Wednesday, August 19, 2026 06:09 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଏଥର ୧୫ ଦିନ ବିଜୁ ଜୟନ୍ତୀ ପାଳନ

by Our Correspondent
27 Feb, 2020- 11:18 PM
in Latest News, News
1 min read
0
ଏଥର ୧୫ ଦିନ ବିଜୁ ଜୟନ୍ତୀ ପାଳନ
ଭୁୁବନେଶ୍ୱର: ମାର୍ଚ୍ଚ ୫ ତାରିଖ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ଜନ୍ମଦିନ । ଏହି ମହାନ୍ ନେତାଙ୍କ ୧୦୪ତମ ଜନ୍ମ ବାର୍ଷିକୀରେ ସଂଯୋଗକୁ ତାଙ୍କ ସୁପୁତ୍ର ନବୀନ ପଟ୍ଟନାୟକଙ୍କ ବିଜେଡ଼ି ସରକାର ୨୦ ବର୍ଷ ପୂରଣ କରିବ । ଏଭଳି ମୁହୁର୍ତ୍ତକୁ ସ୍ମରଣୀୟ କରିବା ପାଇଁ ବିଜୁ ଜନତା ଦଳ ପକ୍ଷରୁ ବ୍ୟାପକ ଆୟୋଜନ କରାଯାଇଛି । ୧୫ ଦିନ ଧରି ବିଜୁ ଜୟନ୍ତୀ ପାଳିବା ପାଇଁ କାର୍ଯ୍ୟକ୍ରମ ପ୍ରସ୍ତୁତ ହୋଇଛି । ବିଜୁବାବୁଙ୍କ ପ୍ରଦର୍ଶିତ ମାର୍ଗରେ ଓଡ଼ିଶାର ବିକାଶ ଯାତ୍ରା ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରିବା ସହ ସ୍ୱାଧୀନତା ସଂଗ୍ରାମର ରଥୀମାନଙ୍କୁ ଏହି ଅବସରରେ ଶ୍ରଦ୍ଧାଞ୍ଜଳି ଦିଆଯିବ ।
ଆଜି ବିଜେଡ଼ି କାର୍ଯ୍ୟାଳୟଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଏହାର ବିସ୍ତୃତ ସୂଚନା ଦେଇଛନ୍ତି ଦଳର ବରିଷ୍ଠ ନେତା ଦେବୀପ୍ରସାଦ ମିଶ୍ର, ସଞ୍ଜୟ କୁମାର ଦାସବର୍ମା, ଶ୍ରୀମତୀ ପ୍ରମିଳା ମଲ୍ଲିକ ଏବଂ ଶ୍ରୀମତୀ ଉଷା ଦେବୀ ।
୧୫ ଦିନ ଧରି ରାଜ୍ୟ ବ୍ୟାପୀ ବିଜୁ ଜୟନ୍ତୀରେ ଦଳର ମହିଳା, ଯୁବ ଓ ଛାତ୍ର ସଂଗଠନ ଜରିଆରେ ବିଭିନ୍ନ କାର୍ଯ୍ୟକ୍ରମ କରାଯିବ । ବିଜୁ ବାବୁ ସବୁବେଳେ ଗାଁ କୁ କାମ ମା’ କୁ ସମ୍ମାନ କଥା ହେଉଥିଲେ । ବିଜୁ ବାବୁଙ୍କର ଏହି ଆଦର୍ଶକୁ ପାଥେୟ କରି ମାର୍ଚ୍ଚ ୮ ତାରିଖ ଆନ୍ତର୍ଜାତିକ ମହିଳା ଦିବସଠାରୁ ମହିଳାମାନଙ୍କ ସମ୍ମିଳନୀର ଆୟୋଜନ କରାଯାଇଛି । ବିଜୁ ମହିଳା ଦଳ ପକ୍ଷରୁ ଆୟୋଜିତ ହେବାକୁ ଥିବା ଏହି ସମ୍ମିଳନୀର ଫୋକସ୍ ରେ ରହିବ ମହିଳାଙ୍କ ବିକାଶ । ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ବିଭିନ୍ନ କ୍ଷେତ୍ରରେ କୃତବିଦ୍ୟ ମହିଳାମାନଙ୍କୁ ସେଥିରେ ସମ୍ବର୍ଦ୍ଧିତ କରାଯିବ ।
ବିଜେଡ଼ିର ସାମାଜିକ କାର୍ଯ୍ୟକ୍ରମର ଏକ ନମ୍ବର ଏଜେଣ୍ଡାରେ ରହୁଥିବା ‘ଜୀବନ ବିନ୍ଦୁ’ କାର୍ଯ୍ୟକ୍ରମ ଅନ୍ତର୍ଗତ ରକ୍ତଦାନ ଶିବିରକୁ ବିଜୁ ଜୟନ୍ତୀରେ ବ୍ୟାପକ ଢ଼ଙ୍ଗରେ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏହାକୁ ୧୫ ଦିନରେ ସୀମିତ ରଖାଯିବନି । ମାର୍ଚ୍ଚ ୫ ବିଜୁ ଜୟନ୍ତୀରୁ ଏପ୍ରିଲ ୧୭ ବିଜୁ ବାବୁଙ୍କ ଶ୍ରାଦ୍ଧ ଦିବସ ଯାଏଁ ଓଡ଼ିଶାର ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ରକ୍ତଦାନ ଶିବିରର ଆୟୋଜନ କରାଯାଇଛି । ପ୍ରତି ନିର୍ବାଚନମଣ୍ଡଳୀର ବ୍ଲକ୍ ଓ ନଗରାଞ୍ଚଳରେ ଏହାର ଆୟୋଜନ ପାଇଁ ରୂପରେଖ ପ୍ରସ୍ତୁତ ହୋଇଥିବା ବିଜେଡ଼ି ନେତାମାନେ କହିଛନ୍ତି ।
Previous Post

‘ବାସି, ନିମ୍ନମାନର ଅଣ୍ଡାକୁ ଓଡ଼ିଶାରେ ପୂରାଇ ଦେବୁନୁ’

Next Post

କାଲି ଆସୁଛନ୍ତି ଅମିତ୍ ଶାହା

Next Post
କାଲି ଆସୁଛନ୍ତି ଅମିତ୍ ଶାହା

କାଲି ଆସୁଛନ୍ତି ଅମିତ୍ ଶାହା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA