Wednesday, April 29, 2026 05:33 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଉଛୁଳିଲାଣି ବିଜେଡ଼ି-ବିଜେପି ପ୍ରେମ !

by Our Correspondent
30 Jul, 2019- 07:10 PM
in Latest News, News, Politics
1 min read
0
ଉଛୁଳିଲାଣି ବିଜେଡ଼ି-ବିଜେପି ପ୍ରେମ !
ଭୁବନେଶ୍ୱର: ବିଜେଡ଼ି-ବିଜେପି ମଧ୍ୟରେ ଆଉ ଗୋପନ ପ୍ରେମ ନାହିଁ । ଖୁବ୍ କମ ଦିନ ମଧ୍ୟରେ ପ୍ରେମ ଖୋଲାଖୋଲି ହୋଇ ଉଛୁଳିବା ଅବସ୍ଥାକୁ ଚାଲିଆସିଲାଣି । ଉପର ନେତାମାନେ କେହି କାହାରି ବିରୋଧରେ ପାଟି ନ ଖୋଲି କୁଆଡ଼େ ରାଜ୍ୟର ସ୍ୱାର୍ଥ ପାଇଁ କାନ୍ଦିଲେଣି । ବହୁ ବିଳମ୍ବରେ ହେଲେ ମଧ୍ୟ ଓଡ଼ିଶାବାସୀଙ୍କ ପାଇଁ ଏହି ନିଶ୍ଚିତ ଶୁଭଙ୍କର ବୋଲି କୁହାଯାଉଛି । ସାଧାରଣ ନିର୍ବାଚନ ମଇଦାନରେ ଦୁଇ ଦଳର ଲଢ଼ାଲଢ଼ି କେବଳ ନାଟକବାଜି ଥିଲା ବୋଲି ରାଜ୍ୟବାସୀ ବୁଝିଗଲେଣି ।
ବିଜେଡ଼ି-ବିଜେପି ମଧ୍ୟରେ ଚାଲିଥିବା ପ୍ରେମ ସମ୍ପର୍କର ଦୁଇ ଦୁଇଟି ବିଶେଷ ଘଟଣା ଆଜି ଗୋଟିଏ ଦିନରେ ଦେଖିବାକୁ ମିଳିଛି । ରାଜ୍ୟସଭାରେ ଟ୍ରିପଲ୍ ତଲାକ ବିଲ୍ କୁ ବିଜେପି ଅକୁଣ୍ଠ ଚିତ୍ତରେ ସମର୍ଥନ ଦେଇଛି । ଗତଥର ଏହି ବିଲ୍ କୁ ପାସ୍ କରାଇବାରେ ଫେଲ୍ ମାରିଥିବା ମୋଦି ସରକାର ଏଥର ଲୋକସଭାରେ ଏହାକୁ ଗୃହୀତ କରାଇ ସାରିଥିଲେ । ଆଉ ରାଜ୍ୟସଭାରେ ସଂଖ୍ୟା ସଙ୍କଟରେ ଥିବା ବିଜେପିକୁ ସଂଖ୍ୟାବଳ ଯୋଗାଇଛି ବିଜେଡ଼ି । ବିଜେଡ଼ିର ସମର୍ଥନ ପାଇ ଆଜି ରାଜ୍ୟସଭାରେ ଟ୍ରିପଲ୍ ତଲାକ ବିଲ୍ ପାସ୍ ହୋଇଛି ।

ଆଜିର ଦ୍ୱିତୀୟ ଘଟଣାକ୍ରମରେ ବିଜେଡ଼ି-ବିଜେପି ସାଂସଦମାନେ ଏକାଠି ହୋଇ ରାଜପଥ(ରାସ୍ତା) ଚିନ୍ତା କରିଛନ୍ତି । କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ତାଙ୍କ ପାର୍ଲିଆମେଣ୍ଟ ଚାମ୍ବରରେ ଭେଟିଥିଲେ ଉଭୟ ଦଳର ୧୨ ଜଣ ଏମପି । ରାଜ୍ୟରେ ରାଜପଥଗୁଡ଼ିକର ସ୍ଥିତି ସମ୍ପର୍କରେ ସେମାନେ ଗଡ଼କରୀଙ୍କୁ ଅବଗତ କରାଇବା ସହ ପୁରୀ ଓଭରବ୍ରିଜ୍ ଏବଂ ଭୁବନେଶ୍ୱର-ପୁରୀ ରାଜପଥ ନିର୍ମାଣ କାର୍ଯ୍ୟ ଶୀଘ୍ର ଶେଷ କରିବାକୁ ଅନୁରୋଧ କରିଥିଲେ । ଦଳ ବିଭେଦ ଭୁଲି ସାଂସଦମାନେ ରାଜ୍ୟର ସ୍ୱାର୍ଥ ପାଇଁ ଏକାଠି ହୋଇଥିବାରୁ ଏହାର ସୁଫଳ ମିଳିବ ବୋଲି ଆଶା କରାଯାଉଛି ।
ଆଗକୁ ଏହି ଧାରା ବଜାୟ ରହିଲେ, ମହାନଦୀ ଓ ପୋଲାଭରମ୍ ଭଳି ପ୍ରସଙ୍ଗରେ ରାଜ୍ୟର ସ୍ୱାର୍ଥ ରକ୍ଷା କରାଯାଇପାରିବ ବୋଲି ବିଶ୍ୱାସ କରାଯାଉଛି ।
ସୂଚନାଯୋଗ୍ୟ, ଏଥର ନିର୍ବାଚନରେ ବିଜେଡ଼ି ଓ ବିଜେପି ମଧ୍ୟରେ ଖାଲି ତୀବ୍ର ଲଢ଼େଇ ହୋଇ ନ ଥିଲା ବରଂ ଉଭୟ ଦଳର ତୁଙ୍ଗ ନେତାମାନେ ଗାଳିମନ୍ଦରେ ମାତିଥିଲେ । ଖାସ୍ କରି ବିଜେଡ଼ି ଓ ଏହାର ମୁଖିଆ ନବୀନ ପଟ୍ଟନାୟକଙ୍କର ଧ୍ୱଜା ଉଡ଼ାଇଥିଲେ ବିଜେପି ନେତା । ନବୀନଙ୍କୁ ପୋଡ଼ା ଟ୍ରାନସଫର୍ମର କହି ବଙ୍ଗୋପସାଗରରେ ଫିଙ୍ଗିଦେବାକୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହା ଆହ୍ୱାନ ଦେଇଥିଲା ବେଳେ ନବୀନ ସରକାରକୁ ପିସି ସରକାର ବୋଲି ପ୍ରଧାନମନ୍ତ୍ରୀ ମୋଦି ଆକ୍ଷେପ କରିଥିଲେ । ସକାଳୁ ସଞ୍ଜ ଯାଏଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀଙ୍କୁ ନାଲି ଆଖି ଦେଖାଉଥିଲା ବେଳେ ବିଜେଡ଼ି ନେତାମାନେ ଧର୍ମେନ୍ଦ୍ରଙ୍କୁ ଖୁବ୍ ଗାଳି କରୁଥିଲେ । ଧର୍ମେନ୍ଦ୍ରଙ୍କୁ ଅଭ୍ୟାସଗତ ମିଛୁଆ କହି ବିଜେଡ଼ି ନିତି ପ୍ରେସ୍ ରିଲିଜ୍ ଛାଡୁଥିଲା ।
ତେବେ ଦସ୍ୟୁ ରତ୍ନାକର ଋଷି ବାଲ୍ମିକୀ ପାଲଟିଯିବା ଭଳି ନିର୍ବାଚନ ସରିବା କ୍ଷଣି ଉଭୟ ପକ୍ଷଙ୍କ ଆଭିମୁଖ୍ୟ ବଦଳିଯାଇଛି । ଫନି ବାତ୍ୟାର ପରିଚାଳନା ପାଇଁ ମୋଦି ନବୀନଙ୍କୁ ପ୍ରଶଂସା କଲେ ଏବଂ ମୋଦିଙ୍କ ସାନ୍ନିଧ୍ୟ ପାଇ ନବୀନ ବି କୃତ କୃତ ହେଲେ । ପ୍ରେମ ଏମିତି ହେଲା ଯେ ନିଜର ଗୋଟିଏ ରାଜ୍ୟସଭା ଆସନକୁ ବିଜେପି ହାତରେ ଟେକିଦେଲେ ନବୀନ । ସେଇ ସମ୍ପର୍କର ଧାରା ଏବେ ଆଗେଇ ଚାଲିଛି । ଲୋକସଭା ବାଚସ୍ପତି ନିର୍ବାଚନରେ ବିଜେଡ଼ି ଏନଡିଏ ସାଙ୍ଗରେ ରହିଲା । ନିକଟରେ ପାର୍ଲିଆମେଣ୍ଟରେ ବିବାଦୀୟ ସୂଚନା ଅଧିକାର ସଂଶୋଧନ ଆଇନକୁ ସମର୍ଥନ ଦେଲା ବିଜେଡ଼ି । ଏବେ ଟ୍ରିପଲ୍ ତଲାକ ବିଲ୍ କୁ ସମର୍ଥନ କରି ମୋଦି ଓ ଶାହାଙ୍କୁ ଖୁସି କରିଦେଇଛନ୍ତି ନବୀନ ।
Previous Post

ମୁଖ୍ୟମନ୍ତ୍ରୀଙ୍କ 5-T ବ୍ୟାପାର ଦାୟିତ୍ୱରେ ପାଣ୍ଡିଆନ୍

Next Post

କଫି ଟାଇକୁନ୍ ସିଦ୍ଧାର୍ଥଙ୍କ ଆତ୍ମହତ୍ୟା, ନଦୀରୁ ମିଳିଲା ମୃତଦେହ

Next Post
କଫି ଟାଇକୁନ୍ ସିଦ୍ଧାର୍ଥଙ୍କ ଆତ୍ମହତ୍ୟା, ନଦୀରୁ ମିଳିଲା ମୃତଦେହ

କଫି ଟାଇକୁନ୍ ସିଦ୍ଧାର୍ଥଙ୍କ ଆତ୍ମହତ୍ୟା, ନଦୀରୁ ମିଳିଲା ମୃତଦେହ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA