ଭୁୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି. କାର୍ତ୍ତିକେୟ ପାଣ୍ଡିଆନ୍ ଙ୍କୁ ପୁଣି ଏକ ଗୁରୁଦାୟିତ୍ୱ ମିଳିଛି । ମୁଖ୍ୟମନ୍ତ୍ରୀଙ୍କ ଟ୍ରାନସଫରମେସନ୍ ଆଣ୍ଡ ଇନିସିଏଟିଭ୍(5T) ବିଭାଗର ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ବୁଝିବେ ପାଣ୍ଡିଆନ୍ । ପୂର୍ବଭଳି ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଦାୟିତ୍ୱ ସହିତ 5T ସଚିବ ଭାବେ ଆଜି ତାଙ୍କୁ ନିଯୁକ୍ତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ପଞ୍ଚମ ପାଳି କ୍ଷମତାକୁ ଆସିବା ପରେ ମୁଖ୍ୟମନ୍ତ୍ରୀ 5T(TeamWork, Technology, Transperency, Transformation and Time Limit) କୁ ଗୁରୁତ୍ୱ ଦେଇଛନ୍ତି । ଦଳର ନବ ନିର୍ବାଚିତ ବିଧାୟକ ଏବଂ ନୂଆ ମନ୍ତ୍ରୀମାନେ ଏହି 5T ମନ୍ତ୍ର ଧରି ଲୋକଙ୍କୁ ଉତ୍ତମ ପ୍ରଶାସନ ଦେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଆଜିକାଲି ବିଭିନ୍ନ ସରକାରୀ ସଭାସମିତିରେ ମୁଖ୍ୟମନ୍ତ୍ରୀଙ୍କ ଭାଷଣରେ 5T ମନ୍ତ୍ର ପ୍ରାଥମିକତା ରହୁଛି । ମୁଖ୍ୟମନ୍ତ୍ରୀ ଏହାକୁ ସର୍ବାଧିକ ଗୁରୁତ୍ୱ ଦେଇ ନିଜର ବ୍ୟକ୍ତିଗତ ସଚିବ ପାଣ୍ଡିଆନ୍ ଙ୍କ ଉପରେ ଏହାର ଦାୟିତ୍ୱ ଛାଡ଼ିଛନ୍ତି ।