Friday, April 17, 2026 10:44 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Politics

ଆଳୁ ଖୋଳୁ ଖୋଳୁ ମହାଦେବ

by Our Correspondent
17 Apr, 2016- 05:55 AM
in Politics
1 min read
0
ଆଳୁ ଖୋଳୁ ଖୋଳୁ ମହାଦେବ

ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ସଞ୍ଜୟ ଦାସବର୍ମାଙ୍କ ଢ଼ୋଲ ଭିତରେ ଥୋଡାଏ ମୂଷା । ଯୁଆଡେ ଚାମୁଡ଼ିଲେ ସେୟାଡେ ବାଲୁ ବାଲୁ । ସମ୍ପତ୍ତିର ପାହାଡ ତୋଳିବାକୁ ମନକରି ସେ କ୍ଷମତାର ଯଥାସମ୍ଭବ ଦୁରୂପଯୋଗ କରିଛନ୍ତି । ଆଉ ସୁଚିନ୍ତିତ ଢ଼ଙ୍ଗରେ କରିଛନ୍ତି ଅନେକ ବେଆଇନ କାର୍ଯ୍ୟ । ଖୋଳତାଡ଼ ବେଳେ ନଗଦ ସାମନାକୁ ଆସିଛି ସଞ୍ଜୟଙ୍କର ଆଉ କିଛି ଜଘନ୍ୟ କାରବାର ।

୨୦୦୫ ପୂର୍ବରୁ ସଞ୍ଜୟ ଦାସବର୍ମା ଟିମ୍‌ ମିଡ଼ିଆ ପ୍ରାଇଭେଟ୍‌ ଲିମିଟେଡ଼ ନାଁରେ ଏକ ସଂସ୍ଥା ଗଢ଼ିଥିଲେ । ପରେ ପରେ ତାଙ୍କ ସଂସ୍ଥା ଚନ୍ଦ୍ରଶେଖରପୁର ମୌଜାରେ ଖବରକାଗଜ ଶିଳ୍ପ ନାଁରେ ଇଡ଼କୋରୁ ଦୁଇଟି ପର୍ଯ୍ୟାୟରେ ୨ ଏକର ୫ ଡିସିମିଲ୍‌ର ୩ ଟି ପ୍ଲଟ୍‌ ହାତେଇଥିଲେ । ଏହି ପ୍ଲଟ୍‌ ଗୁଡ଼ିକର ନମ୍ବର ହେଉଛି ୭/୧,୭/୬ ଏବଂ ୭/୭ । ସଞ୍ଜୟଙ୍କ ମାଲିକାନା ଥିବା ଟିମ୍‌ ମିଡ଼ିଆ ପ୍ରାଇଭେଟ୍‌ ଲିମିଟେଡ଼ ସଂସ୍ଥା ନାଁରେ ଆଲଟ୍‌ ଏହି ପ୍ଲଟ୍‌ ଗୁଡ଼ିକର ଲିଜ୍‌ ଡିଡ୍‌ ନଂ ଥିଲା ୧୨୯୨୦/୨୨.୧୨.୨୦୦୬ । ୨୦୦୯ ନିର୍ବାଚନ ପ୍ରାର୍ଥୀପତ୍ର ଦାଖଲ ବେଳେ ସଞ୍ଜୟଙ୍କ ଆଫିଡେଭିଟ୍‌ରେ ସେ ଏହା ଉଲ୍ଲେଖ କରିଥିଲେ । ୫୦୫ ଡିସିମିଲ୍‌ ବିଶିଷ୍ଟ ୭/୧ ଓ ୭/୬ ନମ୍ବର ପ୍ଲଟ୍‌ କୁ ସେ ୧୫,୮,୪୦୫ ଟଙ୍କାରେ କିଣିବା ଦର୍ଶାଇଥିଲା ବେଳେ ଦେଢ଼ ଏକର ବିଶିଷ୍ଟ ୭/୭ ନମ୍ବର ପ୍ଲଟ୍‌ କୁ ୪୧,୩୩,୩୧୭ ଟଙ୍କାରେ କିଣିଥିବା ଦର୍ଶାଇଥିଲେ ।

ଗୁରୁତ୍ୱପୂର୍ଣ୍ଣ କଥା, ୨୦୧୧ ମସିହା ବେଳକୁ ଇଡକୋର ଏହି ପ୍ଲଟ୍‌ ଟିମ୍‌ ମିଡ଼ିଆ ପ୍ରାଇଭେଟ୍‌ ଆଣ୍ଡ ହସ୍ପିଟାଲିଟି ଲିମିଟେଡ଼ ନାଁରେ ଦର୍ଜ ହୋଇଯାଇଥିଲା । ମୂଳ ଟିମ୍‌ ମିଡ଼ିଆ ପ୍ରାଇଭେଟ୍‌ ଲିମିଟେଡ଼ରେ ସଞ୍ଜୟ ମାଲିକ(ଏମଡ଼ି) ଥିଲା ବେଳେ କେବଳ ହସ୍ପିଟାଲିଟି ନାଁ ଯୋଡାରେ ସଂସ୍ଥାର ନୂଆ ଭର୍ସନ୍‌ କାଗଜପତ୍ରର ମାଲିକମଣ୍ଡଳୀ ଥିଲେ ସଞ୍ଜୟଙ୍କ ବାପା, ପତ୍ନୀ, ଶ୍ୱଶୁର ଓ ସଳା । ଆଶ୍ଚର୍ଯ୍ୟର କଥା, ଇଡ଼କୋ ସହ ପ୍ରଥମ ଲିଜ୍‌ ଡିଡ୍‌ ବାତିଲ ନ ହୋଇ ସେହି ତିନିଟି ପ୍ଲଟ୍‌କୁ ସଞ୍ଜୟଙ୍କ ଶ୍ୱଶୁର ଭୀମସେନ୍‌ ଜୟସିଂହଙ୍କ ମାଲିକାନାକୁ ରୂପାନ୍ତରିତ ଟିମ୍‌ ମିଡ଼ିଆ ଆଣ୍ଡ ହସ୍ପିଟାଲିଟି ପ୍ରାଇଭେଟ୍‌ ଲିମିଟେଡ଼ ସଂସ୍ଥା ନାଁକୁ ଚଢ଼ିଥିଲା ୨୬.୧୧.୨୦୧୧ରେ । ତାହା ପୁଣି ଅତ୍ୟନ୍ତ ତରବରିଆ ଭାବେ । ନିୟମ କହୁଛି, ଗୋଟିଏ ସଂସ୍ଥା ସହ ଲିଜ୍‌ ଡିଡ୍‌ ବିଧିବଦ୍ଧ ଭାବେ ବାତିଲ ହେଲା ପରେ ଯାଇ ଅନ୍ୟ ସଂସ୍ଥା ନାଁକୁ ଯିବା କଥା । ମାତ୍ର ସଞ୍ଜୟଙ୍କ ସଂସ୍ଥା କ୍ଷେତ୍ରରେ ଏହା ହୋଇନାହିଁ । ବିଡ଼ିଏଠାରୁ ପ୍ଲାନ୍‌ ଅନୁମୋଦନ ଦରଖାସ୍ତରେ ଲିଜ୍‌ ଡିଡ୍‌ ବାତିଲ ହୋଇଛି ବୋଲି ବିନା କାଗଜପତ୍ରରେ ଆଖି ଠଉରିଆ ଦର୍ଶାଯାଇଛି ।

ବିଡ଼ିଏର ପ୍ଲାନ୍‌ ଅନୁମୋଦନରେ ସବୁ ଚଞ୍ଚକତା ଧରି ପଡ଼ିଯାଇଛି । ସଞ୍ଜୟ ମନ୍ତ୍ରୀ ହେବା ପରେ ୨୨.୧୨.୨୦୧୪ ରେ ବିଡ଼ିଏ ସଂପୃକ୍ତ ପ୍ଲଟ୍‌ର ପ୍ଲାନ୍‌ ଅନୁମୋଦନ କରିଥିଲା । ଇସିରେ ପ୍ଲଟ୍‌ ମାଲିକ ସଞ୍ଜୟ ଦାସବର୍ମାଙ୍କ ଟିମ୍‌ ମିଡ଼ିଆ ପ୍ରାଇଭେଟ୍‌ ଲିମିଟେଡ଼ ବାହାରୁଥିବା ବେଳେ ବିଡ଼ିଏ ତାହାକୁ ଆଖି ବୁଜି ସଞ୍ଜୟଙ୍କ ଶ୍ୱଶୁରଙ୍କ ମାଲିକାନା ଦର୍ଶାଉଥିବା ଟିମ୍‌ ଇଣ୍ଡିଆ ଆଣ୍ଡ ହସ୍ପିଟାଲିଟି ପ୍ରାଇଭେଟ୍‌ ଲିମିଟେଡ଼ ସଂସ୍ଥା ନାଁରେ ଅନୁମୋଦନ ଦେଇଛି । ଅନ୍ୟପକ୍ଷରେ, ୭/୭ ନମ୍ବର ପ୍ଲଟ୍‌ଟି ପବ୍ଲିକ୍‌/ସେମି ପବ୍ଲିକ୍‌ ୟୁଜ୍‌ ଜୋନ୍‌ରେ ଯାଉଥିବାରୁ ତାହା ପ୍ରିଣ୍ଟିଂ ଇଣ୍ଡଷ୍ଟ୍ରି ପାଇଁ ନିଷେଦ୍ଧାଞ୍ଚଳ । ମାତ୍ର ମନ୍ତ୍ରୀଙ୍କ ମାମଲା ହୋଇଥିବାରୁ ବିଡ଼ିଏ କର୍ତ୍ତୃପକ୍ଷ ତାହାକୁ ସ୍ପତନ୍ତ୍ର କେସ୍‌ ଦର୍ଶାଇ ଅନୁମୋଦନ ଦେଇଛନ୍ତି ।
ତେବେ ବିଡ଼ିଏ ସଲାସୁତୁରାରେ ଏତିକିରେ ସରିନି ସଞ୍ଜୟଙ୍କ ବେଆଇନ କାରବାର । ୨୬.୧୧.୨୦୧୧ରେ ହୋଇଥିବା ଲିଜ୍‌ ଡିଡ୍‌ ସର୍ତ୍ତ ଅନୁଯାୟୀ ୬ ମାସ ଭିତରେ ସଂପୃକ୍ତ ପ୍ଲଟ୍‌ ଉପରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବା କଥା । ଆଉ ଦୁଇବର୍ଷ ଭିତରେ କାର୍ଯ୍ୟକ୍ଷମ ହେବା କଥା । ନଚେତ୍‌ ତାହା ଅକାମୀ ହୋଇଯିବା କଥା । ମାତ୍ର ତାହା ତ ହୋଇନି । ବରଂ ସର୍ତ୍ତ ଅନୁଯାୟୀ, ୨୦୧୩ ମସିହାରେ କାର୍ଯ୍ୟକ୍ଷମ ହେବାକୁ ଥିବା ସଂସ୍ଥା ପାଇଁ  ଘରର ପ୍ଲାନ୍‌ ଅନୁମୋଦନ ବିଡ଼ିଏ ୨୦୧୪ ମସିହାରେ କରିଛି । ଲିଜ୍‌ ଡିଡ୍‌ ର ସବୁ ସର୍ତ ଓ ଆଇନକାନୁନକୁ ସଞ୍ଜୟଙ୍କ ପାଇଁ ଆଖି ବୁଜିଦେଇଛି ବିଡ଼ିଏ । ଏଠାରେ ଉଲ୍ଲେଖଯୋଗ୍ୟ, ୨୦୧୪ ନିର୍ବାଚନ ବେଳେ ସଞ୍ଜୟ ଦାସବର୍ମା ନିଜ ସମ୍ପତ୍ତି ଆଫିଡେଭିଟ୍‌ରେ ଇଡକୋର ସେହି ତିନୋଟି ପ୍ଲଟ୍‌-୭/୧,୭/୬ ଏବଂ ୭/୭କୁ ପତ୍ନୀ ଶୈଳବାଳା ଦାସବର୍ମାଙ୍କ ନାଁରେ ଦର୍ଶାଛନ୍ତି । ପୂର୍ବ ଆଫିଡେଭିଟ୍‌ରେ ଏହା ସଞ୍ଜୟଙ୍କ ନାଁ ରେ ଥିଲା । ତେବେ ପତ୍ନୀଙ୍କ ଆୟର କୌଣସି ହିସାବ ଦେଇନାହାନ୍ତି ସଞ୍ଜୟ ।

Previous Post

ବୈଷ୍ଣୋଦେବୀଙ୍କ ଶରଣରେ ଗୁରୁ-ଶିଷ୍ୟ

Next Post

ପୁଲିସ ଜୁଲମ୍‌: ୪୩ଂ ତାତିରେ ସିଝିଲେ ୯୦ ବର୍ଷୀୟ ଦମ୍ପତ୍ତି

Next Post
ପୁଲିସ ଜୁଲମ୍‌: ୪୩ଂ ତାତିରେ ସିଝିଲେ ୯୦ ବର୍ଷୀୟ ଦମ୍ପତ୍ତି

ପୁଲିସ ଜୁଲମ୍‌: ୪୩ଂ ତାତିରେ ସିଝିଲେ ୯୦ ବର୍ଷୀୟ ଦମ୍ପତ୍ତି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16600 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5484 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA