Thursday, April 30, 2026 12:16 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ନାରୀ ସୁରକ୍ଷାର ତୁଚ୍ଛା ସ୍ଲୋଗାନ୍: ଶୋଇଛନ୍ତି ସରକାର, ଟପିଲାଣି ସୀମା

by Our Correspondent
23 Jul, 2019- 11:57 PM
in Latest News, News, Story Of The Week
1 min read
0
ନାରୀ ସୁରକ୍ଷାର ତୁଚ୍ଛା ସ୍ଲୋଗାନ୍: ଶୋଇଛନ୍ତି ସରକାର, ଟପିଲାଣି ସୀମା

ଭୁୁବନେଶ୍ୱର: ରାଜ୍ୟର ଆଇନଶୃଙ୍ଖଳା ସ୍ଥିତି ଦିନକୁ ଦିନ ଅସମ୍ଭାଳ ହେଲାଣି । ଚୋରି, ଡକାୟତି ଭଳି ଅପରାଧ କଥା ଛାଡନ୍ତୁ । ରେପ୍, ମର୍ଡର ମାମୁଲି ନିତିଦିନିଆ ଘଟଣା ହୋଇଗଲାଣି । ସବୁଠାରୁ ସାଂଘାତିକ ଓ ଲଜ୍ଜାର କଥା, ପ୍ରତିଦିନ ରାଜ୍ୟର କେଉଁଠି ନା କେଉଁଠି ନାବାଳିକା ଦୁଷ୍କର୍ମ ଘଟଣାମାନ ଦେଖିବାକୁ ମିଳୁଛି । ଯୌନରାକ୍ଷସଙ୍କ କବଳରୁ କୁନି କୁନି ପିଲା ବର୍ତ୍ତୃନାହିଁ କି ପୁଲିସ ସେମାନଙ୍କୁ ସୁରକ୍ଷା ଦେଇପାରୁନାହିଁ । ଯେତିକି ଘଟଣା ଲୋକଲୋଚନକୁ ଆସୁଛି, ତାହାଠାରୁ ଯଥେଷ୍ଟ ଅଧିକ ଘଟଣା ମିଡ଼ିଆ ଆଢ଼ୁଆଳରେ ରହି ଚାପି ହୋଇଯାଉଛି । ଆମ ଶାସନ ଓ ପୁଲିସ ବ୍ୟବସ୍ଥା ପ୍ରତି ଅପରାଧୀଙ୍କର ତିଳେମାତ୍ର ଭୟ ନାହିଁ ।

ପଞ୍ଚମ ପାଳି କ୍ଷମତାକୁ ଆସିଛନ୍ତି ନବୀନ ପଟ୍ଟନାୟକ । କ୍ରମାଗତ ୧୯ ବର୍ଷ ଧରି ରାଜ୍ୟରେ ତାଙ୍କର ଶାସନ ଚାଲିଛି । ନିଜେ ଗୃହ ବିଭାଗର ଦାୟିତ୍ୱ ମୁଣ୍ଡାଇଛନ୍ତି । ଏଇ କେତେବର୍ଷ ହେଲା ନାରୀ ଅଧିକାର ଓ ସୁରକ୍ଷା କଥା କହି ଢ଼େର୍ ଡିଣ୍ଡିମ୍ ପିଟୁଛନ୍ତି । ନିର୍ବାଚନ ବେଳେ ମୁଖ୍ୟମନ୍ତ୍ରୀ ଓ ତାଙ୍କର ଦଳୀୟ ନେତାମାନେ ନାରୀ ସୁରକ୍ଷାକୁ ଗୁରୁତ୍ୱ ଦେଇ ଭୋଟ ଭିକ୍ଷା କରିଥିଲେ । ହେଲେ ବାସ୍ତବରେ ନାରୀମାନଙ୍କର ସୁରକ୍ଷା କେଉଁ ସ୍ଥିତି ଦେଇ ଗତି କରୁଛି ତାହା ବୋଧହୁଏ ସରକାର ହେଜିନାହାନ୍ତି । ପ୍ରତିଦିନ ମହିଳା ତ ମହିଳା, କୁନି ଝିଅଟି ବି ଜଘନ୍ୟ ଅପରାଧର ଶିକାର ହେଉଛି । ଦୁର୍ଭାଗ୍ୟ ଯେ ବିଧାନସଭାରେ ଯେତେଥର ଆଇନଶୃଙ୍ଖଳା ସମ୍ପର୍କରେ ଆଲୋଚନା ହୁଏ, ମୁଖ୍ୟମନ୍ତ୍ରୀଙ୍କ ମୁହଁରୁ ଗୋଟିଏ ଉତ୍ତର ଆସେ ଯେ ରାଜ୍ୟରେ ଆଇନଶୃଙ୍ଖଳା ସ୍ଥିତି ସ୍ୱାଭାବିକ ଅଛି ।
ନିକଟରେ ବିଧାନସଭାରେ ରାଜ୍ୟର ଆଇନଶୃଙ୍ଖଳାର ବିଗିଡ଼ା ସ୍ଥିତିକୁ ନେଇ ବିରୋଧୀ ଦଳ ବିଧାନସଭାରେ ହୋ ହଲ୍ଲା କରିବାରୁ ମୁଖ୍ୟମନ୍ତ୍ରୀ ସେଇ ସମାନ ବିବୃତ୍ତି ପଢ଼ିଥିଲେ । ମାତ୍ର ଦିନ କେଇଟା ନ ଯାଉଣୁ ତାଙ୍କର ସହଯୋଗୀ କ୍ୟାବିନେଟ୍ ମନ୍ତ୍ରୀ ବିଧାନସଭାରେ ଯେଉଁ ତଥ୍ୟ ରଖିଛନ୍ତି ତାହାର ଭୟାବହତା ସାଧାରଣ ମଣିଷର ଛାତି ଥରାଇ ଦେଉଛି । ଦୁଇଦିନ ହେଲା ବିଧାନସଭାକୁ ଏହା କମ୍ପମାନ କରୁଛି ।
ରାଜ୍ୟରେ ନାବାଳିକାଙ୍କ ସୁରକ୍ଷା ସମ୍ପର୍କରେ କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟଙ୍କର ଏକ ପ୍ରଶ୍ନର ଉତ୍ତର ରଖିଥିଲେ ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ଟୁକୁନି ସାହୁ । ଉତ୍ତରରେ ସେ ଯେଉଁ ତଥ୍ୟ ଦେଇଛନ୍ତି ତାହା କୌଣସି ବଡ଼ ବିସ୍ଫୋରଣଠାରୁ କମ ନୁହେଁ । ରାଜ୍ୟରେ ଏଇ ତିନିବର୍ଷରେ(୨୦୧୬ ରୁ ୨୦୧୯ ମାର୍ଚ୍ଚ ମଧ୍ୟରେ) ୬୧୮ ଜଣ ନାବାଳକ ଓ ୨୬୫୮ ଜଣ ନାବାଳିକା ନିଖୋଜ ହୋଇଯାଇଛନ୍ତି । ସେହି ପିଲାମାନଙ୍କର ଖୋଜଖବର ପାଉନାହାନ୍ତି ଘରଲୋକ । ପୁଲିସକୁ ଭରସା କରି ଅନେଇ ବସିଛନ୍ତି । କେବଳ ଏହି ତିନିମାସରେ(ଏପ୍ରିଲ୍, ମେ, ଜୁନ୍)ରେ ୧୦୦ ଜଣ ନାବାଳକ ନିଖୋଜ ହୋଇଥିବା ବେଳେ ୫୦୨ ଜଣ ନାବାଳିକା ନିଖୋଜ ହୋଇଯାଇଛନ୍ତି ।
ଆମ ଶାସନ ବ୍ୟବସ୍ଥା ଓ ପୁଲିସ କେତେ କାଢ଼ୁଆ ତାହାର ବି ତଥ୍ୟ ରଖିଛନ୍ତି ମନ୍ତ୍ରୀ । ଏହି ତିନିବର୍ଷରେ ୧୫୫୧ ଜଣ ବାଳକ ନିଖୋଜ ହୋଇଥିଲେ । ସେମାନଙ୍କ ମଧ୍ୟରୁ ପୁଲିସ ୯୩୩ ଜଣଙ୍କୁ ଖୋଜି ପାଇଛି । ୬୧୮ ଜଣଙ୍କର ପତ୍ତା ପାଉନାହିଁ । ସେହିଭଳି ୫୦୨୮ ଜଣ ନିଖୋଜ ନାବାଳିକାଙ୍କ ମଧ୍ୟରୁ ପୁଲିସ ମାତ୍ର ୨୩୭୦ ଜଣଙ୍କୁ ଖୋଜି ପାଇଛି । ବାକି ୨୬୫୮ ଜଣ କୁଆଡେ ଗଲେ ଖୋଜି ପାଉନି । ହାତଟେକି ଚୁପ୍ ହୋଇଯାଇଛି ପୁଲିସ । ସେମାନେ କେଉଁଠି ଅଛନ୍ତି, ସୁରକ୍ଷିତ ନା ନାହିଁ ତାହାର ଉତ୍ତର ପୁଲିସ କି ସରକାରଙ୍କ ପାଖରେ ନାହିଁ । ପିଲାର ବାପାମାଆଙ୍କ କଷ୍ଟ ଓ ମାନସିକ ସ୍ଥିତି ବୁଝିବାକୁ କେହି ନାହାନ୍ତି । ପୂରାପୂରି ସାଂଘାତିକ ଅବସ୍ଥା ।
ନିଖୋଜ ପିଲାଙ୍କ ସଂଖ୍ୟା ବଢ଼ୁଛି, ସାଙ୍ଗକୁ ନାବାଳିକା ଦୁଷ୍କର୍ମ ମାମଲା ସାଂଘାତିକ ବଢ଼ି ଚାଲିଛି । ଭବାନୀପାଟଣା ଘଟଣାର ଚର୍ଚ୍ଚା ନ ଥମୁଣୁ କେବଳ ଗତ ୨୪ ଘଣ୍ଟାରେ ୫ଟି ଦୁଷ୍କର୍ମ ଘଟଣା ଲୋକଲୋଚନକୁ ଆସିଲାଣି । ସୁନ୍ଦରଗଡ଼ ଜିଲ୍ଲା ହେମଗିରି ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇ ଜଙ୍ଗଲରେ ଫୋପଡ଼ା ଯାଇଥିବା ବେଳେ ବୀରମିତ୍ରପୁର ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଗଣଦୁଷ୍କର୍ମ କରାଯାଇଛି । ଅନୁଗୁଳ ଜିଲ୍ଲାରେ ୮ ବର୍ଷର ଶିଶୁ ଦୁଷ୍କର୍ମର ଶିକାର ହୋଇଛି । ଏଇ ମାସକରେ ଏହାର ତାଲିକା ବହୁତ ଲମ୍ବା ।
ଏହି ପ୍ରସଙ୍ଗରେ ସୋମବାର ବିଧାନସଭାକୁ ଅଚଳ କରିଥିଲେ ବିଜେପି ଓ କଂଗ୍ରେସ । ମଙ୍ଗଳବାର ବି ଅଚଳ କରିଛନ୍ତି । ନାବାଳିକା ଦୁଷ୍କର୍ମ ଓ ନିଖୋଜ ନାବାଳିକା ପ୍ରସଙ୍ଗରେ ଗୃହ କମିଟି ଗଠନ ସହ ମୁଖ୍ୟମନ୍ତ୍ରୀଙ୍କଠାରୁ ଉତ୍ତର ଦାବି କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି ବି କରିଛନ୍ତି । ଜନସାଧାରଣରେ ଏହାର ପ୍ରତିକ୍ରିୟା ତୀବ୍ର ହେଲାଣି । ଏହି ପ୍ରସଙ୍ଗକୁ ନେଇ ବୁଧବାର ସାରା ରାଜ୍ୟରେ କଂଗ୍ରେସ ପକ୍ଷରୁ ତିନିଘଣ୍ଟିଆ ଆନ୍ଦୋଳନର ଡାକରା ଦିଆଯାଇଛି ।
ଏହି ସମ୍ବେଦନଶୀଳ ପ୍ରସଙ୍ଗକୁ ରାଜ୍ୟ ସରକାର ଗାଲୁ ପେଲି ଏଡାଇ ଦେବାକୁ ଚେଷ୍ଟା କଲେ ଆଶ୍ଚର୍ଯ୍ୟ ହେବାର ନାହିଁ । କାରଣ ନିକଟରେ ନିର୍ବାଚନ ସରିଥିବାରୁ ୫ ବର୍ଷ ଯାଏଁ ସରକାରକୁ କେହି ହଲାଇ ପାରିବେନି । ହେଲେ ଓଡ଼ିଶାବାସୀଙ୍କ ଇଜ୍ଜତ, ଧନଜୀବନର ସୁରକ୍ଷା ପାଇଁ ନବୀନ ସରକାରଙ୍କୁ ଅଲବତ୍ ଉତ୍ତର ଦାୟିତ୍ୱ ନେବାକୁ ପଡ଼ିବ । ‘ଅପରେସନ୍ ସ୍ମାଇଲ୍’ ଅଭିଯାନ ନାଁରେ ଲୋକଙ୍କୁ ଭୂଆଁ ବୁଲାଇବାର ସମୟ ଅତିକ୍ରାନ୍ତ ହୋଇଯାଇଛି ।
Previous Post

ସରିଲା ପାଟକୁରା ନିର୍ବାଚନ, ଅପରାହ୍ନ ୫ଟା ସୁଦ୍ଧା ୬୭% ଭୋଟ

Next Post

୧୭,୯୨୦ ଭୋଟରେ ହାରିଲେ ବିଜୟ ମହାପାତ୍ର

Next Post
୧୭,୯୨୦ ଭୋଟରେ ହାରିଲେ ବିଜୟ ମହାପାତ୍ର

୧୭,୯୨୦ ଭୋଟରେ ହାରିଲେ ବିଜୟ ମହାପାତ୍ର

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA