ଗୋପାଳ ସାହୁ, ସ୍ୱତନ୍ତ୍ର ପ୍ରତିନିଧି
ଆମ ଦେଶରେ ଆଜିକୁ ଠିକ୍ ଦୀର୍ଘ ୪୫ ବର୍ଷ ତଳେ ୧୯୭୫ ମସିହା ଜୁନ୍ ମାସ ୨୫ ତାରିଖ ରାତି ୯ଟା ୨୫ମିନିଟ ସମୟରେ, ଭାରତର ତତ୍କାଳୀନ ରାଷ୍ଟ୍ରପତି ଫକରୁଦ୍ଦିନ୍ ଅଲ୍ଲୀ ଅହମ୍ମଦ ଏକ ଅଧ୍ୟାଦେଶ ବଳରେ ଦେଶରେ “ଜରୁରୀ କାଳୀନ ପରିସ୍ଥିତି” ଜାରି କରିଥିଲେ। ତତ୍କାଳୀନ ପ୍ରଧାନମନ୍ତ୍ରୀ ସ୍ଵର୍ଗତ ଇନ୍ଦିରା ଗାନ୍ଧୀ କ୍ଷମତାର ବଶବର୍ତ୍ତୀ ହୋଇ ଏବଂ ନିଜର କିଛି ଦୋଷତ୍ରୁଟିକୁ ଆଇନ ସମ୍ମତ କରେଇବା ପାଇଁ “ଜରୁରୀକାଳିନ ପରିସ୍ଥିତି” (Emergency) ଜାରି କରିବା ପାଇଁ ତତ୍କାଳୀନ ରାଷ୍ଟ୍ରପତିଙ୍କୁ ଅନୁରୋଧ କରିଥିଲେ। କୁହାଯାଏ ଇନ୍ଦିରା ଗାନ୍ଧୀଙ୍କ ତାଙ୍କ କନିଷ୍ଠ ପୁତ୍ର ସଞ୍ଜୟ ଗାନ୍ଧୀଙ୍କ ବିଶୄଙ୍ଖଳିତ ଚାପର ବଶବର୍ତ୍ତୀ ହୋଇ ଏଭଳି ଅନ୍ୟାୟୋଚିତ ନିଷ୍ପତ୍ତି ନେବାକୁ ମହାମହିମ ରାଷ୍ଟ୍ରପତିଙ୍କୁ ବାଧ୍ୟ କରି, ଭାରତର ଗଣତାନ୍ତ୍ରିକ ଇତିହାସକୁ କଳଙ୍କିତ କରିବାକୁ ପଛେଇନଥିଲେ। ତ’ଦ୍ଵାରା ସମସ୍ତ ପ୍ରାଶାସନିକ କଳ, ନ୍ୟାୟପାଳିକା ଏବଂ ଗଣମାଧ୍ୟମର ସ୍ଵାଧୀନ ସ୍ଵରକୁ ହରଣଚାଲ୍ କରିନେଇଥିଲେ।






