ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର ନିଜକୁ କେନ୍ଦୁଝର ଜିଲ୍ଲାର ଅପ୍ରତିଦ୍ୱନ୍ଦୀ ନେତା ଦାବି କରି ଆସୁଥିଲେ । ସେହି ହିସାବରେ ବି ମନ୍ତ୍ରୀ ପଦ ହାତେଇ ଆସୁଛନ୍ତି । ମାତ୍ର ସେଇ ବଦ୍ରି ଆଜି ବିଜେଡ଼ିରେ ମାନ ଇଜ୍ଜତକୁ ମାଟିରେ ମିଶାଇ ଦେଇଛନ୍ତି । କେନ୍ଦୁଝରଗଡ଼ ପୋ÷ର ପରିଷଦ ହାତରୁ ଖସିଯିବା ନବୀନ ପଟ୍ଟନାୟକ ଓ ବିଜେଡ଼ିକୁ ଶକ୍ତ ଚାପଡ଼ା ଦେଇଛି । ସଂଯୋଗବଶତଃ ହେଉ କି ଯୋଜନାବଦ୍ଧ ଭାବେ ହେଉ ପୋ÷ରପାଳିକାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଭୋଟ ଚାଲୁଥିବା ବେଳେ ଖୋଦ୍ ମୁଖ୍ୟମନ୍ତ୍ରୀ କେନ୍ଦୁଝରରେ ଡେରା ପକାଇଥିଲେ । ଆଉ ସେଥିରେ ହାରିବା ପରେ ନବୀନଙ୍କୁ ଅପମାନିତ ହୋଇ ଭୁବନେଶ୍ୱର ଫେରିବାକୁ ପଡ଼ିଥିଲା ।
ବିଜେଡ଼ିର ୯ ଜଣ କାଉନସିଲର ଅଧ୍ୟକ୍ଷା ମିନା ମାଝୀଙ୍କ ବିରୋଧରେ ଅନାସ୍ଥା ନୋଟିସ୍ ଦେବା ଦିନଠୁଁ ବିଜେଡ଼ି କସରତ୍ ଆରମ୍ଭ କରିଥିଲା । ଏହାକୁ ଭଣ୍ଡୁର କରିବାକୁ ଖୋଦ ତୃତୀୟ ମହଲା ମୁଣ୍ଡ ଖେଳାଇଥିଲେ । ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର ବେଶ୍ ବାହାଦୁରି ମାରିଥିଲେ ନବୀନଙ୍କ ଆଗରେ । ନିର୍ଭୟ ପ୍ରତିଶ୍ରୁତି ଦେଇଥିଲେ କିଛି ହେବନି ବୋଲି । ମାତ୍ର ସ୍ୱାଧୀନ ବିଧାୟକ ସନାତନ ମହାକୁଡ଼ ଗୋଟିଚାଳନା ବଦ୍ରିଙ୍କ ଜାନ୍ ହଜାଇଦେଇଛି । ସମଗ୍ର କେନ୍ଦୁଝର ଜିଲ୍ଲାର ବିଜେଡ଼ିକୁ ହାତମୁଠାରେ ରଖିଥିବା ଦାବି କରି ଆସୁଥିବା ବଦ୍ରି ଶେଷକୁ ନବୀନ ପଟ୍ଟନାୟକଙ୍କୁ ନିଜ ମାଟିରେ ଅପମାନିତ କରିଛନ୍ତି । ବିଜେଡ଼ିର ମୁଖପାତ୍ରମାନେ ଗଣମାଧ୍ୟମରେ ଯେତେ ସଫେଇ ଦେଲେ ବି ମୁଖ୍ୟମନ୍ତ୍ରୀ ଏହାକୁ ସହଜରେ ଗ୍ରହଣ କରିପାରିନାହାନ୍ତି । ଆଉ ସେହି ହିସାବରେ ବଦ୍ରିଙ୍କ ଗୋଡ ÿତଳୁ ମାଟି ଖସିଯାଇଛି ।