Saturday, August 1, 2026 01:07 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଅଣ୍ଡାର ଉପକାରିତା ବୁଝାଇଲେ ମନ୍ତ୍ରୀ

by Our Correspondent
11 Oct, 2019- 11:31 PM
in Latest News, News
1 min read
0
ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଅଣ୍ଡାର ଉପକାରିତା ବୁଝାଇଲେ ମନ୍ତ୍ରୀ
ଭୁବନେଶ୍ୱର: ଆଜି ଥିଲା ବିଶ୍ୱ ଅଣ୍ଡା ଦିବସ । ଏହି ଅବସରରେ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଅଣ୍ଡାର ଉପକାରିତା ସମ୍ପର୍କରେ ସଚେତନାର ବାର୍ତ୍ତା ଦେଇଛନ୍ତି ବିଭାଗୀୟ ମନ୍ତ୍ରୀ ଡ. ଅରୁଣ କୁମାର ସାହୁ । ମନ୍ତ୍ରୀ କହିଛନ୍ତି, ଅଣ୍ଡାରେ ଯଥେଷ୍ଟ ପରିମାଣରେ ଖାଦ୍ୟସାର ଥିବାରୁ ସୁସ୍ଥ ଶରୀର ନିମନ୍ତେ ଏହା ଅପରିହାର୍ଯ୍ୟ । ତେଣୁ ଶରୀର ପାଇଁ ଅଣ୍ଡା ଅତ୍ୟନ୍ତ ଉପାଦେୟ ଖାଦ୍ୟ । ଆମ ଖାଦ୍ୟରେ ଅଣ୍ଡାକୁ ସାମିଲ କରିବା ଓ ଅଣ୍ଡାଚାଷ ପ୍ରତି ଲୋକଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟି କରିବା ଦିଗରେ ବ୍ୟାପକ ଜନସଚେତନତା କାର୍ଯ୍ୟକ୍ରମ ଗ୍ରହଣ କରିବାର ଆବଶ୍ୟକତା ରହିଛି ।
୨୦୧୫ ମସିହାରେ ରାଜ୍ୟ ସରକାର ପ୍ରଣୟନ କରିଥିଲେ ଓଡ଼ିଶା କୁକୁଟ୍ଟ ନୀତି । ରାଜ୍ୟରେ ଅଣ୍ଡା ଉତ୍ପାଦନ ବଢ଼ାଇବା ଲକ୍ଷ୍ୟରେ ସରକାର ନେଇଥିବା ଏହି ପଦକ୍ଷେପର ସୁଫଳ ମିଳିଛି । ୨୦୧୪-୧୫ ମସିହାରେ ରାଜ୍ୟରେ ଦୈନିକ ୫୨ ଲକ୍ଷ ଅଣ୍ଡା ଉତ୍ପାଦନ ହେଉଥିବା ବେଳେ ଏବେ ତାହା ୬୫ ଲକ୍ଷରେ ପହଞ୍ଚିଛି । କୁକୁଡ଼ା ଚାଷୀଙ୍କୁ ଅଧିକରୁ ଅଧିକ ପ୍ରୋତ୍ସାହନ ଦେବା ପାଇଁ ରାଜ୍ୟ ସରକାରଙ୍କ ଉଦ୍ୟମ ଜାରି ରଖିଛନ୍ତି ବୋଲି ବିଭାଗୀୟ ମନ୍ତ୍ରୀ ଡ. ସାହୁ କହିଛନ୍ତି ।
ସେ କହିଛନ୍ତି, ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟାନ ଯୋଜନା ମାଧ୍ୟମରେ କୁକୁଡ଼ା ଚାଷୀଙ୍କୁ ଆକର୍ଷଣୀୟ ରିହାତି ଯୋଗାଇ ଦିଆଯାଉଛି । ନିକଟରେ ଫନି ଦ୍ୱାରା କ୍ଷତିଗ୍ରସ୍ତ କୁକୁଡ଼ା ଫାର୍ମଗୁଡ଼ିକର ପୁନଃପ୍ରତିଷ୍ଠା ପାଇଁ ସରକାର ସହାୟତା ଦେଉଛନ୍ତି । ୪ ହଜାରରୁ କମ୍ ସଂଖ୍ୟକ କୁୁଡ଼ା ପାଳନ କରୁଥିବା ପୁରୀ ଜିଲ୍ଲାର ୧୦୩୬ ଜଣ କୁକୁଡ଼ା ଚାଷୀଙ୍କୁ ପ୍ରଥମ ଦଫାରେ ଫାର୍ମ ପିଛା ୩୦ ହଜାର ଟଙ୍କା ସହାୟତା ଦିଆଯାଇଛି ।
‘ବିଶ୍ୱ ଅଣ୍ଡା ଦିବସ-୨୦୧୯’ ପାଳନ ଅବସରରେ ଭୁବନେଶ୍ୱରଠାରେ ପ୍ରାୟ ୫ ହଜାର ଅଣ୍ଡା ଚାଷୀ ଏକତ୍ରିତ ହୋଇଥିଲେ । ଓଡ଼ିଶା ପୋଲଟ୍ରି ଫାର୍ମର୍ସ ଆସୋସିଏସନ୍ ଓ ଅଲ୍ ଓଡ଼ିଶା ଲେୟର୍ ଫାର୍ମର୍ସ ଆସୋସିଏସନ୍ ଏହାର ଆୟୋଜନ କରିଥିଲେ । ଏମାନଙ୍କ ସହଯୋଗରେ ରାଜ୍ୟ ସରକାରଙ୍କ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗ ପକ୍ଷରୁ ସ୍ଥାନୀୟ ଓୟୁଏଟି ପରିସରସ୍ଥିତ ଭେଟେନାରି କଲେଜ ପଡ଼ିଆଠାରେ ଏକ ଉତ୍ସବ ଓ କର୍ମଶାଳା ଆୟୋଜିତ ହୋଇଥିଲା । ମୁଖ୍ୟ ଅତିଥି ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ତାଙ୍କର ଏହି ଭାଷଣ ରଖିଥିଲେ ।
ରାଜ୍ୟ ସରକାରଙ୍କ ମିଡ଼ିଆ ଉପଦେଷ୍ଟା ତଥା ଅଲ୍ ଓଡ଼ିଶା ଲେୟର୍ ଫାର୍ମର୍ସ ଆସୋସିଏସନ୍ ର ଅଧ୍ୟକ୍ଷ ମାନସ ରଞ୍ଜନ ମଙ୍ଗରାଜ ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଅଣ୍ଡା ଉତ୍ପାଦନ ବୃଦ୍ଧି ଏବଂ ଅଧିକ କୁକୁଡ଼ା ଫାର୍ମ ପ୍ରତିଷ୍ଠା ଦିଗରେ ରହିଥିବା ସମସ୍ୟାଗୁଡ଼ିକ ସମ୍ପର୍କରେ ସେ ଆଲୋକପାତ କରିଥିଲେ ।

ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗର କମିଶନର ତଥା ଶାସନ ସଚିବ ଆର.ରଘୁପ୍ରସାଦ ତାଙ୍କ ଭାଷଣରେ କହିଥିଲେ, ରାଜ୍ୟରେ ବର୍ତ୍ତମାନ ୧୩୮ଟି ବ୍ୟବସାୟିକ ଲେୟର କୁକୁଡ଼ା ଫାର୍ମ ରହିଛି । ଏହି ଫାର୍ମଗୁଡ଼ିକରୁ ଦୈନିକ ୬୫ ଲକ୍ଷ ଅଣ୍ଡା ଉତ୍ପାଦନ ହେଉଥିବା ବେଳେ ଆଗାୀ ଦିନରେ ଆହୁରି ୧୦୦ଟି ବ୍ୟବସାୟିକ ଲେୟର ଫାର୍ମ ପ୍ରତିଷ୍ଠା ପାଇଁ ଲକ୍ଷ୍ୟ ରଖାଯାଇଛି । ଉତ୍ସବରେ କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର କୁଳପତି ଡ. ପବନ କୁମାର ଅଗ୍ରୱାଲ୍, ପ୍ରାଣୀସମ୍ପଦ ଓ ପ୍ରାଣୀ ଚିକିତ୍ସା ନିର୍ଦ୍ଦେଶକ ରତ୍ନାକର ରାଉତ ପ୍ରମୁଖ ଭାଷଣ ଦେଇଥିଲେ । ଏହି ଅବସରରେ ସଫଳ କୁକୁଡ଼ା ଉଦ୍ୟୋଗୀମାନଙ୍କୁ ମନ୍ତ୍ରୀ ସମ୍ବର୍ଦ୍ଧିତ କରିଥିଲେ ।
ଓଡ଼ିଶା ପୋଲଟ୍ରି ଫାର୍ମର୍ସ ସଂଘର ସଭାପତି ଜ୍ୟୋତିକାନ୍ତ ମହାପାତ୍ର, ଉପଦେଷ୍ଟା ଅଶୋକ ପ୍ରଧାନ, ସମ୍ପାଦକ ପ୍ରଦୁ୍ୟମ୍ନ ପରିଡ଼ା ଏବଂ ଅଲ୍ ଓଡ଼ିଶା ଲେୟର ଫାର୍ମର୍ସ ଆସୋସିଏସନ୍ ର ସଭାପତି ବି.ବି.ଚୌହାନ ଓ ସମ୍ପାଦକ ଏଲ.ସରୋଜ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।
Previous Post

ଆହାର କେନ୍ଦ୍ରରେ ଲୋକଙ୍କ ସହ ଭାତ ଡାଲମା ଖାଇଲେ ମୁଖ୍ୟ ଶାସନ ସଚିବ, ପାଣ୍ଡିଆନ୍

Next Post

ବିଜେପିରେ ୟୁଜ୍ ଆଣ୍ଡ ଥ୍ରୋ! ଦଳ ଛାଡ଼ିଲେ ଅଶୋକ ପାଣିଗ୍ରାହୀ

Next Post
ବିଜେପିରେ ୟୁଜ୍ ଆଣ୍ଡ ଥ୍ରୋ! ଦଳ ଛାଡ଼ିଲେ ଅଶୋକ ପାଣିଗ୍ରାହୀ

ବିଜେପିରେ ୟୁଜ୍ ଆଣ୍ଡ ଥ୍ରୋ! ଦଳ ଛାଡ଼ିଲେ ଅଶୋକ ପାଣିଗ୍ରାହୀ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA