Saturday, May 30, 2026 09:42 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ମନଲାଖି ସାମ୍ବାଦିକଙ୍କୁ ସୁରଟ ପଠାଇଲା ବିଜେପି

by Our Correspondent
31 Aug, 2018- 04:01 PM
in Latest News, News
1 min read
0
ମନଲାଖି ସାମ୍ବାଦିକଙ୍କୁ ସୁରଟ ପଠାଇଲା ବିଜେପି
Spread the love
ଭୁବନେଶ୍ୱର: ଗୁଜୁରାଟର ସୁରଟରେ ପ୍ରବାସୀ ଓଡ଼ିଆଙ୍କ ସମର୍ଥନ ଯୋଗାଡ଼ ପାଇଁ ବିଜେପି ଜୋର୍ ଲଗାଇ ଦେଇଛି । ଏଥିପାଇଁ କିଛି ସାମ୍ବାଦିକଙ୍କୁ ଢ଼ାଲ କରାଯାଇଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରଚ୍ଛନ୍ନ ପୃଷ୍ଠପୋଷକତାରେ ଆୟୋଜିତ ‘ଓଡ଼ିଶା ପର୍ବ’ ର ବ୍ୟାପକ ପ୍ରଚାର ଓ ପ୍ରସାର ପାଇଁ ଏକ ୧୦ ଜଣିଆ ସାମ୍ବାଦିକ ଟିମ୍ କୁ ସୁରଟ୍ ପଠାଇଛି ବିଜେପି । ଆଜି ସକାଳୁ ଏହି ଟିମ୍ ଭୁବନେଶ୍ୱରରୁ ବିମାନରେ ମୁମ୍ବାଇ ହୋଇ ସୁରଟ୍ ଯାତ୍ରା କରିଛନ୍ତି । ସାମ୍ବାଦିକଙ୍କ ସତ୍କାରରେ ଯେଭଳି ସାମାନ୍ୟ ଅସୁବିଧା ନହୁଏ ସେଥିପ୍ରତି ଦଳ ପକ୍ଷରୁ ସବୁ ପ୍ରକାର ବ୍ୟବସ୍ଥା କରାଯାଇଛି । କେନ୍ଦ୍ରମନ୍ତ୍ରୀଙ୍କ ଦେଣନେଣ ବ୍ୟାପାର ବୁଝୁଥିବା ଜଣେ ସାମ୍ବାଦିକ ଓ ଜଣେ ଯୁବନେତା ଏହାର ଦାୟିତ୍ୱ ନେଇଛନ୍ତି ।
ଆସନ୍ତା ୨ ଓ ୩ ତାରିଖରେ ସୁରଟରେ ଆୟୋଜିତ ହୋଇଛି ‘ଓଡ଼ିଶା ପର୍ବ’ । ସୁରଟରେ ରହୁଥିବା ୭ ଲକ୍ଷ ଓଡ଼ିଆଙ୍କୁ ଏକାଠି କରିବା ଏହି ପର୍ବର ଉଦ୍ଦେଶ୍ୟ। ନୂଆଦିଲ୍ଲୀସ୍ଥିତ ଓଡ଼ିଆ ସମାଜ ପକ୍ଷରୁ ଏହାର ଆୟୋଜନ କରାଯାଇଥିଲେ ମଧ୍ୟ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କର ପ୍ରଚ୍ଛନ୍ନ ସାହାଯ୍ୟ ଓ ସହଯୋଗ ଥିବା କୁହାଯାଉଛି । ‘ଓଡ଼ିଶା ପର୍ବ’ ଉଦଘାଟନ ଉତ୍ସବରେ ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ଓ ଧର୍ମେନ୍ଦ୍ର ପ୍ରଧାନ ଅତିଥି ହେବେ । ଉତ୍ସବକୁ ସଫଳ କରି ପ୍ରବାସୀ ଓଡ଼ିଆଙ୍କ ସମର୍ଥନ ହାସଲ ପାଇଁ ବିଜେପି ପକ୍ଷରୁ ସମସ୍ତ ଶକ୍ତି ଖଟାଯାଇଛି । ଓଡ଼ିଶାରୁ କିଛି ବିଜେପି ନେତା ସୁରଟ୍ ରେ ଡେରା ପକାଇ ସାରିଲେଣି ।
ସୁରଟ୍ ଯାତ୍ରା ପାଇଁ ସାମ୍ବାଦିକ ତାଲିକା ବିଜେପି ପକ୍ଷରୁ ପ୍ରସ୍ତୁତ କରାଯାଇ ଆଜିଠାରୁ ସେମାନଙ୍କୁ ବିମାନରେ ପଠାଇ ଦିଆଯାଇଛି । ଆଜି ଓ କାଲି ସେମାନେ ସେଠି ବୁଲାବୁଲି କରିବେ । ୨ ଓ ୩ ତାରିଖରେ ପ୍ରୋଗ୍ରାମ କଭରେଜ୍ କରି ଫେରି ଆସିବେ । ବିଜେପିର ପ୍ରମୋସନ ପାଇଁ ବଛା ସାମ୍ବାଦିକଙ୍କ ସୁରଟ୍ ଯାତ୍ରାକୁ ନେଇ ସାମ୍ବାଦିକମହଲରେ ଭୀଷଣ ପ୍ରତିକ୍ରିୟା ସୃଷ୍ଟି ହୋଇଛି । କିଛି ନିର୍ଦ୍ଦିଷ୍ଟ ସାମ୍ବାଦିକଙ୍କୁ ଏ ଘର(ବିଜେପି) ମାଉସୀ ସେ ଘର(ବିଜେଡ଼ି) ପିଉସୀ ବୋଲି ଅନେକ କଟାକ୍ଷ କରିଛନ୍ତି । ସେମାନଙ୍କ ମତରେ ଏହି ସାମ୍ବାଦିକମାନେ ଭାରି କରିତକର୍ମା । ଯେତେବେଳେ ଯେଉଁ ପଟୁ ଫାଇଦା ମିଳିଲା ସେୟାଡ଼କୁ ଢ଼ଳିଲେ । ପ୍ରମୁଖ ଦଳ ବି ସେମାନଙ୍କ ପାଇଁ ଭୋଳ । କେତେବେଳେ ବିଜେଡ଼ିର ଏମାନେ ଗେହ୍ଲାପୁଅ ତ ଆଉ କେତେବେଳେ ବିଜେପିର ଗେହ୍ଲାପୁଅ । ସେମାନଙ୍କ ନାଁ କୁ ନେଇ ଏବେ ସାମ୍ବାଦିକମହଲରେ ଜୋର ଚର୍ଚ୍ଚା ।
Previous Post

ଇତିହାସ ରଚିଲେ ଦୂତି; ୨୦୦ ମିଟର ଦୌଡ଼ରେ ବି ରୌପ୍ୟ

Next Post

୪ ମହିଳା ହକି ବିଜେତାଙ୍କୁ କୋଟିଏ ଲେଖାଏଁ ପୁରସ୍କାର

Next Post
୪ ମହିଳା ହକି ବିଜେତାଙ୍କୁ କୋଟିଏ ଲେଖାଏଁ ପୁରସ୍କାର

୪ ମହିଳା ହକି ବିଜେତାଙ୍କୁ କୋଟିଏ ଲେଖାଏଁ ପୁରସ୍କାର

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA