Thursday, April 30, 2026 12:17 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଏକଜିଟ୍ ପୋଲ୍: ଦିଲ୍ଲୀରେ ପୁଣି କେଜ୍ରିୱାଲ୍

by Our Correspondent
08 Feb, 2020- 08:40 PM
in Latest News, National, News, Politics
1 min read
0
ଏକଜିଟ୍ ପୋଲ୍: ଦିଲ୍ଲୀରେ ପୁଣି କେଜ୍ରିୱାଲ୍

ଝାଡ଼ଖଣ୍ଡ, ମହାରାଷ୍ଟ୍ର ପରେ ବିଜେପିକୁ ଦିଲ୍ଲୀ ଷ୍ଟ୍ରୋକ୍!

ନୂଆଦିଲ୍ଲୀ: ଅରବିନ୍ଦ କେଜ୍ରିୱାଲ୍ ଙ୍କ ଆମ୍ ଆଦମୀ ପାର୍ଟି ତୃତୀୟ ଥର ପାଇଁ ଦିଲ୍ଲୀରେ ସରକାର ଗଢ଼ିବ । କେଜ୍ରିୱାଲ୍ ଙ୍କ ଶକ୍ତି ଆଗରେ ହାର୍ ମାନିବାକୁ ଯାଉଛନ୍ତି ସର୍ବଶକ୍ତିମାନ ନରେନ୍ଦ୍ର ମୋଦି-ଅମିତ୍ ଶାହା । ଆଜି ଦିଲ୍ଲୀ ବିଧାନସଭା ନିର୍ବାଚନ ସରିବା ପରେ ବିଭିନ୍ନ ସଂସ୍ଥାର ଏକଜିଟ୍ ପୋଲ୍ ଏହି ଆକଳନ କରିଛି । ତେବେ ଗତଥର ୬୭ ଆସନ ପାଇଥିବା ଆପ୍ କୁ ଏଥର କମ୍ ଆସନ ମିଳିବ ବୋଲି ଅଧିକାଂଶ ସଂସ୍ଥା ଆକଳନ ଲଗାଇଛନ୍ତି ।

୭୦ ବିଧାନସଭା ଆସନ ବିଶିଷ୍ଟ ଦିଲ୍ଲୀରେ ସରକାର ଗଢ଼ିବା ପାଇଁ ଦରକାର ୩୬ ଆସନ । ୨୦୧୩ ନିର୍ବାଚନରେ ଆପ୍ ପ୍ରଥମ ଥର ପାଇଁ ନିର୍ବାଚନ ଲଢ଼ି ୨୮ଟି ଆସନ ପାଇଥିଲେ ମଧ୍ୟ କଂଗ୍ରେସ ସମର୍ଥନରେ ଅରବିନ୍ଦ କେଜ୍ରିୱାଲ୍ ସରକାର ଗଢ଼ିଥିଲେ । ଜନ ଲୋକପାଳ ନିଯୁକ୍ତି ନେଇ ଦିଲ୍ଲୀବାସୀଙ୍କୁ ଦେଇଥିବା ପ୍ରତିଶ୍ରୁତି ପାଳନ କରି ନ ପାରିବାରୁ ୪୯ ଦିନ ପରେ କେଜ୍ରିୱାଲ୍ ଇସ୍ତଫା ଦେଇଥିଲେ । ୨୦୧୫ ନିର୍ବାଚନରେ ଆପ୍ ୬୭ଟି ଆସନ ଦଖଲ କରିଥିବା ବେଳେ ବିଜେପିକୁ ମିଳିଥିଲା ମାତ୍ର ୩ଟି ଆସନ । ଏବେ ତୃତୀୟ ଥର ପାଇଁ କେଜ୍ରିୱାଲ୍ ଙ୍କ ଆପ୍ ସପକ୍ଷରେ ସ୍ପଷ୍ଟ ଜନମତ ଆସିଥିବା ବିଭିନ୍ନ ସଂସ୍ଥାର ଏକଜିଟ୍ ପୋଲ୍ ଆକଳନ କରିଛନ୍ତି । ଆପ୍ ୫୦ରୁ ଅଧିକ ଆସନ ପାଇବ ବୋଲି ସମସ୍ତଙ୍କର ଆକଳନ କହିଛି । ଇଣ୍ଡିଆ ଟୁଡେ-ଆକ୍ସିସ୍ ମାଇଁ ଇଣ୍ଡିଆ ଏକଜିଟ୍ ପୋଲ୍ ଆକଳନରେ ଆପ୍ ୫୯ରୁ ୬୮ ଆସନ ପାଇବ ବୋଲି କୁହାଯାଇଛି ।

କାହାର କେତେ ଆକଳନ

ଇଣ୍ଡିଆ ଟୁଡେ-ଆକ୍ସିସ୍ ମାଇଁ ଇଣ୍ଡିଆ
ଆପ୍: ୫୯-୬୮, ବିଜେପି:୨-୧୧
ରିପବ୍ଲିକ୍ ଟିଭି
ଆପ୍: ୪୮-୬୧, ବିଜେପି: ୯-୨୧, କଂଗ୍ରେସ:୦-୧
ଏବିପି ନ୍ୟୁଜ୍-ସି ଭୋଟର
ଆପ୍: ୪୯-୬୩, ବିଜେପି: ୫-୧୯, କଂଗ୍ରେସ:୦-୪
ନ୍ୟୁଜ୍ ଏକ୍ସ-ପୋଲଷ୍ଟ୍ରଟ୍
ଆପ୍: ୫୦-୫୬, ବିଜେପି:୧୦-୧୪
ଟାଇମ୍ସ ନାଓ-ଇପସସ୍
ଆପ୍: ୪୭, ବିଜେପି:୨୩
ଟିଭି9 ଭାରତବର୍ଷ ସିସେରୋ
ଆପ୍: ୫୪, ବିଜେପି: ୧୫, କଂଗ୍ରେସ:୧
ଇଣ୍ଡିଆ ନ୍ୟୁଜ୍ ନେସନ୍
ଆପ୍: ୫୫, ବିଜେପି: ୧୪, କଂଗ୍ରେସ: ୧
ଜନ୍ କି ବାତ୍
ଆପ୍: ୪୮-୬୧, ବିଜେପି: ୯-୨୧, କଂଗ୍ରେସ:୦-୧
ନ୍ୟୁଜ୍ ଏକ୍ସ-ନେତା
ଆପ୍: ୫୩-୫୭, ବିଜେପି: ୧୧-୧୭, କଂଗ୍ରେସ: ୦-୨
ସୂଚନାଥାଉକି, ୭ ମାସ ତଳେ ଅନୁଷ୍ଠିତ ଲୋକସଭା ନିର୍ବାଚନରେ ଦିଲ୍ଲୀର ୭ଟି ଯାକ ଆସନ ବିଜେପି ଦଖଲ କରିଥିଲା । ୬୫ଟି ବିଧାନସଭା ଆସନରେ ବିଜେପି ଆଗୁଆ ଥିଲା । ମାତ୍ର ଏଥର ନିର୍ବାଚନ ଏକଜିଟ୍ ପୋଲ୍ କୁ ବିଶ୍ୱାସ କରାଗଲେ, ବିଧାନସଭା ନିର୍ବାଚନରେ ଚିତ୍ର ବଦଳି ଯାଇଛି । ମୋଦି ମ୍ୟାଜିକ୍, ୬୦ଟି ବିଧାନସଭା କ୍ଷେତ୍ରରେ ଅମିତ୍ ଶାହାଙ୍କ ପ୍ରଚାର, ବିଜେପି ସାଂସଦମାନଙ୍କ ରାତି ଉଜାଗର ଦିଲ୍ଲୀବାସୀଙ୍କୁ ପ୍ରଭାବିତ କରିନାହିଁ । ଆପ୍ ର କାର୍ଯ୍ୟ ଏବଂ ଅରବିନ୍ଦ କେଜ୍ରିୱାଲ୍ ଙ୍କ କରିସ୍ମା ଆଗରେ ସେସବୁ ଫିକା ପଡ଼ିଛି । ଅନ୍ୟପକ୍ଷରେ ପୂର୍ବଥର ଭଳି ଏଥର ମଧ୍ୟ କଂଗ୍ରେସର ସ୍ଥିତି ନାହିଁ କହିଲେ ଚଳେ ।
ତେବେ ଏକଜିଟ୍ ପୋଲ୍ ଫଳାଫଳକୁ ଦିଲ୍ଲୀ ବିଜେପି ମୁଖ୍ୟ ମନୋଜ ତିୱାରୀ ପ୍ରତ୍ୟାଖ୍ୟାନ କରିଛନ୍ତି । ବିଜେପି ୪୮ ଆସନ ପାଇ ସରକାର ଗଢ଼ିବ ବୋଲି ସେ ଦମ୍ଭ ଦେଖାଇଛନ୍ତି । ତେବେ କିଏ ସତ, ଆସନ୍ତା ୧୧ ତାରିଖ ଭୋଟଗଣତି ପରେ ସ୍ପଷ୍ଟ ହୋଇଯିବ ।
Previous Post

ମାଓ ଅପରେସନ୍ ରେ ପୁଲିସକୁ ବଡ଼ ସଫଳତା

Next Post

ବସ୍ ରେ ଛିଣ୍ଡିଲା ୧୧ କେଭି ବିଜୁଳି ତାର; ୯ ମୃତ, ୨୫ ଆହତ

Next Post
ବସ୍ ରେ ଛିଣ୍ଡିଲା ୧୧ କେଭି ବିଜୁଳି ତାର; ୯ ମୃତ, ୨୫ ଆହତ

ବସ୍ ରେ ଛିଣ୍ଡିଲା ୧୧ କେଭି ବିଜୁଳି ତାର; ୯ ମୃତ, ୨୫ ଆହତ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA