Thursday, April 30, 2026 06:21 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଏନଆଇଟି ରାଉରକେଲା ଓଡ଼ିଶାର ସର୍ବଶ୍ରେଷ୍ଠ ଅନୁଷ୍ଠାନ

by Our Correspondent
11 Jun, 2020- 10:08 PM
in Latest News, National, News
1 min read
0
ଏନଆଇଟି ରାଉରକେଲା ଓଡ଼ିଶାର ସର୍ବଶ୍ରେଷ୍ଠ ଅନୁଷ୍ଠାନ

– ପ୍ରକାଶ ପାଇଲା ଏନଆଇଆରଏଫ୍ ଇଣ୍ଡିଆ ରାଙ୍କିଙ୍ଗସ୍ ତାଲିକା
– ତାଲିକାର ଶୀର୍ଷରେ ଆଇଆଇଟି, ମାଡ୍ରାସ୍
– ରାଜ୍ୟର ଏନଆଇଟି, ସୋଆ, କିଟ୍, ଆଇଆଇଟି ଶ୍ରେଷ୍ଠ
– ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ତାଲିକାରେ ଉତ୍କଳ ବିଶ୍ୱବିଦ୍ୟାଳୟ(୯୬)
– କଲେଜ ତାଲିକାରେ ଓଡ଼ିଶା ନାହିଁ

ଭୁୁବନେଶ୍ୱର: କେନ୍ଦ୍ର ସରକାରଙ୍କ ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ନ୍ୟାସନାଲ୍ ଇନଷ୍ଟିଚ୍ୟୁସନାଲ୍ ରାଙ୍କିଙ୍ଗ୍ ଫ୍ରେମୱର୍କ(ଏନଆଇଆରଏଫ) ତାଲିକା ପ୍ରକାଶ ପାଇଛି । ଏହି ଇଣ୍ଡିଆ ରାଙ୍କିଙ୍ଗସ୍ ମାନ୍ୟତାରେ ଆଇଆଇଟି, ମାଡ୍ରାସ୍ ଶୀର୍ଷରେ ରହିଛି । ରାଉରକେଲା ଏନଆଇଟି(ରାଙ୍କ୍ -୩୨)କୁ ଓଡ଼ିଶାର ସର୍ବଶ୍ରେଷ୍ଠ ଶିକ୍ଷାନୁଷ୍ଠାନ ମାନ୍ୟତା ମିଳିଛି ।
ସାମଗ୍ରିକ ବର୍ଗର ଶ୍ରେଷ୍ଠ ୧୦୦ ଶିକ୍ଷାନୁଷ୍ଠାନ ମଧ୍ୟରେ ରାଉରକେଲା ଏନଆଇଟି ସମେତ ଭୁବନେଶ୍ୱରର ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ(ରାଙ୍କ୍- ୩୮), କିଟ୍ ବିଶ୍ୱବିଦ୍ୟାଳୟ(ରାଙ୍କ୍- ୪୪) ଏବଂ ଆଇଆଇଟି, ଭୁବନେଶ୍ୱର(ରାଙ୍କ୍- ୫୬) ସ୍ଥାନ ପାଇଛନ୍ତି ।
ବିଶ୍ୱବିଦ୍ୟାଳୟ ବର୍ଗରେ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ସାଇନସ୍, ବେଙ୍ଗାଲୁରୁ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ମାନ୍ୟତା ପାଇଛି । ଦିଲ୍ଲୀ ଜେଏନୟୁ ଦ୍ୱିତୀୟ ସ୍ଥାନ ଏବଂ ବନାରସ ବିଶ୍ୱବିଦ୍ୟାଳୟ ତୃତୀୟ ସ୍ଥାନରେ ଅଛି । ଶ୍ରେଷ୍ଠ ୧୦୦ ବିଶ୍ୱବିଦ୍ୟାଳୟ ତାଲିକାରେ ଓଡ଼ିଶାରୁ ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ(ରାଙ୍କ୍-୨୪), କିଟ୍ ବିଶ୍ୱବିଦ୍ୟାଳୟ(ରାଙ୍କ୍-୨୪) ଏବଂ ଉତ୍କଳ ବିଶ୍ୱବିଦ୍ୟାଳୟ(ରାଙ୍କ୍- ୯୬) ପାଇଛନ୍ତି ।
କଲେଜ ବର୍ଗରେ ଦିଲ୍ଲୀର ମିରାଣ୍ଡା ହାଉସ୍ ଶୀର୍ଷରେ ଥିବା ବେଳେ ଲେଡି ଶ୍ରୀରାମ କଲେଜ ଦ୍ୱିତୀୟ, ହିନ୍ଦୁ କଲେଜ ତୃତୀୟ ଏବଂ ଷ୍ଟିଫେନସ୍ କଲେଜ ଚତୁର୍ଥ ସ୍ଥାନର ମାନ୍ୟତା ପାଇଛନ୍ତି । ଶ୍ରେଷ୍ଠ ତାଲିକାରେ ଓଡ଼ିଶାର କୌଣସି କଲେଜ ସ୍ଥାନ ପାଇନାହିଁ ।
ଇଂଜିନିୟରିଂ ବର୍ଗରେ ଆଇଆଇଟି, ମାଡ୍ରାସ୍ ଶୀର୍ଷ ସ୍ଥାନରେ ଅଛି । ପ୍ରଥମ ୮ଟି ସ୍ଥାନରେ ମାଡ୍ରାସ, ଦିଲ୍ଲୀ, ବମ୍ବେ, କାନପୁର, ଖଡଗପୁର, ରୁରକି, ଗୌହାଟୀ ଏବଂ ହାଇଦ୍ରାବାଦ ଆଇଆଇଟି ସ୍ଥାନ ପାଇଛନ୍ତି । ଓଡ଼ିଶାରୁ ଏନଆଇଟି, ରାଉରକେଲା ୧୬ତମ ସ୍ଥାନ, ଆଇଆଇଟି, ଭୁବନେଶ୍ୱର ୨୨ତମ ସ୍ଥାନ, ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ ୩୪ ତମ ସ୍ଥାନ, କିଟ୍ ବିଶ୍ୱବିଦ୍ୟାଳୟ ୪୨ତମ ସ୍ଥାନ ଏବଂ ସିଭି ରମଣ ଇଂଜିନିୟରିଂ କଲେଜ ୯୩ ତମ ସ୍ଥାନରେ ଅଛନ୍ତି ।
ମେଡ଼ିକାଲ୍ ବର୍ଗରେ ଦିଲ୍ଲୀ ଏମସ୍ ଶୀର୍ଷରେ ଥିବା ବେଳେ ଓଡ଼ିଶାର ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ ଅଧୀନସ୍ଥ ସମ୍ ମେଡ଼ିକାଲ୍ କଲେଜ ଏବଂ ହସ୍ପିଟାଲ୍ କୁ ୨୩ ତମ ସ୍ଥାନ ଏବଂ କିଟ୍ ବିଶ୍ୱବିଦ୍ୟାଳୟ ଅଧୀନସ୍ଥ କିମସ୍ ମେଡ଼ିକାଲ୍ କଲେଜ ଏବଂ ହସ୍ପିଟାଲ୍ କୁ ୩୨ ତମ ସ୍ଥାନ ମିଳିଛି ।
ମ୍ୟାନେଜମେଣ୍ଟ୍ ଶିକ୍ଷା ବର୍ଗରେ ଆଇଆଇଏମ୍, ଅହମ୍ମଦାବାଦ ଶୀର୍ଷରେ ରହିଛି । ଓଡ଼ିଶାରୁ ଜାଭିୟର୍ ଇନଷ୍ଟିଚ୍ୟୁଟ୍ କୁ ୩୧ ତମ, କିଟ୍ ବିଶ୍ୱବିଦ୍ୟାଳୟକୁ ୩୨ ତମ ସ୍ଥାନ ଏବଂ ଭୁବନେଶ୍ୱରସ୍ଥିତ ଇଣ୍ଟରନ୍ୟାସନାଲ୍ ମ୍ୟାନେଜମେଣ୍ଟ ଇନଷ୍ଟିଚ୍ୟୁଟ୍ ୬୩ ତମ ସ୍ଥାନରେ ଅଛନ୍ତି ।
ଆଇନ ଶିକ୍ଷାରେ ନ୍ୟାସନାଲ୍ ଲ’ ସ୍କୁଲ୍ ଅଫ୍ ଇଣ୍ଡିଆ ୟୁନଭରସିଟି, ବେଙ୍ଗାଲୁରୁ ଶୀର୍ଷରେ ଅଛି । ଓଡ଼ିଶାରୁ କିଟ୍ ବିଶ୍ୱବିଦ୍ୟାଳୟକୁ ୧୨ ତମ ସ୍ଥାନ ଏବଂ କଟକସ୍ଥିତ ନ୍ୟାସନାଲ୍ ଲ’ ୟୁନଭରସିଟି ୧୪ତମ ସ୍ଥାନ ପାଇଛନ୍ତି ।
Previous Post

ୟୁଜି, ପିଜି ଫାଇନାଲ୍ ପରୀକ୍ଷା ବାତିଲ

Next Post

ସମୀର ମହାନ୍ତିଙ୍କ ନୂଆ ଟିମ୍

Next Post
ସମୀର ମହାନ୍ତିଙ୍କ ନୂଆ ଟିମ୍

ସମୀର ମହାନ୍ତିଙ୍କ ନୂଆ ଟିମ୍

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA