Monday, May 25, 2026 06:32 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଏ କେଉଁ ନ୍ୟାୟ ?

by Our Correspondent
25 Jan, 2017- 03:25 PM
in Latest News
1 min read
0
ଏ କେଉଁ ନ୍ୟାୟ ?

ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): କେନ୍ଦ୍ରାପଡ଼ା ବିଧାୟକ କିଶୋର ତରାଇଙ୍କ ପତ୍ନୀ ବବିତାଙ୍କୁ ଅପ୍ରତିଦ୍ୱନ୍ଦୀ ସମିତି ସଭ୍ୟ ଭାବେ ନିର୍ବାଚିତ କରାଇବା ପଛରେ ଜାଲିଆତି ହୋଇଥିବାର ପ୍ରାଥମିକ ପ୍ରମାଣ ମିଳିଛି । ଜିଲ୍ଲାପାଳ ଓ ପର୍ଯ୍ୟବେକ୍ଷକଙ୍କଠାରୁ ରିପୋର୍ଟ ପାଇଲା ପରେ ନିର୍ବାଚନ କମିସନଙ୍କ ଏହା ହୃଦବୋଧ ହୋଇଛି । ଆଉ କମିସନଙ୍କ ନିର୍ଦ୍ଦେଶରେ ଆଜି ତୁରନ୍ତ ପଟ୍ଟାମୁଣ୍ଡାଇ ବିଡ଼ିଓ ପ୍ରଶାନ୍ତ କୁମାର ରାଉତଙ୍କୁ ବଦଳି କରାଯାଇଛି । ଏଥିସହ ନିର୍ବାଚନ କମିସନ ପଟ୍ଟମୁଣ୍ଡାଇ ତହସିଲଦାର ବନମାଳୀ ତରାଇଙ୍କୁ ବିଡ଼ିଓ ଦାୟିତ୍ୱ ସହ ପଞ୍ଚାୟତ ନିର୍ବାଚନ ପରିଚାଳନା ଭାର ଦାୟିତ୍ୱ ଦେଇଛନ୍ତି । ତହସିଲଦାର ତରାଇଙ୍କ ହାତରେ ନିର୍ବାଚନ ପରିଚାଳନା ଭାର ପଡ଼ିଲା ପରେ କେନ୍ଦ୍ରାପଡ଼ା ରାଜନୀତି ଆହୁରି ଜଟିଳ ହୋଇଯାଇଛି ।

ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ତହସିଲଦାର ବନମାଳୀ ତରାଇ ମହୋଦୟ ହେଉଛନ୍ତି ବିଧାୟକ କିଶୋର ତରାଇଙ୍କର ନିକଟ ସମ୍ପର୍କୀୟ । ବିଧାୟକଙ୍କ ଉଦ୍ୟମରେ ସେ ପଟ୍ଟାମୁଣ୍ଡାଇକୁ ୨୦୧୪ ମସିହାରେ ତହସିଲଦାର ହୋଇ ଆସିଛନ୍ତି । ବନମାଳୀ ଏହାପୂର୍ବରୁ ବିଝାଂରପୁରରେ ତହସିଲଦାର ଥିଲେ । ପଞ୍ଚାୟତିରାଜ ବିଭାଗକୁ ତାଙ୍କର ବଦଳି ହୋଇଥିଲେ ମଧ୍ୟ ବିଧାୟକ ଉପରେ ଚାପ ପକାଇ ବଦଳି ବାତିଲ କରି ତାଙ୍କୁ ପଟ୍ଟାମୁଣ୍ଡାଇ ଆଣିଥିଲେ । ରାଜସ୍ୱ ବିଭାଗ ବିଜ୍ଞପ୍ତି ନମ୍ବର ୩୨୦୭୫/୩୦.୦୧.୨୦୧୪ରେ ତାଙ୍କୁ ପଟ୍ଟାମୁଣ୍ଡାଇ ତହସିଲଦାର ଭାବେ ନିଯୁକ୍ତି ମିଳିଥିଲା ।

ବିଧାୟକଙ୍କ ଜାଲିଆତିରେ ହାତବାରିସି ହୋଇଥିବା ବିଡ଼ିଓ ପ୍ରଶାନ୍ତ ରାଉତଙ୍କ ଜାଗାରେ ବିଧାୟକଙ୍କର ଏହି ତହସିଲଦାର ସମ୍ପର୍କୀୟ ମହୋଦୟ ପଟ୍ଟାମୁଣ୍ଡାଇ ବିଡ଼ିଓ ଦାୟିତ୍ୱଭାର ଗ୍ରହଣ କରିଛନ୍ତି । ତାଙ୍କରି ହାତରେ ରହିବ ନିର୍ବାଚନ ପରିଚାଳନା ଦାୟିତ୍ୱ । ପ୍ରାର୍ଥୀ ଓ ଭୋଟରଙ୍କୁ ନ୍ୟାୟ ଦେବେ ସେ । ହେଲେ ଏହା ସମ୍ଭବ କି ? ଶାସକ ଦଳର ବିଧାୟକ ତାଙ୍କର ଖାଲି ସମ୍ପର୍କୀୟ ନୁହଁନ୍ତି, ପ୍ରଭୁ । ସେ କିଭଳି ନିରପେକ୍ଷ ହେବେ ଏବଂ ବଦଳି ହୋଇଥିବା ବିଡ଼ିଓଙ୍କ ଭଳି ବିଧାୟକଙ୍କ ସ୍ୱାର୍ଥ ଜଗିବେନି ତାହା ବୁଝି ହେଉ ନାହିଁ । ନିର୍ବାଚନ କମିସନ ବିଧାୟକ-ତହସିଲଦାରଙ୍କ ଏହି ସମ୍ପର୍କ ବିଷୟ ଜାଣିଛନ୍ତି ନା ନାହିଁ ତାହା ତ ଆମେ ଜାଣିନୁ । ହେଲେ ବିଧାୟକଙ୍କୁ ସୁହାଇବା ପାଇଁ ଯଦି ଜାଣି ଏଭଳି କରିଥାଆନ୍ତି ତେବେ ଆମେ ଆଉ ଭରଷା କରିବା କାହାକୁ ?

Previous Post

ଋଷି ମୃତ୍ୟୁ ତଦନ୍ତ ବାଟବଣା !

Next Post

ଅଭ୍ୟାସଗତ ଜାଲି ବିଧାୟକ…

Next Post
ଅଭ୍ୟାସଗତ ଜାଲି ବିଧାୟକ…

ଅଭ୍ୟାସଗତ ଜାଲି ବିଧାୟକ...

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA