ଭୁୁବନେଶ୍ୱର: ୨୦୧୮ ମସିହାର ଓଡ଼ିଶା ସିଭିଲ୍ ସର୍ଭିସ୍ ପରୀକ୍ଷା ଫଳ ପ୍ରକାଶ ପାଇଛି । ଏଥିରେ ୨୧୮ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି । ସେଥିମଧ୍ୟରେ ଅଛନ୍ତି ୭୨ ଜଣ ମହିଳା । କେବଳ ପ୍ରଥମ ଦଶ ଜଣିଆ ତାଲିକାରେ ସ୍ଥାନ ପାଇଛନ୍ତି ୬ ଝିଅ । ଦେବାଶିଷ ପଣ୍ଡା ଟପ୍ପର୍ ହୋଇଛନ୍ତି ।
ଦ୍ୱିତୀୟ ସ୍ଥାନରେ ଋତୁପୂର୍ଣ୍ଣା ମହାପାତ୍ର, ତୃତୀୟ ସ୍ଥାନରେ ଆକାଶ କୁମାର ପଣ୍ଡା, ଚତୁର୍ଥ ସ୍ଥାନରେ ସନ୍ତୋଷିନୀ ଦାଶ, ପଞ୍ଚମ ସ୍ଥାନରେ ନାରାୟଣୀ ପ୍ରିୟଦର୍ଶିନୀ ପଣ୍ଡା, ଷଷ୍ଠ ସ୍ଥାନରେ ଶକ୍ତିଶ୍ରୀ ଅନୀଲ ରଞ୍ଜନ ସାହୁ, ସପ୍ତମ ସ୍ଥାନରେ ଶତାବ୍ଦୀ ରାୟ, ଅଷ୍ଟମ ସ୍ଥାନରେ ଦମୟନ୍ତୀ ସାହୁ, ନବମ ସ୍ଥାନରେ ଶକ୍ତି ମହାପାତ୍ର ଏବଂ ଦଶମ ସ୍ଥାନରେ ସ୍ମରଣିକା ଟୁଲୋ ଅଛନ୍ତି ।
ଗତ ନଭେମ୍ବର ମାସରେ ଓଏଏସ୍ ମେନ୍ ପରୀକ୍ଷା ହୋଇଥିଲା । ଡିସେମ୍ବର ୧୭ରୁ ୨୮ ପର୍ଯ୍ୟନ୍ତ ସାକ୍ଷାତକାର ପରୀକ୍ଷା ଅନୁଷ୍ଠିତ ହୋଇଥିଲା ।