Friday, April 17, 2026 06:45 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home News

ଦୁର୍ଘଟଣା ନେଲା ୩୦ କଳାକାରଙ୍କ ଜୀବନ

by Our Correspondent
17 Apr, 2016- 06:56 PM
in News
1 min read
0
ଦୁର୍ଘଟଣା ନେଲା ୩୦ କଳାକାରଙ୍କ ଜୀବନ

ସମ୍ବଲପୁର(ମିଡ-ଡେ ଓଡ଼ିଶା): ଆଜି ସଂଧ୍ୟାରେ ଦେବଗଡ଼ ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ୩୦ ଜଣ କଳାକାରଙ୍କ ଜୀବନ ନେଇଯାଇଛି । ଦେବଗଡ଼ରୁ ଭାରତୀ ଗଣନାଟ୍ୟର ଯାତ୍ରା କଳାକାରଙ୍କୁ ସୋହେଲା ନେଉଥିବା ବସ୍‌ (ନମ୍ବର ଓଆର-୦୫-ଏବି-୯୫୩୫) ତିଳେଇବଣି ଗଇଲୋ ଘାଟିରେ ନିୟନ୍ତ୍ରଣ ହରାଇ ୩୦୦ ଫୁଟ ତଳକୁ ଖସିପଡ଼ିଥିଲା । ଅନ୍ଧାର ରାତି ସାଙ୍ଗକୁ ଘଞ୍ଚ ଜଙ୍ଗଲ ଭିତରେ ବସ୍‌ଟି ତଳେ କଚାଡ଼ି ହେଲାବେଳକୁ ଛିନ୍‌ଛତ୍ର ହୋଇଯାଇଥିଲା । ସେତେବେଳେ ବସ୍‌ରେ ୪୦ ଜଣ ଯାତ୍ରୀ ଥିଲେ । ବସ୍‌ ଭିତରେ ଚାପି ହୋଇ ୨୭ ଜଣଙ୍କର ଘଟଣାସ୍ଥଳରେ ପ୍ରାଣବାୟୁ ଉଡ଼ିଯାଇଥିଲା ବେଳେ ପରେ ପରେ ହସ୍ପିଟାଲ୍‌ ନେବା ବାଟରେ ଆଉ ୩ ଜଣଙ୍କର ମୃତ୍ୟୁ ହୋଇଛି ।
ଘନ ଅନ୍ଧାର ଯୋଗୁଁ ଘାଟିର ୩୦୦ ଫୁଟ ତଳେ ବସ୍‌ ରୁ ଆହତ ଯାତ୍ରୀଙ୍କୁ ଉଦ୍ଧାର କରିବା କଷ୍ଟସାଧ୍ୟ ହୋଇପଡ଼ିଛି । ରିପୋର୍ଟ ଲେଖା ହେଲାବେଳକୁ ୮ଟି ଅଗ୍ନିଶମ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ବଞ୍ଚି ଯାଇଥିବା ଯାତ୍ରୀଙ୍କୁ ବସ୍‌ ଭିତରୁ କଟର୍‌ ସାହାଯ୍ୟରେ ଉଦ୍ଧାର କରାଯାଉଛି । ଶେଷ ଖବର ଅନୁଯାୟୀ ଉଦ୍ଧାର ହୋଇଥିବା ୮ ଜଣଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ରହିଛ ଏବଂ ସେମାନଙ୍କ ଜୀବନ ବଞ୍ଚାଇବାକୁ ବୁର୍ଲା ଡାକ୍ତରଖାନା ନିଆଯାଇଛି ।
ବରଗଡ଼ ଜିଲ୍ଲା ରେମତାର ଯାତ୍ରା ପାର୍ଟି ହେଉଛି ଭାରତୀ ଗଣନାଟ୍ୟ । ବସ୍‌ରେ ମାଲିକ ସୀତାରାମ ପ୍ରଧାନ ମଧ୍ୟ ଯାତ୍ରା କରୁଥିଲେ । ତେବେ ସୀତାରାମଙ୍କ ସମେତ ଯାତ୍ରା ପାର୍ଟିର ମ୍ୟାନେଜର, ହୀରୋ, ହୀରୋଇନ୍‌, ଭିଲିଆନ୍‌ କେହି ବଞ୍ଚିନାହାନ୍ତି । ଦୁର୍ଘଟଣାର ଭୟାନକ ଦୃଶ୍ୟ ଆଖପାଖ ଅଞ୍ଚଳବାସୀଙ୍କ ହୃଦୟ ଚହଲାଇ ଦେଇଛି । ବସ୍‌ ଭିତରେ ଓ ବାହାରେ ରକ୍ତ ଜୁଡ଼ୁବୁଡୁ ଶବଗୁଡ଼ିକ ଛିନ୍‌ଛତ୍ର ହୋଇ ପଡ଼ିଛନ୍ତି । ଆହତଙ୍କ ଆର୍ତ୍ତ ଚିକ୍ରାରରେ ଫାଟି ପଡୁଛି ସମଗ୍ର ଅଞ୍ଚଳ । ଏହି ଲୋମଟାଙ୍କୁରା ଦୁର୍ଘଟଣାସ୍ଥଳରେ ସ୍ଥାନୀୟ ଲୋକଙ୍କ ଭିଡ଼ ଜମିଛି । ଖବର ପାଇ ପ୍ରଶାସନ କଳ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଚଳାଇଛି । ଘଟଣାସ୍ଥଳରେ ଦେବଗଡ଼ ଜିଲ୍ଲାପାଳ ଓ ଏସପିଙ୍କ ସମେତ ସମସ୍ତ ଅଧିକାରୀ ପହଞ୍ଚିଛନ୍ତି ।

Previous Post

ପୁଲିସ ଜୁଲମ୍‌: ୪୩ଂ ତାତିରେ ସିଝିଲେ ୯୦ ବର୍ଷୀୟ ଦମ୍ପତ୍ତି

Next Post

ମନ୍ତ୍ରୀଙ୍କ ଇସାରା: ରାତି ଅଧରେ ଟେକିନେଲା ପୁଲିସ

Next Post
ମନ୍ତ୍ରୀଙ୍କ ଇସାରା: ରାତି ଅଧରେ ଟେକିନେଲା ପୁଲିସ

ମନ୍ତ୍ରୀଙ୍କ ଇସାରା: ରାତି ଅଧରେ ଟେକିନେଲା ପୁଲିସ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16600 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA