Saturday, May 30, 2026 07:28 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଏରିଆ ଆଉ ଛାଡୁ ନାହାନ୍ତି ବିଧାୟକ

by Our Correspondent
29 Aug, 2018- 11:36 AM
in Latest News, Politics
1 min read
0
ଏରିଆ ଆଉ ଛାଡୁ ନାହାନ୍ତି ବିଧାୟକ
ଭୁବନେଶ୍ୱର: ନିର୍ବାଚନ ପାଇଁ ଏବେ ବିଧାୟକମାନେ ପୂରା ତୟାର୍ । ପୁଣି ଥରେ ଭୋଟ ହାତେଇବା ପାଇଁ ସେମାନେ ପ୍ରାଣମୂର୍ଚ୍ଛା ଉଦ୍ୟମ ଆରମ୍ଭ କରିଛନ୍ତି । ପ୍ରାୟ ବିଧାୟକ ଭୁବନେଶ୍ୱର ଛାଡ଼ି ଏରିଆରେ ଡେରା ପକାଇଲେଣି । ଟିକେଟ ମିଳିବ କି ନାଇଁ ଜଣା ନ ଥିଲେ ମଧ୍ୟ ଲୋକସମ୍ପର୍କ ଅଭିଯାନରେ ଦମ୍ ଖଟାଇଛନ୍ତି । ଆସନ୍ତା ୪ ତାରିଖରୁ ଆରମ୍ଭ ହେଉଥିବା ବିଧାନସଭା ଅଧିବେସନ ସେମାନଙ୍କ ପାଇଁ କଣ୍ଟା ହୋଇଯାଇଛି । କେମିତି ବିଧାନସଭା ସରିବ ଏବଂ ସେମାନେ ପୁଣି ଗାଁକୁ ଫେରିଯାଇ ଲୋକଙ୍କ ପାଇଁ ଝାଳ ବୁହାଇବେ ସେଇ ଚିନ୍ତାରେ ।
ବିଜେଡ଼ି: ବିଜେଡ଼ିର ଏବେ ଅଛନ୍ତି ୧୧୯ ବିଧାୟକ । ହାତଗଣତି ବିଧାୟକଙ୍କୁ ଛାଡ଼ିଦେଲେ ଅନ୍ୟମାନେ ନବୀନ ପଟ୍ଟନାୟକ ଓ ଶଙ୍ଖ ହାୱାରେ ନିର୍ବାଚନ ଜିତି ଆସିଥିଲେ । ରାଜନୈତିକ ବିଶାରଦଙ୍କ ମତରେ, ଭୋଟ ଜିତି ଆସିବା ପରେ ପାଖାପାଖି ୨୦ ବିଧାୟକଙ୍କ ଏରିିଆରେ ଲୋକ ସମ୍ପର୍କ ନାହିଁ । ପ୍ରାୟ ୩୦ ବିଧାୟକଙ୍କର ବିଧାନସଭାରେ ସ୍ୱର ନାହିଁ କି ଭୁବନେଶ୍ୱରରେ କୌଣସି ପ୍ରଭାବ ନାହିଁ । ଚଳଚଞ୍ଚଳ ଅଧିକାଂଶ ବିଧାୟକଙ୍କ ନାଁରେ ହଜାରେ ଅଭିଯୋଗ । କିଛି ବିଧାୟକ ଦୁର୍ନୀତିରେ ବୁଡ଼ିକି ଅଛନ୍ତି । ସୁତରାଂ ଏଥର କେଉଁମାନଙ୍କ ଟିକେଟ ରହିବ ଓ କେଉଁମାନଙ୍କର କଟିବ ତାହା ସ୍ୱଂୟ ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ଉପରେ ନିର୍ଭର କରୁଛି । ତେବେ ନବୀନ ପଟ୍ଟନାୟକ ଓ ବିଜେଡ଼ିର ଲୋକପ୍ରିୟତା ଅତୁଟ ଥିବାରୁ ବିଧାୟକମାନେ ସେଇ ମୌକାରେ ପୁଣି ଥରେ ଟିକେଟ ପାଇ ନିର୍ବାଚନ ବୈତରଣୀ ପାର୍ ହେବାକୁ ଆଶା ବାନ୍ଧିଛନ୍ତି । କିନ୍ତୁ ଏହା ଯେ ବିଲକୁଲ୍ ଭୁଲ୍ ତାହା ବିଜେଡ଼ି ଇତିହାସକୁ ଜାଣିଥିବା ଲୋକେ ଠିକ୍ ଠଉରାଇଛନ୍ତି । ଦାଗୀ ବିଧାୟକଙ୍କୁ ନବୀନ ରିପିଟ୍ କରିବେ ନାହିଁ ବୋଲି କୁହାଯାଉଛି ।
ମୁଖ୍ୟମନ୍ତ୍ରୀଙ୍କ ଆଭିମୁଖ୍ୟ ଜାଣି ବି ଆଶା ଛାଡ଼ିନାହାନ୍ତି ଯାବତୀୟ ଅଳିଆରେ ପଶିଥିବା ବିଜେଡ଼ି ବିଧାୟକ । ସରକାରଙ୍କ ଫ୍ଲାଗସିପ୍ ଯୋଜନାକୁ ଧରି ସେମାନେ ନିଜ ପାଇଁ ପ୍ରଚାରରେ ଲାଗି ଗଲେଣି । ‘ଆମ ଗାଁ ଆମ ବିକାଶ’ କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀ ମଂଜୁର କରୁଥିବା ଟଙ୍କା ସେମାନଙ୍କ ପାଇଁ ଆଶା ବାଡ଼ି ହୋଇଛି । ପୁଣି ଥରେ ଟିକେଟ ପାଇବେ ଓ ନିର୍ବାଚନ ଜିତିକି ଆସିବେ ବୋଲି ଦମ୍ଭ ମାରୁଛନ୍ତି ।
କଂଗ୍ରେସ: କଂଗ୍ରେସ ତାର ୧୫ ବିଧାୟକଙ୍କୁ ପୁନର୍ବାର ଟିକେଟ ଦେବ ବୋଲି ଘୋଷଣା କରିଥିଲେ ମଧ୍ୟ କିଛି ବିଧାୟକ ପାଗ ଯୋଗକୁ ଅପେକ୍ଷା କରିଛନ୍ତି । ସେମାନଙ୍କ ପାଇଁ ଟିକେଟ ବଡ଼ କଥା ନୁହେଁ, ଜିତିକି ଆସିବା ବଡ଼ ଚାଲେଂଜ । ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱରେ କଂଗ୍ରେସ ଚଳଚଞ୍ଚଳ ହୋଇଥିଲେ ବି କିଛି ବିଧାୟକଙ୍କର “ହାତ” ଉପରେ ପୁଣି ଥରେ ଭରସା ପାଉନି । ବିଜେଡ଼ିରୁ ସୁଯୋଗ ପାଇଲେ ସେମାନେ କାଳେ ଖସି ଆସିବେ । ଏହି ତାଲିକାରେ ୫ ଜଣ ବିଧାୟକଙ୍କ ନାଁ ଚର୍ଚ୍ଚା ହେଉଛି । ତେବେ ସେମାନେ ଯେଉଁ ଦଳରୁ ଲଢ଼ନ୍ତୁ ପଛେ ନିର୍ବାଚନମଣ୍ଡଳୀ ଲୋକଙ୍କ ସହ କିନ୍ତୁ ସମ୍ପର୍କକୁ ଫେରିଛନ୍ତି ।
ବିଜେପି: ବିଜେପିର ୧୦ ବିଧାୟକ ଥିଲେ ବି ଏଥର ୧୨୦ରୁ ଅଧିକ ଆସନ ଜିତି ଆସିବେ ବୋଲି ଦଳୀୟ ନେତୃତ୍ୱର ସ୍ୱପ୍ନ ଧୀରେ ଧୀରେ ଦିବାସ୍ୱପ୍ନ ହୋଇ ଆସିଲାଣି । ଦଳର ବିଭିନ୍ନ କାର୍ଯ୍ୟକ୍ରମ, ପ୍ରେସମିଟ୍ କେବଳ ଭୁବନେଶ୍ୱରରେ ସୀମିତ ରହିଛି । ଗାଁ ଗଣ୍ଡାରେ ଦଳର ସଂଗଠନ ଏବେ ବି ହୋଇପାରିନାହିଁ । ଯେଉଁଠି ଟିକେ ଟିକେ ଅଛି ତାହା ମଧ୍ୟ ଉଧେଇ ପାରୁନି । ସଂଗଠନ ଆଗକୁ ଯେ ଉଠିବ ଏବଂ ଦଳ ୧୨୦ ଆସନ ପାଇବ ତାହା ଆକାଶ କଇଁଆ ଚିଲିକା ମାଛ ସଦୃଶ ହୋଇଛି । ଏପଟେ, ଯେଉଁ ୧୦ ବିଧାୟକ ଅଛନ୍ତି ସେମାନେ ନିଜ ସ୍ଥିତି ରଖିବାକୁ ପ୍ରାଣମୂର୍ଚ୍ଛା ଉଦ୍ୟମ ଜାରି ରଖିଛନ୍ତି । ସେମାନଙ୍କ ଟିକେଟ କଟିବାର ଭୟ ନ ଥିଲେ ମଧ୍ୟ ହାରିବାର ଭୟ ରହିଛି । ମୋଦି ହାୱାରେ ନ ଭାସି ସେମାନେ ନିଜର ସ୍ଥିତି ବଜାୟ ରଖିବାକୁ ଏରିଆ ମାଟି ଛାଡୁନାହାନ୍ତି । ଅବଶ୍ୟ ବିଜେପି ହାୱାରେ ଭାସି ଅଧିକାଂଶ ନିର୍ବାଚନମଣ୍ଡଳୀରେ ଆଶାୟୀଙ୍କ ସଂଖ୍ୟା ବଢ଼ିଲାଣି । ସଂଗଠନ ନ ଥାଉ ପଛେ, ଏରିଆରେ ଲୋକସମ୍ପର୍କ ବଢ଼ାଇବାକୁ ସେମାନେ ଯଥାସାଧ୍ୟ ଉଦ୍ୟମ କରୁଛନ୍ତି ।
Previous Post

‘ମୁଁ ହିରୋ… ମୁଁ ଓଡ଼ିଶା’ ଅଭିଯାନର ଶୁଭାରମ୍ଭ

Next Post

ବିଜେଡ଼ିରେ ଯୋଗଦେଲେ ପୂର୍ବତନ ଏଜି ଅମର ପଟ୍ଟନାୟକ

Next Post
ବିଜେଡ଼ିରେ ଯୋଗଦେଲେ ପୂର୍ବତନ ଏଜି ଅମର ପଟ୍ଟନାୟକ

ବିଜେଡ଼ିରେ ଯୋଗଦେଲେ ପୂର୍ବତନ ଏଜି ଅମର ପଟ୍ଟନାୟକ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA