ଭୁବନେଶ୍ୱର:ଏସିଆନ୍ ଗେମ୍ସରେ ପୁଣି ଚମକାଇଛନ୍ତି ଦୂତି ଚାନ୍ଦ । ମହିଳା ୨୦୦ ମିଟର ଦୌଡ଼ରେ ସେ ଆଜି ରୌପ୍ୟ ପଦକ ହାସଲ କରିଛନ୍ତି । ୨୩.୨ ସେକେଣ୍ଡରେ ୨୦୦ ମିଟର ଦୂର ଅତିକ୍ରମ କରି ସେ ଭାରତ ପାଇଁ ଆଉ ଏକ ଗୌରବ ଆଣିଛନ୍ତି । ପୂର୍ବରୁ ୧୦୦ ମିଟର ଦୌଡ଼ରେ ଦୂତି ପାଇଥିଲେ ରୌପ୍ୟ ପଦକ । ଏସିଆନ୍ ଗେମ୍ସରେ ଦୁଇଟି ରୌପ୍ୟ ଜିତି ସେ ଇତିହାସ ରଚିଛନ୍ତି ।
ଦୂତିଙ୍କ ଏହି ସଫଳତା ପରେ ତାଙ୍କ ପାଖକୁ ଅଭିନନ୍ଦନ ଓ ଶୁଭେଚ୍ଛାର ସୁଅ ଛୁଟିଛି । ସାରା ରାଜ୍ୟର କୋଣ ଅନୁକୋଣରୁ ତାଙ୍କୁ ଶୁଭେଚ୍ଛା ଆସୁଛି । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦୂତିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।