Friday, April 17, 2026 05:10 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home News

ପୁଲିସ ଜୁଲମ୍‌: ୪୩ଂ ତାତିରେ ସିଝିଲେ ୯୦ ବର୍ଷୀୟ ଦମ୍ପତ୍ତି

by Our Correspondent
17 Apr, 2016- 01:27 PM
in News
1 min read
0
ପୁଲିସ ଜୁଲମ୍‌: ୪୩ଂ ତାତିରେ ସିଝିଲେ ୯୦ ବର୍ଷୀୟ ଦମ୍ପତ୍ତି

ନୟାଗଡ଼(ମିଡ-ଡେ ଓଡ଼ିଶା): ନୟାଗଡ଼ ଜିଲ୍ଲା ଫତେଗଡ଼ ଥାନା ଅନ୍ତର୍ଗତ ରାମପଡ଼ା ଗାଁର ୯୦ ବର୍ଷୀୟ ବୃଦ୍ଧ ବାନାମ୍ବର ସ୍ୱାଇଁ । ପତ୍ନୀ କାଞ୍ଚନଙ୍କ ବୟସ ୮୫ ରୁ ଅଧିକ । ଅସହାୟ ଏହି ଦମ୍ପତ୍ତି ଶନିବାର(ଏପ୍ରିଲ୍‌ ୧୬) ଦିନତମାମ ବସିଥିଲେ ଫତେଗଡ଼ ଥାନା ସାମନା ରାସ୍ତାକଡ଼ରେ । ପାଖରେ କେଉଁଠି ଯାଇ ଗଣ୍ଡେ ଖାଇବାକୁ କି ମୁନ୍ଦେ ପାଣି ପିଇଯିବାକୁ ଚାରା ନ ଥିଲା । ଥାନାବାବୁଙ୍କ ହୁକୁମ୍‌- କୁଆଡେ ଯାଇପାରିବନି, ସେଠି ବସିଥା, ଡାକିଲେ ଆସିବ । ପୂର୍ବଦିନ ଥାନାବାବୁ ଏହି ବୃଦ୍ଧ ଦମ୍ପତ୍ତିଙ୍କୁ ଅପରାହ୍ନ ୫ ଟାରେ ଥାନାକୁ ଡକାଇ ରାତି ୧୨ଟାରେ ଘରକୁ ଛାଡ଼ିଥିଲେ । ଦୁଇଦିନ ଯାକ ଭୋକ ଓପାସରେ ଖରାରେ ସିଝି ଥିବା ବୃଦ୍ଧ ଦମ୍ପତ୍ତିଙ୍କ ପାଇଁ ନିର୍ଦ୍ଦୟ ହୋଇଯାଇଥିଲେ ଥାନା ହାକିମ ।

ବୟସର ବୋଝରେ ଆଖିକୁ ଭଲ ଦିଶୁ ନ ଥିବା ଏବଂ ଦୁର୍ବଳରେ ଦେହ ଥରୁଥିବା ବାନାମ୍ବର ଓ କାଞ୍ଚନଙ୍କ ଦୋଷ, ନିଜର ୪୦/୪୫ ବର୍ଷୀୟା ସୁସ୍ଥ ସବଳ ବୋହୁକୁ କୁଆଡେ କାଠ ଫାଳିଆରେ ମାରି ମୁଣ୍ଡ ଫଟେଇ ଦେଇଛନ୍ତି । ଆଉ ବିନା ତଦନ୍ତରେ ଥାନାବାବୁଙ୍କର ବୁଢ଼ାବୁଢ଼ୀଙ୍କ ପାଇଁ ଏହା ଥିଲା ତାଲିବାନ୍‌ ଶାସ୍ତି । ଥାନାରେ ବୋହୁ ଯେ ଖାଲି ଏତଲା ଦେଇଛନ୍ତି ତାହା ନୁହେଁ । ବୁଢ଼ାବୁଢ଼ୀ ବି ପାଲଟା ଏତଲା ଦେଇଛନ୍ତି । ବୁଢ଼ାବୁଢ଼ୀ ତାଙ୍କ ଏତଲାରେ ନିଜ ବଡ଼ବୋହୁ ସେମାନଙ୍କୁ ନିର୍ଧୂମ୍‌ ବିଧାଚାପୁଡ଼ା ମାରି ମୁଣ୍ଡ ଫଟାଇ ଦେଇଥିବା ଲେଖିଛନ୍ତି । ତେବେ ଏହି ପାରିବାରିକ ଗଣ୍ଡଗୋଳରେ ରାଜନୀତିର ଗନ୍ଧ ଜାଣିବା ପରେ ଆମ ପ୍ରତିନିଧି ମାମଲାର ସତ୍ୟାସତ୍ୟ ଜାଣିବା ପାଇଁ ଶନିବାର ସକାଳୁ ସକାଳୁ ଯାଇ ପହଞ୍ଚିଥିଲେ ଫତେଗଡ଼ ଥାନାରେ । ଆଉ ସେଠାରେ ଯାଇ ଯାହା ଦେଖିଲେ ତାହା ଅବିକଳ ଏହିଭଳି ।

ଥାନାବାବୁ ସୁଧାକର ସାହୁଙ୍କ ନିର୍ଦେଶ ଅନୁଯାୟୀ ବୁଢ଼ାବୁଢ଼ୀ ସକାଳ ୮ଟା ସୁଦ୍ଧା ଥାନାରେ ହାଜର୍‌ ହୋଇଯାଇଥିଲେ । ବାହାରେ ଅପେକ୍ଷା କରିଥା, ଡାକିଲେ ଭିତରକୁ ଆସିବ ବୋଲି ଥାନାବାବୁ ନିର୍ଦେଶ ଦେବାରୁ ଅସହାୟ ବୁଢ଼ାବୁଢ଼ୀ ରାସ୍ତାକଡ ମୁଣ୍ଡଫଟା ଖରାରେ ଅପେକ୍ଷା କଲେ । ଦିନ ଗଡ଼ି ଗଡ଼ି ୧୨ ଟା ହୋଇଯାଇଥିଲେ ସୁଦ୍ଧା ନା ଥାନାବାବୁଙ୍କର ଡାକରା ଆସିଲା ନା ତାଙ୍କୁ ସେଠାରୁ ଯିବାକୁ ଅନୁମତି ଦିଆଗଲା । ଆମ ପ୍ରତିନିଧି ଏ ସମ୍ପର୍କରେ ଥାନାବାବୁଙ୍କୁ ପଚାରିଲାରୁ ସେ କହିଲେ ଅଭିଯୋଗକାରୀ ମହିଳାଙ୍କୁ ବି ଥାନାକୁ ଡକାଯାଇଛି । ସେ ଆସିଲେ ଯାଇ ଯାହା ହେବ । କିନ୍ତୁ ତାଙ୍କୁ କେତେବେଳକୁ ଡକାଯାଇଛି ବୋଲି ପ୍ରଶ୍ନ କଲାରୁ ଥାନାବାବୁ ଗାଲେଇବା ସହ ରାଗ ତମ ତମ ହୋଇଥିଲେ ।

ପାଖାପାଖି ୧ଟା ବେଳକୁ ଥାନାରେ ଦେଖିବାକୁ ମିଳିଲେ ଅଭିଯୋଗକାରିଣୀ ମହିଳାଙ୍କ ଭାଇ । ସେହି ବାବୁ ହେଉଛନ୍ତି ପେଶାରେ ସରକାରୀ ଡ୍ରାଇଭର । କିନ୍ତୁ  ବିଜେଡ଼ିର କୁଜିନେତା ଭାବେ ଅଞ୍ଚଳରେ ବେଶ୍‌ ପତିଆରା ତାଙ୍କର । ତାଙ୍କ ଆଗରେ ଥାନାବାବୁ ଜାକିଜୁକି ହୋଇପଡୁଥିଲେ । ତେବେ ଅପେକ୍ଷାରତ ବୁଢ଼ାବୁଢ଼ୀଙ୍କ ଦୁର୍ଦ୍ଦଶା ଦେଖି ଆମ ପ୍ରତିନିଧି ଥାନାବାବୁଙ୍କ ଦୃଷ୍ଟି ଆକର୍ଷଣ କଲାରୁ ଥାନାବାବୁ ସେମାନଙ୍କୁ ଡାକିଲେ । ମାତ୍ର ଥାନାବାବୁଙ୍କ ତୁଣ୍ଡ ଛଡ଼ାଇ ବୁଢ଼ାବୁଢ଼ୀଙ୍କ ଉପରେ ପ୍ରବଳ ହାର୍କିନ ଦେଖାଇଲେ କୁଜିନେତା । ତାହାକୁ ଥାନାବାବୁଙ୍କର ବି ଅକୁଣ୍ଠ ସମର୍ଥନ ଥିଲା । ତେବେ କେସ୍‌ ରେଜିଷ୍ଟ୍ରି ନାଁ କହି ଥାନାବାବୁ ବୁଢ଼ାବୁଢ଼ୀଙ୍କୁ ବାହାରେ ଯାଇ ପୁଣି ଅପେକ୍ଷା କର ବୋଲି ନିର୍ଦେଶ ଦେଲେ । ଇତିମଧ୍ୟରେ ଥାନାବାବୁ ଖାଇବା ପାଇଁ ବସାକୁ ଚାଲିଗଲେ ଏବଂ ଖାଇସାରି ଏସିରେ ଆରାମ୍‌ ରେ ଶୋଇଗଲେ । ସଂଧ୍ୟା ନଇଁଗଲା ପଛେ ଆଉ ଦେଖା ମିଳିଲେନି ।

ଏପଟେ ବୁଢ଼ାବୁଢ଼ୀ ସେମିତି ବସିଲେ ଥାନାବାବୁଙ୍କ ଡାକରା ଅପେକ୍ଷାରେ । ସେତେବେଳକୁ ଡହ ଡହ ଖରାରେ ସିଝି ସିଝି ଶେତା ପଡ଼ିଯାଇଥିଲେ ବୁଢ଼ାବୁଢ଼ୀ । ୪୩ଂର ପ୍ରଚଣ୍ଡ ତାତିରେ ବୃଦ୍ଧ ବାନାମ୍ବର ଦୁଇଥର ବେହୋସ ହୋଇଯାଇଥିଲେ । ଉଭୟଙ୍କ ପେଟରେ ଦୁଇ ଦିନ ହେଲା ଦାନା ପଡ଼ି ନ ଥିଲା କି ଡରରେ ପାଣି ବି ତଣ୍ଟିରେ ଯାଉ ନ ଥିଲା ।  ଥାନାବାବୁଙ୍କ ହୁକୁମ୍‌ କୁ ଅପେକ୍ଷା କରିଥିବା ବୁଢ଼ାବୁଢ଼ୀ ସେତେବେଳେକୁ ଭୟରେ ଥରୁଥିଲେ । ଯାହାକୁ ଦେଖୁଥିଲେ ଭୋ ଭୋ ହୋଇ କାନ୍ଦୁଥିଲେ । ତେବେ ଶେଷରେ ଜଣେ ଭଦ୍ରବ୍ୟକ୍ତିଙ୍କ ହସ୍ତକ୍ଷେପ ପରେ ଇନସ୍‌ପେକ୍ଟର ବୁଢ଼ାବୁଢ଼ୀଙ୍କୁ ଥାନାରୁ ଛାଡ଼ିଲେ । ମାମଲାରେ ଦୋଷୀ କିଏ ଏବଂ ଆଇନଗତ କାର୍ଯ୍ୟାନୁଷ୍ଠାନ ତ ଅଲଗା କଥା ମାତ୍ର ଯେଭଳି ଭାବେ ନିର୍ଦ୍ଦୟ ଥାନାବାବୁ ୯୦ ବର୍ଷର ବୁଦ୍ଧ ଦମ୍ପତ୍ତିକୁ ଦିନ ତମାମ ଖରାରେ ସିଝାଇଲେ ତାହା ମାନବିକ ମୂଲ୍ୟବୋଧ ରଖିଥିବା ଭଦ୍ର ସମାଜର କୌଣସି ବ୍ୟକ୍ତି ପାଇଁ ଆଦୌ ସହ୍ୟ ନୁହେଁ ।

Previous Post

ଆଳୁ ଖୋଳୁ ଖୋଳୁ ମହାଦେବ

Next Post

ଦୁର୍ଘଟଣା ନେଲା ୩୦ କଳାକାରଙ୍କ ଜୀବନ

Next Post
ଦୁର୍ଘଟଣା ନେଲା ୩୦ କଳାକାରଙ୍କ ଜୀବନ

ଦୁର୍ଘଟଣା ନେଲା ୩୦ କଳାକାରଙ୍କ ଜୀବନ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16600 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA