Sunday, May 31, 2026 12:30 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

‘ବାସି, ନିମ୍ନମାନର ଅଣ୍ଡାକୁ ଓଡ଼ିଶାରେ ପୂରାଇ ଦେବୁନୁ’

by Our Correspondent
26 Feb, 2020- 04:01 PM
in Latest News, News
1 min read
0
‘ବାସି, ନିମ୍ନମାନର ଅଣ୍ଡାକୁ ଓଡ଼ିଶାରେ ପୂରାଇ ଦେବୁନୁ’
Spread the love
ଭୁୁବନେଶ୍ୱର:ଆଜିକୁ ପ୍ରାୟ ଦେଢ ବର୍ଷରୁ ଅଧିକ ଦିନ ହେଲାଣି କୁକୁଡା ଖାଦ୍ୟ ପ୍ରସ୍ତୁତି ହେଉଥିବା ବିଭିନ୍ନ ଉତ୍ପାଦନର ମୂଲ୍ୟ ଅତ୍ୟଧିକ ବୃଦ୍ଧି ହେଉଥିବା ଯୋଗୁଁ ଅଣ୍ଡାର ଉତ୍ପାଦନ ଦର ତଦନୁଯାୟୀ ବୃଦ୍ଧି ପାଇଛି । ଏହି ପରିସ୍ଥିତିର ଫାଇଦା ନେଇ କିଛି ଅଣ୍ଡା ବ୍ୟବସାୟୀ ବାହାର ରାଜ୍ୟରୁ ୧୦ରୁ ୧୫ ଦିନର ବାସି ଓ ନିମ୍ନମାନର ଅଣ୍ଡାକୁ କମ୍ ଦରରେ ଆଣି ଆମ ରାଜ୍ୟର ଅଣ୍ଡା ବଜାରରେ ବିକ୍ରି କରୁଛନ୍ତି । ଏହା ସହିତ ଆମ ରାଜ୍ୟର ଅଣ୍ଡା ଉତ୍ପାଦନ କରୁଥିବା କୃଷକ ଭାଇମାନଙ୍କୁ ସ୍ୱଳ୍ପ ମୂଲ୍ୟରେ ଅଣ୍ଡା ବିକ୍ରି କରିବାପାଇଁ ବାଧ୍ୟ କରୁଛନ୍ତି ଯାହାକି ଓଡ଼ିଶାର ଚାଷୀ ଭାଇମାନଙ୍କ ଲାଗି ଏକ ଖରାପ ପରିସ୍ଥିତି ସୃଷ୍ଟି କରୁଛି ଏବଂ ପ୍ରତିଦିନ ଲକ୍ଷ ଲକ୍ଷ ଟଙ୍କାର କ୍ଷତି ସହିବାକୁ ଏମାନେ ବାଧ୍ୟ ହେଉଛନ୍ତି ।
ଅଣ୍ଡା ବ୍ୟବସାୟରେ ଉପୁଜିଥିବା ଏଭଳି ଅବସ୍ଥା ସମ୍ପର୍କରେ ସୂଚନା ଦେଇଛନ୍ତି ଓଡ଼ିଶା ଲେୟାର ଫାର୍ମରସ୍ ଆସୋସିଏସନ ସାଧାରଣ ସମ୍ପାଦକ ଏଲ.ସରୋଜ କୁମାର ପାତ୍ର । ରାଜ୍ୟ ସରକାର ତୁରନ୍ତ ଏଭଳି ଦୋନମ୍ବରୀ କାରବାର ଉପରେ ଅଙ୍କୁଶ ଲଗାଇବାକୁ ସେ ଅନୁରୋଧ କରିଥିବା ବେଳେ ଅସାଧୁ ବ୍ୟବସାୟୀମାନଙ୍କୁ ସତର୍କ କରାଇଛନ୍ତି । ସେମାନଙ୍କ ଦ୍ୱାରା ଆମଦାନି ଅଣ୍ଡାକୁ ଓଡ଼ିଶାରେ ପୂରାଇ ଦିଆଯିବ ନାହିଁ ବୋଲି ଚେତାବନୀ ଦେଇଛନ୍ତି ।
ଶ୍ରୀ ପାତ୍ରଙ୍କ କହିବାନୁଯାୟୀ, ଓଡ଼ିଶାର ଅଣ୍ଡା ବ୍ୟବସାୟ ଅତ୍ୟନ୍ତ ଦୁର୍ଦ୍ଦିନ ସ୍ଥିତିରେ ପହଞ୍ଚିଛି । ବ୍ୟବସାୟରେ ହେଉଥିବା କ୍ଷତିକୁ ଭରଣା କରିନପାରି ପାଖପାଖି ୧୨ରୁ ଅଧିକ ଅଣ୍ଡା ଉତ୍ପାଦନକାରୀ ଫାର୍ମ ବନ୍ଦ ହୋଇଗଲାଣି ଏବଂ ଅନେକ ବନ୍ଦ ହେବା ସ୍ଥିତିକୁ ଆସିଛି । ଆମ ରାଜ୍ୟର କୃଷି ଭିତ୍ତିକ ଅଣ୍ଡା ଉତ୍ପାଦନ ଶିଳ୍ପରେ ପ୍ରତ୍ୟକ୍ଷ ଭାବେ ୫୦ହଜାର ଏବଂ ପରୋକ୍ଷ ଭାବେ ଏକ ଲକ୍ଷରୁ ଅଧିକ ଲୋକ ଉପକୃତ ହେଉଥିବା ବେଳେ ଏଭଳି ସ୍ଥିତି ଉଦବେଗଜନକ ।
ସେ କହିଛନ୍ତି, ସରକାରଙ୍କ ପରିଚାଳିତ ବିିଭିନ୍ନ କାର୍ଯ୍ୟକ୍ରମରେ ବାହାର ରାଜ୍ୟରୁ ଆମଦାନୀ ହେଉଥିବା ଅଣ୍ଡା ବଣ୍ଟନ ଦ୍ୱାରା ନିରୀହ ଶିଶୁ ଓ ଗର୍ଭବତୀ ମହିଳାମାନଙ୍କ ସ୍ୱାସ୍ଥ୍ୟ ଉପରେ ପ୍ରତିକୂଳ ପ୍ରଭାବ ପଡିବାର ସମ୍ଭାବନା ରହିଛି । କିନ୍ତୁ କିଛି ବ୍ୟବସାୟୀ ଉପରୋକ୍ତ ଭୟଙ୍କର ସ୍ଥିତିକୁ ଖାତିର ନକରି ନିଜର ଲାଭ ପାଇଁ ନିମ୍ନମାନର ଅଣ୍ଡାକୁ ବିକ୍ରି କରି ଚାଲିଛନ୍ତି । ଏହି ଅସାଧୁ ବ୍ୟବସାୟୀମାନଙ୍କୁ ଅଲ ଓଡ଼ିଶା ଲେୟାର ଫାର୍ମରସ୍ ଆସୋସିଏସନ ପକ୍ଷରୁ ବାରମ୍ବାର ବାରଣ ସତ୍ତ୍ୱେ ସେମାନେ ଖାତିର କରୁନାହାନ୍ତି ।
ଜାତୀୟ ଅଣ୍ଡା ସମନ୍ୱୟ କମିଟି ସଂସ୍ଥା ଦ୍ୱାରା ସର୍ବଭାରତୀୟ ସ୍ତରରେ ଅଣ୍ଡାର ଦର ପ୍ରତିଦିନ ଧାର୍ଯ୍ୟ ହୋଇଥାଏ । କିନ୍ତୁ ଏହି ସଂସ୍ଥାରେ ସଭ୍ୟ ଥିବା କିଛି ଅସାଧୁ ଓ ଖଳ ପ୍ରକୃତିର ଲୋକ ନିଜର ସ୍ୱାର୍ଥ ପାଇଁ ଅଣ୍ଡା ଦରକୁ ନିଜର ନିୟନ୍ତ୍ରଣରେ ଏବଂ କମ୍ ଦରରେ ଧାର୍ଯ୍ୟ କରୁଛନ୍ତି ଯାହା ଦ୍ୱାରା ବର୍ତ୍ତମାନ ରାଜ୍ୟର କୁକୁଡା ଚାଷୀମାନେ ଅଣ୍ଡାର ସର୍ବନିମ୍ନ ଉତ୍ପାଦନ ମୂଲ୍ୟ ପାଇପାରୁ ନାହାନ୍ତି । ଏହି ଜାତୀୟ ସଂସ୍ଥାକୁ ଅଲ ଓଡ଼ିଶା ଲେୟାର ଫାର୍ମରସ୍ ଆସୋସିଏସନ ପକ୍ଷରୁ ବାରମ୍ବାର ଅନୁରୋଧ କରିବା ସତ୍ତ୍ୱେ ତାଙ୍କର ମନୋଭାବରେ କୌଣସି ପରିବର୍ତ୍ତନ ହେଉନାହିଁ ।
ରାଜ୍ୟ ସରକାର ଏଭଳି ମନମୁଖୀ କାର୍ଯ୍ୟ ଉପରେ କଟକଣା ଲଗାଇବା ସହ ଆମ ରାଜ୍ୟରୁ ଉତ୍ପାଦନ ହେଉଥିବା ସତେଜ ଓ ତାଜା ଅଣ୍ଡାକୁ ଓଡିଶାର ମହିଳା, ଶିଶୁ ଓ ସାଧାରଣ ଖାଉଟି ଯେମିତି ପାଇପାରିବେ ତାହା ଉପରେ ବିଶେଷ ନୀତି ନିର୍ଦ୍ଧାରଣ କରିବାକୁ ସଂଘ ପକ୍ଷରୁ ଶ୍ରୀ ପାତ୍ର ଅନୁରୋଧ କରିଛନ୍ତି । ନଚେତ୍ ଆଗାମୀ କିଛିଦିନ ମଧ୍ୟରେ ଓଡିଶା ସରକାରଙ୍କ ପ୍ରୋସାହନରେ ଗଢି ଉଠିଥିବା ଅଣ୍ଡା ଶିଳ୍ପର ବିଲୋପ ହୋଇଯିବ ଏବଂ ଏଥିରେ ନିୟୋଜିତ ଲକ୍ଷ ଲକ୍ଷ ଲୋକ କାମଧନ୍ଦା ହରାଇ ବେକାର ହୋଇଯିବେ ବୋଲି ଶ୍ରୀ ପାତ୍ର ସତର୍କ କରାଇଛନ୍ତି ।
ଏଭଳି ସମସ୍ୟାର ନିରାକରଣ ପାଇଁ କୁକୁଡା ଚାଷୀମାନଙ୍କ ସଂଗଠନ ତରଫରୁ ଉଦ୍ୟମ ହେଉଛି । ଅନ୍ୟ ରାଜ୍ୟରୁ ବାସି ଓ ନିମ୍ନମାନର ଅଣ୍ଡା ଆମଦାନୀକୁ ବନ୍ଦ କରି ଅଣ୍ଡା ବ୍ୟବସାୟୀମାନେ ଆମ ରାଜ୍ୟରୁ ଉତ୍ପାଦିତ ସତେଜ ଓ ତାଜା ଅଣ୍ଡାକୁ ବ୍ୟବହାର କରିବାକୁ ପରାମର୍ଶ ଦିଆଯାଉଛି । । ସେମାନେ ନ ଶୁଣିଲେ, ଅଣ୍ଡା ଉତ୍ପାଦନ କରୁଥିବା ଚାଷୀମାନେ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରିବା ସହିତ ଖୁବଶୀଘ୍ର ରାଜ୍ୟର ସମସ୍ତ ଆନ୍ତଃରାଜ୍ୟ ତନଖି ଫାଟକରେ ଓଡିଶା ଭିତରକୁ ଅଣ୍ଡା ଆମଦାନୀକୁ ବନ୍ଦ କରିଦିଆଯିବ । ବାହାର ରାଜ୍ୟରୁ ଆସୁଥିବା ନିମ୍ନମାନର ଅଣ୍ଡା ବିରୁଦ୍ଧରେ ସ୍ୱର ଉତ୍ତୋଳନ କରି ରାଜ୍ୟରେ ଉତ୍ପାଦିତ ସତେଜ ଓ ତାଜା ଅଣ୍ଡାକୁ ବ୍ୟବହାର କରିବାକୁ ଜନସାଧାରଣଙ୍କୁ ମଧ୍ୟ ଅନୁରୋଧ କରାଯାଇଛି ।
Previous Post

ବିଜେଡ଼ି ରାଜ୍ୟ କାର୍ଯ୍ୟକାରିଣୀ ତାଲିକା

Next Post

ଏଥର ୧୫ ଦିନ ବିଜୁ ଜୟନ୍ତୀ ପାଳନ

Next Post
ଏଥର ୧୫ ଦିନ ବିଜୁ ଜୟନ୍ତୀ ପାଳନ

ଏଥର ୧୫ ଦିନ ବିଜୁ ଜୟନ୍ତୀ ପାଳନ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA