Wednesday, April 29, 2026 09:07 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ପାଟକୁରା ପୋଷ୍ଟମର୍ଟମ୍: ଟାର୍ଗେଟ୍ ର ଅଧା ବି କଲାନି ବିଜେଡ଼ି

by Our Correspondent
25 Jul, 2019- 10:33 PM
in Latest News, News, Politics
1 min read
0
ପାଟକୁରା ପୋଷ୍ଟମର୍ଟମ୍: ଟାର୍ଗେଟ୍ ର ଅଧା ବି କଲାନି ବିଜେଡ଼ି
ଭୁବନେଶ୍ୱର: ପାଟକୁରା ନିର୍ବାଚନମଣ୍ଡଳୀର ସବୁଠାରୁ ବଡ଼ ବ୍ଲକ୍ ହେଉଛି ଡେରାବିଶ । ଏହି ବ୍ଲକ୍ ରେ ରହିଛି ୨୬ ଟି ପଞ୍ଚାୟତ । ଏହି ସବୁ ପଞ୍ଚାୟତ ବିଜେଡ଼ିର ଦୁର୍ଗ ବୋଲି ବିବେଚନା କରାଯାଏ । ଗତ ନିର୍ବାଚନରେ ବିଜେଡ଼ି ସାଂସଦ ପ୍ରାର୍ଥୀ ଅନୁଭବ ମହାନ୍ତି ଏହି ବ୍ଲକ୍ ରୁ ତାଙ୍କ ବିଜେପି ପ୍ରତିଦ୍ୱନ୍ଦୀ ବୈଜୟନ୍ତ ପଣ୍ଡାଙ୍କଠାରୁ ୯ ହଜାର ଅଧିକ ଭୋଟ ପାଇଥିଲେ । ନିର୍ବାଚନମଣ୍ଡଳୀର ଅନ୍ୟ ଦୁଇଟି ବ୍ଲକ୍ ଗରଦପୁର ଓ ମାର୍ଶାଘାଇରେ ବିଜେଡ଼ି ୩ ହଜାର ଭୋଟ ପଛରେ ରହିଥିଲା । ତେବେ ବିଧାନସଭା ନିର୍ବାଚନରେ ବିଜୟ ମହାପାତ୍ରଙ୍କୁ ବୃହତ୍ତ ବ୍ୟବଧାନରେ ହରାଇବା ଲକ୍ଷ୍ୟରେ ଥିବା ବିଜେଡ଼ି କେବଳ ଡେରାବିଶ ବ୍ଲକ୍ ରୁ ୩୦ ହଜାର ଭୋଟ ଲିଡ୍ ଦେବାକୁ ଯୋଜନା ରଖି ରଣନୀତି ପ୍ରସ୍ତୁତ କରିଥିଲା । ମାତ୍ର ବିଜେଡ଼ି ପକ୍ଷରେ ତାହା ସମ୍ଭବ ହୋଇନାହିଁ । ୧୭,୯୨୦ ଭୋଟ ବ୍ୟବଧାନରେ ଅଟକିଗଲା ବିଜେଡ଼ିର ପାଟକୁରା ଦଖଲ ।
ସୂଚନା ଅନୁଯାୟୀ, ବିଜୟ ମହାପାତ୍ରଙ୍କୁ ୪୦ ହଜାରରୁ ଅଧିକ ଭୋଟରେ ହରାଇବାର ଲକ୍ଷ୍ୟ ନେଇ ବିଜେଡ଼ି ଆରମ୍ଭ କରିଥିଲା ପାଟକୁରା ମିସନ୍ । ଦଳର ଟାଣୁଆ ନେତାମାନଙ୍କ ମଧ୍ୟରେ ଦାୟିତ୍ୱ ବାଣ୍ଟି ଦୁଇ ମାସ ଆଗରୁ ବ୍ଲକ୍ ଓ ପଞ୍ଚାୟତ ଜଗେଇଥିଲେ ସୁପ୍ରିମୋ । ସବୁଠି ଭୋଟ ବ୍ୟବଧାନ ବଢ଼ାଇବାକୁ କଡ଼ା ତାଗିଦା ଥିଲା । ବିଶେଷକରି ଡେରାବିଶ ବ୍ଲକ୍ ରେ ବିଜେଡ଼ି ଭୋଟ ଏକପାଖିଆ କରିବାକୁ ରଣନୀତି କରାଯାଇଥିଲା । ମନ୍ତ୍ରୀ ଅରୁଣ ସାହୁ ୧୪ ଟି ବ୍ଲକ୍ ଏବଂ ପୂର୍ବତନ ମନ୍ତ୍ରୀ ସଞ୍ଚୟ ଦାସବର୍ମା ୧୨ ଟି ବ୍ଲକ୍ ଦାୟିତ୍ୱରେ ରହି ନିର୍ବାଚନ ପରିଚାଳନା କରୁଥିଲେ । ଆଳି ବିଧାୟକ ପ୍ରତାପ ଦେବ ସଂଯୋଜକ ଦାୟିତ୍ୱରେ ଥିଲେ । ସହଯୋଗ କରୁଥିଲେ ମନ୍ତ୍ରୀ ସମୀର ଦାଶ, ରଘୁନନ୍ଦନ ଦାସ ଏବଂ ବିଧାୟକ ଦେବୀପ୍ରସାଦ ମିଶ୍ର । ୨୬ ଟି ଯାକ ପଞ୍ଚାୟତରେ ଜଣେ ଲେଖାଏଁ ବିଧାୟକଙ୍କୁ ୨୪ ଘଣ୍ଟିଆ ଡ୍ୟୁଟି ଦିଆଯାଇଥିଲା ।
ଡେରାବିଶରେ ବିଜେଡ଼ି ସପକ୍ଷରେ ଏକପାଖିଆ ଭୋଟ କରିବାକୁ ନେତାମାନେ ବାଜି ଲଗାଇ ଦେଇଥିଲେ । କୌଣସି ସୁଯୋଗ ହାତଛଡ଼ା ନ କରି ମିଳିମିଶି ଅକ୍ଲାନ୍ତ ପରିଶ୍ରମ କରିଥିଲେ । ହେଲେ ନିର୍ବାଚନ ଫଳାଫଳ ବିଜେଡ଼ିକୁ ନିରୁତ୍ସାହିତ କରିଛି । ଏଠାରେ ବିଜେଡ଼ି ପ୍ରାର୍ଥୀନୀଙ୍କର ବିଜୟ ବ୍ୟବଧାନ ରହିଛି ମାତ୍ର ୧୪ ହଜାର ୮୭ ଖଣ୍ଡ ଭୋଟ । ଅର୍ଥାତ ଟାର୍ଗେଟ୍ ର ଅଧା ବି କରିପାରିନାହିଁ ବିଜେଡ଼ି ।
ଅନ୍ୟପକ୍ଷରେ, ୧୮ ଟି ପଞ୍ଚାୟତ ଥିବା ଗରଦପୁର ଓ ୭ଟି ପଞ୍ଚାୟତ ଥିବା ମାର୍ଶାଘାଇ ବ୍ଲକ୍ ଭୋଟ ଫଳାଫଳ ବିଜେଡ଼ି ପାଇଁ ସାମାନ୍ୟ ଆଶ୍ୱସ୍ତି ଆଣିଛି । ଏହି ଦୁଇଟି ବ୍ଲକ୍ ଗତ ନିର୍ବାଚନରେ ବିଜେପିର ଲୋକସଭା ପ୍ରାର୍ଥୀଙ୍କୁ ପାଖାପାଖି ୩ ହଜାର ଅଧିକ ଭୋଟ ଦେଇଥିଲା । ଗରଦପୁର ବିଜୟ ମହାପାତ୍ରଙ୍କ ନିଜ ଗଡ଼ ହୋଇଥିବାରୁ ବିଧାନସଭା ନିର୍ବାଚନରେ ତାଙ୍କର ଭୋଟ ବ୍ୟବଧାନ ବଢ଼ିବାର ସମ୍ଭାବନା ଥିଲା । ମାତ୍ର ଫଳ ଓଲଟା ହୋଇ ବିଜେଡ଼ି ସପକ୍ଷରେ ଯାଇଛି । ଏହି ଦୁଇଟି ବ୍ଲକ୍ ରେ ବିଜୟ ମହାପାତ୍ର ୩,୮୩୪ ଭୋଟ ପଛରେ ରହିଯାଇଛନ୍ତି । ଗରଦପୁର ବ୍ଲକ୍ ରେ ୨,୪୮୯ ଏବଂ ମାର୍ଶାଘାଇ ବ୍ଲକ୍ ରେ ୧,୩୪୫ ଭୋଟରେ ବିଜୟଙ୍କୁ ପଛରେ ରଖିଦେଇଛି ବିଜେଡ଼ି ।
ଗରଦପୁର ବ୍ଲକ୍ ଦାୟିତ୍ୱରେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଏବଂ ପ୍ରଫୁଲ୍ଲ ମଲ୍ଲିକ ଥିବା ବେଳେ ମାର୍ଶାଘାଇ ବ୍ଲକ୍ ଦାୟିତ୍ୱରେ ଥିଲେ ବିଜୟଙ୍କ ପାରମ୍ପରିକ ପ୍ରତିଦ୍ୱନ୍ଦୀ ତଥା ମହାକାଳପଡ଼ା ବିଧାୟକ ଅତନୁ ସବ୍ୟସାଚୀ ନାୟକ । ବିଜୟଙ୍କ ଭୋଟ କାଟି ବିଜେଡ଼ି ସପକ୍ଷରେ ଅଧିକରୁ ଅଧିକ ଭୋଟ କରିବାକୁ ସେମାନେ କଳ, ବଳ, କୌଶଳ ଖଟାଇଥିଲେ । ମୋଟାମୋଟି ଭାବେ ସମଗ୍ର ନିର୍ବାଚନମଣ୍ଡଳୀରେ ବିଜେଡ଼ିର ଗୋଟିଚାଳନା କରୁଥିଲେ ବିଧାୟକ ପ୍ରଣବ ପ୍ରକାଶ ଦାସ । ଦଳ ଭିତରେ ଫାଟ ସଜାଡ଼ିବା କାମଠାରୁ ଆରମ୍ଭ କରି ନେତାଙ୍କ ମଧ୍ୟରେ ସମନ୍ୱୟ ରକ୍ଷା ଏବଂ ନିର୍ବାଚନ ପରିଚାଳନା ଦାୟିତ୍ୱ ଥିଲା ତାଙ୍କ ହାତରେ ।
ଏତେସବୁ ଉଦ୍ୟମ ସତ୍ତ୍ୱେ ବିଜୟ ମହାପାତ୍ରଙ୍କୁ ମାତ୍ର ୧୭,୯୨୦ ଖଣ୍ଡ ଭୋଟରେ ପରାସ୍ତ କରିପାରିଲା ବିଜେଡ଼ି । ବିଜୟଙ୍କୁ ହରାଇବା ଖୁସିରେ ଦଳୀୟ ନେତା ଓ କର୍ମୀମାନେ ଖୁସି ମନୋଉଥିଲେ ବି ଟାଣପଣ ନାହିଁ । ଭୋଟ ବ୍ୟବଧାନ ଟାର୍ଗେଟ୍ ର ଅଧା ପୂରଣ ହୋଇ ନ ଥିବାରୁ ଖୋଦ୍ ମୁଖିଆ ନବୀନ ପଟ୍ଟନାୟକ ଖୁସି ନାହାନ୍ତି । ଟାର୍ଗେଟ୍ ପାଖରେ ପହଞ୍ଚିବାରେ ଦଳ କାହିଁକି ସଫଳ ହେଲା ନାହିଁ ତାହାର କାରଣ ଖୋଜାପଡ଼ିଛି । ଆଜି ସୁପ୍ରିମୋ ପାଟକୁରା ଫଳର ସମୀକ୍ଷା କରିଛନ୍ତି । ଦାୟିତ୍ୱରେ ଥିବା ନେତାମାନଙ୍କୁ ନବୀନ ନିବାସ ଡାକି ହିସାବ ନିକାଶ ବୁଝିଛନ୍ତି ।
Previous Post

୧୭,୯୨୦ ଭୋଟରେ ହାରିଲେ ବିଜୟ ମହାପାତ୍ର

Next Post

ମୁଖ୍ୟମନ୍ତ୍ରୀଙ୍କ 5-T ବ୍ୟାପାର ଦାୟିତ୍ୱରେ ପାଣ୍ଡିଆନ୍

Next Post
ମୁଖ୍ୟମନ୍ତ୍ରୀଙ୍କ 5-T ବ୍ୟାପାର ଦାୟିତ୍ୱରେ ପାଣ୍ଡିଆନ୍

ମୁଖ୍ୟମନ୍ତ୍ରୀଙ୍କ 5-T ବ୍ୟାପାର ଦାୟିତ୍ୱରେ ପାଣ୍ଡିଆନ୍

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA