ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): କଟକ ମେୟର ଅନୀତା ବେହେରା ଇସ୍ତଫା ଦେଲେ ସତ ହେଲେ ମୁଖ୍ୟମନ୍ତ୍ରୀଙ୍କୁ ତଣ୍ଟିଆଣୀ ପାଣି ପିଆଇଦେଲେ । ସଂଧ୍ୟା ୭ ଟା ସୁଦ୍ଧା ଇସ୍ତଫା ଦେବା ପାଇଁ ତୃତୀୟ ମହଲାରୁ ନିଦେ୍ର୍ଧଶ ଯିବା ସତ୍ତ୍ୱେ ଜିଦ୍ ଧରି ବସିଲେ ଇସ୍ତଫା ଦେବେନାହିଁ ବୋଲି । ଏଇଥିପାଇଁ ସେ ପାର୍ଟି ସୁପ୍ରିମୋଙ୍କ ବୋଲ୍ ବାନିବାକୁ ଅରାଜି ଥିଲେ କି ରାଜନୀତିରେ ସେ ଯେଉଁ ଗାଦି ପାଇଛନ୍ତି ଏଇ ଜନମରେ ପୁଣି କେବେ ଏଭଳି ସ୍ତରକୁ ଛୁଇଁବା ଅସମ୍ଭବ । ତାଙ୍କୁ ସମର୍ଥକମାନେ ବୁଝାଇଥିଲେ ଯେ କେନ୍ଦୁଝରରେ ବିଜେଡ଼ିର ଯେଭଳି ଅବସ୍ଥା ହେଲା କଟକରେ ଅନ୍ତତଃ ସେଭଳି ପରିସ୍ଥିତିର ସାମନା କରିବାକୁ ଦଳ ଡରିବ । ଏହା ବାଦ୍ ନିୟମତଃ ଏବେ ମେୟରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆସିପାରିବ ନାହିଁ । ସୁତରାଂ ଯେତେଦିନ ଯାଏଁ ଗାଦି ଥିବ ଥିବ, ନିଜ ଆଡୁ ଇସ୍ତଫା ଦେବେ କାହିଁକି? ନିଜର ସମର୍ଥକ ଓ ପରାମର୍ଶଦାତାଙ୍କ ବୋଲ୍ରେ ପଡିଯାଇଥିଲେ ଅନୀତା । ତେଣୁ ଇସ୍ତଫା ଦେବେ ନାହିଁ ବୋଲି ଇଙ୍ଗିତ ଦେଇସାରିଥିିଲେ ।
ଆଉ ଅନୀତାଙ୍କ ଇଙ୍ଗିତ ତୃତୀୟ ମହଲା ପାଇଲା ପରେ ତାଙ୍କୁ ଗାଦିଚୁ୍ୟତ କରିବାକୁ ଧରପଗଡ଼ ଆରମ୍ଭ ହୋଇଯାଇଥିଲା । ନଗର ଉନ୍ନୟନ ବିଭାଗ ଯୁଦ୍ଧକାଳୀନ ଭିତ୍ତିରେ ପ୍ରସ୍ତୁତି ଆରମ୍ଭ କରିଥିଲା । ନିଜେ ସଚିବ ଅଫିସରମାନଙ୍କୁ ଲଗାଇଲେ ଗାଦିଚୁ୍ୟତର ଗଣିତ କଷିବାକୁ । ବହି ଖେଳା ହେଲା । ଆଇନର ତର୍ଜମା ଚାଲିଲା । କଟକ ମହାନଗର ନିଗମ ସହ ସଂପୃକ୍ତ କୋ÷ଣସି ବେଆଇନ କାର୍ଯ୍ୟରେ ଅନୀତା ବେହେରାଙ୍କର ଛାଇ ପଡ଼ିଛି କି ନାହିଁ ଖୋଜା ଚାଲିଲା । ହେଲେ ସବୁ ବ୍ୟର୍ଥ ହେଲା । ଅନୀତାଙ୍କ ପାଇଁ କୋ÷ଣସି ଆଡୁ ଫାସ ତିଆରି ହୋଇପାରିଲାନି । ତୃତୀୟ ମହଲାର କଡ଼ା ତାଗିଦ୍ ଭିତରେ ସଚିବ ବ୍ୟତିବ୍ୟସ୍ତ ହୋଇପଡ଼ିଲେ । ଅନୀତାଙ୍କୁ ଗାଦିଚୁ୍ୟତ କରିବାର ବାଟ ଖୋଜି ଖୋଜି ଅସ୍ଥିର ହୋଇପଡ଼ିଲେ ସଚିବ ମାଥିଭାତନନ୍ ।
ସେପଟେ କଟକ ବିଜେଡ଼ି ରାଜନୀତିକୁ ବି ଏହା ହଲଚଲ୍ କରିଦେଲା । ମୁଖ୍ୟମନ୍ତ୍ରୀଙ୍କ ନିଦେ୍ର୍ଧଶ ମାନୁନାହାନ୍ତି ଅନୀତା । ଏହି ଖବରଟି ବିଜୁଳି ବେଗରେ ଖେଳିଯିବାରୁ ଦଳୀୟ ବିଧାୟକମାନେ ପ୍ରମାଦ ଗଣି ଧାଇଁଲେ ଅନୀତାଙ୍କ ପାଖକୁ । ଦେବାଶିଷ ସାମନ୍ତରାୟ,ପ୍ରଭାତ ବିଶ୍ୱାଳ ଓ ଚନ୍ଦ୍ରସାରଥୀ ବେହେରାଙ୍କୁ ଖାଲି ଚାପ ପଡ଼ିଲାନି ବରଂ ଅନୀତାଙ୍କ ଇସ୍ତଫା ଦାୟିତ୍ୱ ସେମାନଙ୍କ ଉପରକୁ ଛାଡ଼ି ଦିଆଗଲା । ଯାହା ହେଉ, ତିନି ବିଧାୟକ ବହୁ କଷ୍ଟରେ ଅନୀତାଙ୍କୁ ଇଆଡୁ ସିଆଡୁ ଲୋଭ ଦେଖାଇ ମନେଇବାରେ ସଫଳ ହେଲେ । ତୃତୀୟ ମହଲାରୁ ଆସିଥିବା ଟାଇପ୍ କରା ଇସ୍ତଫାପତ୍ରରେ ଡେଡଲାଇନ୍ ପୂର୍ବରୁ ଅନୀତାଙ୍କଠାରୁ ଦସ୍ତଖତ ଆଣିବାରେ ସମର୍ଥ ହେଲେ ତିନି ବିଧାୟକ । ସାମ୍ବାଦିକଙ୍କ ଆଗରେ ଅନୀତାଙ୍କୁ ବସାଇ ତାଙ୍କ ପାଟିରେ ଇସ୍ତଫା ଘୋଷଣା କରାଇଲେ ।
ନବୀନଙ୍କୁ ଏହା ଆଶ୍ୱସ୍ତି ଦେଇଛି ସତ ହେଲେ ଦଳର ନେତା/ନେତ୍ରୀମାନେ ଆସ୍ତେ ଆସ୍ତେ ତାଙ୍କ ନିୟନ୍ତ୍ରଣରୁ ଖସିଯାଉଥିବା ତାଙ୍କର ହୃଦବୋଧ ହୋଇଛି । କେନ୍ଦୁଝରଗଡ଼ ପୋ÷ର ପରିଷଦର ନଗଦ ଝଟକା ନବୀନଙ୍କ ଛାତି ଦୋହଲାଇ ଦେଇଥିବା ବେଳେ କଟକ ଘଟଣା ତାଙ୍କୁ ଭୟଙ୍କର ବିପଦକୁ ଟାଣିନେଉଥିଲା । ଆଗାମୀ ଦିନରେ ଏସବୁ ଘଟଣା ତାଙ୍କ ପାଇଁ ବଡ଼ ଚାଲେଞ୍ଜ ହୋଇ ଯେ ଛିଡ଼ା ହେଲାଣି ତାହା ବୁଝିବାକୁ ନବୀନଙ୍କର ବାକି ନାହିଁ । ଏବେଠୁଁ ସାବଧାନ ନ ହେଲେ ପଞ୍ଚାୟତ ନିର୍ବାଚନ ବେଳକୁ ବିଜେଡ଼ି ସ୍ଥିତି ଯେ ଅସମ୍ଭାଳ ନ ହେବ ତାହା କହିହେବ ନାହିଁ ।