Wednesday, April 29, 2026 10:47 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

୧୭,୯୨୦ ଭୋଟରେ ହାରିଲେ ବିଜୟ ମହାପାତ୍ର

by Our Correspondent
24 Jul, 2019- 01:48 PM
in Latest News, News
1 min read
0
୧୭,୯୨୦ ଭୋଟରେ ହାରିଲେ ବିଜୟ ମହାପାତ୍ର

ଭୁବନେଶ୍ୱର: ସାକାର ହୋଇପାରିଲାନି ବିଜୟ ମହାପାତ୍ରଙ୍କ ବିଧାନସଭା ରିଟର୍ଣ୍ଣ ସ୍ୱପ୍ନ । ପାଟକୁରାବାସୀ ତାଙ୍କୁ ପ୍ରତ୍ୟାଖ୍ୟାନ କରିଛନ୍ତି । ପାଟକୁରା ଆସନକୁ ପୁଣିଥରେ ଅକ୍ତିଆର କରିଛି ବିଜୁ ଜନତା ଦଳ । ୨୦ ତାରିଖରେ ଅନୁଷ୍ଠିତ ନିର୍ବାଚନ ଫଳାଫଳ ଆଜି ଆସିଛି । ବିଜେଡ଼ି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲ୍ ବିଜେପିରୁ ପ୍ରାର୍ଥୀ ଥିବା ବିଜୟ ମହାପାତ୍ରଙ୍କୁ ୧୭,୯୨୦ ଭୋଟରେ ପରାସ୍ତ କରିଛନ୍ତି । ନିଜ ଗଡ଼ ଗରଦପୁରରେ ମଧ୍ୟ ବିଜୟ ଭୋଟରଙ୍କ ଆସ୍ଥା ଜିଣିପାରିନାହାନ୍ତି । ବଡ଼କଥା ହେଉଛି, ନିକଟରେ ଅନୁଷ୍ଠିତ ସାଧାରଣ ନିର୍ବାଚନରେ ବିଜେପିର ଭୋଟ ହାରକୁ ବି ରକ୍ଷା କରିବାରେ ସମର୍ଥ ହୋଇନାହାନ୍ତି ବିଜୟ ମହାପାତ୍ର । କଂଗ୍ରେସର ଅବସ୍ଥା ନ କହିବା ଭଲ । ପ୍ରାର୍ଥୀ ଜୟନ୍ତ ମହାନ୍ତିଙ୍କର ଅମାନତ ଉଡ଼ିଯାଇଛି । ତାଙ୍କ ସପକ୍ଷରେ ପଡ଼ିଛି ମାତ୍ର ୨ ହଜାର ୧୦୪ ଭୋଟ ।

କିଏ କେତେ ଭୋଟ ପାଇଲେ
ସାବିତ୍ରୀ ଅଗ୍ରୱାଲ୍(ବିଜେଡ଼ି): ୯୬,୦୧୭
ବିଜୟ ମହାପାତ୍ର(ବିଜେପି): ୭୮,୦୯୭
ଜୟନ୍ତ ମହାନ୍ତି(କଂଗ୍ରେସ):୨,୧୦୪

ପାଟକୁରା ବିଧାନସଭା ନିର୍ବାଚନମଣ୍ଡଳୀରେ ଥିବା ତିନୋଟି ଯାକ ବ୍ଲକ୍ ଡେରାବିଶ, ଗରଦପୁର ଏବଂ ମାର୍ଶାଘାଇ ବ୍ଲକ୍ ରେ ବିଜେଡ଼ି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲ୍ ଅଧିକ ଭୋଟ ପାଇଛନ୍ତି । ନିଜ ଗଡ଼ ଗରଦପୁରରେ ବିଜୟ ମହାପାତ୍ର ପଛରେ ରହିଯାଇଛନ୍ତି । ଏପ୍ରିଲ୍ ୨୯ରେ ଅନୁଷ୍ଠିତ ନିର୍ବାଚନରେ ବିଜେପି ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ଏଠାରୁ ୧୮୦୦ରୁ ଅଧିକ ଭୋଟରେ ଆଗୁଆ ଥିଲେ । ମୋଟ ୧୯ ରାଉଣ୍ଡର ଭୋଟଗଣତି ମଧ୍ୟରୁ କେବଳ ୧୧ ଓ ୧୫ ତମ ରାଉଣ୍ଡରେ ବିଜୟ ମହାପାତ୍ର ସାମାନ୍ୟ ଅଗ୍ରଣୀ ଥିଲେ ମଧ୍ୟ ଅବଶିଷ୍ଟ ରାଉଣ୍ଡଗୁଡ଼ିକରେ ପଛରେ ରହିଯାଇଥିଲେ । ଗରଦପୁର ଭୋଟ ପଡ଼ିଥିବା ୧୧ତମ ରାଉଣ୍ଡରେ ବିଜୟ ମାତ୍ର ୨୩୧ ଭୋଟରେ ଆଗୁଆ ଥିଲେ । ସେହିଭଳି ମାର୍ଶାଘାଇ ଭୋଟ ପଡ଼ିଥିବା ୧୫ତମ ରାଉଣ୍ଡରେ ବିଜୟ ମାତ୍ର ୨୪୭ ଭୋଟରେ ଆଗୁଆ ଥିଲେ ।
ଏପ୍ରିଲ୍ ୨୯ ନିର୍ବାଚନରେ ଗରଦପୁରର ୧୮ ଟି ପଞ୍ଚାୟତ ଏବଂ ମାର୍ଶାଘାଇର ୭ଟି ପଞ୍ଚାୟତରୁ ବିଜେପି ସାଂସଦ ପ୍ରାର୍ଥୀ ପାଖାପାଖି ୩ ହଜାର ଅଧିକ ଭୋଟ ପାଇଥିଲା ବେଳେ ଡେରାବିଶ ବ୍ଲକ୍ ର ୨୬ ପଞ୍ଚାୟତରେ ବିଜେଡ଼ି ପାଇଥିଲା ପାଖାପାଖି ୯ ହଜାର ଅଧିକ ଭୋଟ । ମୋଟ ଉପରେ ଦେଖିଲେ, ବିଜେଡ଼ି-ବିଜେପି ଭୋଟ ବ୍ୟବଧାନ ରହିଥିଲା ୬ ହଜାର ୩୨୩ । ହେଲେ ମାସେ ପରେ ହୋଇଥିବା ବିଧାନସଭା ନିର୍ବାଚନରେ ବିଜେଡ଼ି ୩ ଗୁଣା ଭୋଟ ବ୍ୟବଧାନରେ ବିଜେପିକୁ ହରାଇଛି । ବିଜେପି କି ବିଜୟ ମହାପାତ୍ରଙ୍କୁ ଭୋଟର ଗ୍ରହଣ କରିନାହାନ୍ତି ।
ଉଲ୍ଲେଖଯୋଗ୍ୟ, ସାଧାରଣ ନିର୍ବାଚନ ପାଇଁ ପାଟକୁରା ବିଧାନସଭା ଆସନରୁ ବେଦପ୍ରକାଶ ଅଗ୍ରୱାଲ୍ ଙ୍କୁ ବିଜେଡ଼ି ପ୍ରାର୍ଥୀ କରିଥିଲା । ନିର୍ବାଚନର ୬ ମାସ ପୂର୍ବରୁ ବିଜେପିରୁ ଦୂରେଇ ଯାଇଥିବା ବିଜୟ ମହାପାତ୍ର ପୁଣି ଥରେ ବିଜେପିକୁ ଫେରିବା ପରେ ଏଠାରୁ ପ୍ରାର୍ଥୀ ହୋଇଥିଲେ । ତେବେ ବେଦପ୍ରକାଶଙ୍କ ମୃତ୍ୟୁ ଯୋଗୁଁ ସେଠାରେ ନିର୍ବାଚନ ସ୍ଥଗିତ ରହି ମେ ୧୯ ତାରିଖରେ ଧାର୍ଯ୍ୟ କରାଯାଇଥିଲା । ତେବେ ଫନି ବାତ୍ୟା ଯୋଗୁଁ ନିର୍ବାଚନ ପୁଣି ଘୁଞ୍ଚି ଥିଲା ଜୁଲାଇ ୨୦କୁ । ବେଦପ୍ରକାଶଙ୍କ ଜାଗାରେ ତାଙ୍କ ପତ୍ନୀ ସାବିତ୍ରୀଙ୍କୁ ପ୍ରାର୍ଥୀ କରି ବିଜେଡ଼ି ବିଜୟଙ୍କୁ ମୁକାବିଲା କରିଥିଲା ।
ବିଜୟ ମହାପାତ୍ରଙ୍କ ବିଧାନସଭା ପ୍ରବେଶକୁ ରୋକ୍ ଲଗାଇବାରେ ସମର୍ଥ ରହି ଆସିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥର ବି ସମାନ ଗୋଟିଚାଳନା କରିଥିଲେ । ତାଙ୍କ ନିର୍ଦ୍ଦେଶରେ ୭ ଜଣ ମନ୍ତ୍ରୀ ଓ ଦୁଇଡର୍ଜନରୁ ଅଧିକ ବିଧାୟକ ନିର୍ବାଚନର ମାସକ ପୂର୍ବରୁ ପାଟକୁରାର ବିଭିନ୍ନ ପଞ୍ଚାୟତରେ ଡେରା ପକାଇ ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ଅକ୍ଲାନ୍ତ ପରିଶ୍ରମ କରିଥିଲେ । ନିଜେ ମୁଖ୍ୟମନ୍ତ୍ରୀ ପ୍ରଚାର ପାଇଁ ଯାଇଥିଲେ ଏବଂ ପାଟକୁରା ଦାୟିତ୍ୱ ତାଙ୍କର ବୋଲି ଭୋଟରଙ୍କୁ ପ୍ରତିଶ୍ରୁତି ଦେଇ ଫେରିଥିଲେ ।
ଅନ୍ୟପକ୍ଷରେ ବିଜୟ ମହାପାତ୍ର ସ୍ୱାଭିମାନର ନାରା ଦେଇ ଲୋକଙ୍କ ଭୋଟ ପାଇବାକୁ ସଂଗ୍ରାମ ଚଳାଇଥିଲେ ମଧ୍ୟ ଦଳୀୟ ସମର୍ଥନ ସେଇଭଳି ପ୍ରଭାବୀ ନ ଥିଲା । ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଡ଼ଙ୍ଗୀ, ଅପରାଜିତା ଷଡ଼ଙ୍ଗୀ, ସମ୍ବିତ ପାତ୍ରଙ୍କ ଭଳି ନେତା ଷ୍ଟାର ପ୍ରଚାରକରେ ନିଜକୁ ସୀମିତ ରଖିଦେଇଥିଲେ । ତୃଣମୂଳସ୍ତରରେ ଭୋଟରଙ୍କୁ ସାଙ୍ଗରେ ରଖି ନିର୍ବାଚନ ଲଢ଼ିବାକୁ ବିଜେପି ନେତାଙ୍କ ମଧ୍ୟରେ ସେଭଳି ଉଦ୍ୟମ ଦେଖିବାକୁ ମିଳି ନ ଥିଲା । ନିଜେ ବିଜୟ ମହାପାତ୍ର ଭୋଟରଙ୍କ ସହାନୁଭୂତ ଆଶା କରି ନିର୍ବାଚନରେ ନିଶ୍ଚିତ ଜିତିବେ ବୋଲି ଆଶା ବାନ୍ଧି ଦେଇଥିଲେ । ମାତ୍ର ତାହା ବାସ୍ତବତାଠାରୁ ଯେ ବହୁଦୂରରେ ତାହା ଆଜି ପ୍ରମାଣିତ ହୋଇଛି । ନବୀନ ପଟ୍ଟନାୟକଙ୍କ କରିସ୍କା ତାଙ୍କର ଶେଷ ଆଶାକୁ ଧୂଳିସାତ୍ କରିଦେଇଛି ।
Previous Post

ନାରୀ ସୁରକ୍ଷାର ତୁଚ୍ଛା ସ୍ଲୋଗାନ୍: ଶୋଇଛନ୍ତି ସରକାର, ଟପିଲାଣି ସୀମା

Next Post

ପାଟକୁରା ପୋଷ୍ଟମର୍ଟମ୍: ଟାର୍ଗେଟ୍ ର ଅଧା ବି କଲାନି ବିଜେଡ଼ି

Next Post
ପାଟକୁରା ପୋଷ୍ଟମର୍ଟମ୍: ଟାର୍ଗେଟ୍ ର ଅଧା ବି କଲାନି ବିଜେଡ଼ି

ପାଟକୁରା ପୋଷ୍ଟମର୍ଟମ୍: ଟାର୍ଗେଟ୍ ର ଅଧା ବି କଲାନି ବିଜେଡ଼ି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA