣ୍ଡାର୍ଡରେ ଯୋଗଦେଇଥିଲେ । କେବଳ ଜଣେ ଉଚ୍ଚକୋଟିର ସାମ୍ବାଦିକ ନୁହଁନ୍ତି, ଜଣେ ଉଚ୍ଚ ବ୍ୟକ୍ତିତ୍ୱ ସମ୍ପନ୍ନ ମଣିଷ ଥିଲେ ଦିଲ୍ଲୀପ ଶତପଥୀ । ଜଣେ ସ୍ନେହୀ ଓ ଦରଦୀ ମଣିଷ ଭାବେ ତାଙ୍କର ପରିଚୟ ଥିଲା ।
ସୂଚନାଥାଉକି, ଶ୍ରୀ ଶତପଥୀ ଦୀର୍ଘ ୨୦ ବର୍ଷ ତଳେ କ୍ୟାନସର ରୋଗରେ ଆକ୍ରାନ୍ତ ହୋଇଥିଲେ । କିଛି ବର୍ଷ ତଳେ ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଥିଲେ ମଧ୍ୟ ବର୍ଷେ ତଳେ ସେହି ମାରାତ୍ମକ ରୋଗର ଲେଉଟାଣି ହୋଇଥିଲା । ନିୟମିତ ଚିକିତ୍ସାରେ ରହି ସବୁ କାର୍ଯ୍ୟ ସ୍ୱାଭାବିକ କରୁଥିଲେ । ମାତ୍ର ଗତକାଲି ରାତିରେ ହଠାତ୍ ତାଙ୍କର ହୃଦଘାତ୍ ହୋଇଥିଲା ।
କଟକରେ ଜନ୍ମଗ୍ରହଣ କରିଥିବା ଦିଲ୍ଲୀପ ଅବିବାହିତ ଥିଲେ । ସେମାନେ ଦୁଇ ଭାଇ ଓ ୫ ଭଉଣୀ । ବଡ଼ଭାଇ ଦୀନକୃଷ୍ଣ ଶତପଥୀ ନାଲକୋରେ ବରିଷ୍ଠ ଅଧିକାରୀ ଭାବେ କାର୍ଯ୍ୟ କରୁଥିଲେ । ଅପରାହ୍ନରେ ସତ୍ୟନଗର ଶ୍ମଶାନରେ ତାଙ୍କର ଶେଷକୃତ୍ୟ ହେବ ବୋଲି ପରିବାର ସୂତ୍ରରୁ ଜଣାପଡ଼ିଛି ।
Previous Post

ପୁରୀ ବିକାଶ ଏଜେଣ୍ଡାକୁ ସମର୍ଥନ କଲେ ଆମିକସ୍ କ୍ୟୁରି

Next Post

ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ: ୩ ମାସ କୋହଳ ହେଲା ଟ୍ରାଫିକ୍ ଧରପଗଡ଼

Next Post
ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ: ୩ ମାସ କୋହଳ ହେଲା ଟ୍ରାଫିକ୍ ଧରପଗଡ଼

ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ: ୩ ମାସ କୋହଳ ହେଲା ଟ୍ରାଫିକ୍ ଧରପଗଡ଼

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA