Tuesday, May 26, 2026 02:14 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଓଟିଭିକୁ କଂଗ୍ରେସର ବି ଟାର୍ଗେଟ୍; ବୟକଟ୍ କରିବାକୁ ଯୋଜନା

by Our Correspondent
29 Mar, 2018- 06:43 AM
in Latest News, Politics
1 min read
0
ଓଟିଭିକୁ କଂଗ୍ରେସର ବି ଟାର୍ଗେଟ୍; ବୟକଟ୍ କରିବାକୁ ଯୋଜନା
ଭୁବନେଶ୍ୱର: ବୈଜୟନ୍ତ ପଣ୍ଡାଙ୍କ ଟିଭି ଚାନେଲ୍ କୁ ଗୋଟିଏ ପରେ ଗୋଟିଏ ବିପଦ ଆସୁଛି । ପକ୍ଷପାତିତା ସମ୍ବାଦ ପରିବେଷଣର ଅଭିଯୋଗ କରି ବିଜେଡ଼ି ଏହି ଚାନେଲ୍ କୁ ସମ୍ପୂର୍ଣ୍ଣ ବୟକଟ୍ କଲା ପରେ ଏବେ କଂଗ୍ରେସ ସମାନ ଆଭିମୁଖ୍ୟ ରଖିଛି । ବିଜେପିକୁ ପ୍ରମୋଟ କରିବା ଲକ୍ଷ୍ୟରେ କଂଗ୍ରେସକୁ ଧ୍ୱଂସ କରିବା ସେହି ଚାନେଲ୍ ର ଏଜେଣ୍ଡା ହୋଇଛି ବୋଲି ଅଭିଯୋଗ ହୋଇଛି । କଂଗ୍ରେସର ବହୁ ବରିଷ୍ଠ ନେତା ଏ ନେଇ ନିଜର ଅସନ୍ତୋଷ ବ୍ୟକ୍ତ କରିଥିବା ବେଳେ ଦଳର ସୋସିଆଲ୍ ମିଡ଼ିଆ ଗ୍ରୁପ୍ ରେ ଓଟିଭିକୁ ବୟକଟ୍ କରିବାକୁ ଜନସମର୍ଥନ ଯୋଗାଡ଼ କରାଯାଉଛି ।
କଂଗ୍ରେସର ସୋସିଆଲ୍ ମିଡ଼ିଆ ରେ ଓଟିଭିର ନିରପେକ୍ଷତାକୁ ନେଇ ଗୁରୁତର ପ୍ରଶ୍ନ ଉତଥାପିତ କରାଯାଇଛି । କଂଗ୍ରେସକୁ ଧ୍ୱଂସ କରିବାକୁ ଓଟିଭି ଚକ୍ରାନ୍ତ କରୁଛି ବୋଲି ଅଭିଯୋଗ କରାଯାଇଛି । ସଚ୍ଚା କଂଗ୍ରେସୀ ଓଟିଭିକୁ କାହିଁକି ବୟକଟ୍ କରିବା ଉଚିତ ୫ଟି କାରଣ ଦର୍ଶାଇ କର୍ମୀଙ୍କଠାରୁ ସମର୍ଥନ ଯୋଗାଡ଼ କରାଯାଉଛି । ସେଗୁଡ଼ିକ ଆମେ ଏଠାରେ ଅବିକଳ ଉଲ୍ଲେଖ କରୁଛୁ ।
କାରଣ ନଂ ୧
ଥରେ ଜଣେ ବରିଷ୍ଠ କଂଗ୍ରେସ ନେତା ବୈଜୟନ୍ତଙ୍କର ୨୩୦୦ କୋଟି ଋଣଛାଡ଼ କଥା ଉଠାଇଲେ । ତା’ ପରଠାରୁ ଓଟିଭି ସେ ନେତାଙ୍କର କେବଳ ଗୋଡ଼ ଦେଖେଇଲା । ତାଙ୍କ ବାଇଟ୍ ଦେଖାଇଲାନି । ଏଥିରେ ବୈଜୟନ୍ତ ବାବୁ କୁହନ୍ତି କୁଆଡ଼େ ତାଙ୍କ ବିରୋଧରେ ବି ଓଟିଭିରେ ଷ୍ଟୋରି ହୁଏ !!! କେତେ ଡମ୍ଫା, ଡହରା,ଟାଉଟର(ଡିଡିଟି) କିହୋ!!!
କାରଣ ନଂ ୨  
ପଞ୍ଚାୟତ ଇଲେକ୍ସନରେ କଂଗ୍ରେସକୁ ସମ୍ପୂର୍ଣ୍ଣ ବୟକଟ୍ କଲା ଓଟିଭି । କଂଗ୍ରେସ ଅଫିସରେ ପାଣି ଦେଉଥିବା ଜଣେ ବ୍ୟକ୍ତିଙ୍କ ବାଇଟ୍ ନେଲା ଓଟିଭି । ତା’ ପୁଣି ଜଣେ ବରିଷ୍ଠ କଂଗ୍ରେସ ନେତାଙ୍କ ବିରୋଧରେ । ଉଦ୍ଦେଶ୍ୟ: କଂଗ୍ରେସ ଦୁର୍ବଳ ହେଲେ ବିଜେପି ନମ୍ବର ୨କୁ ଆସିବ । ଦୁଃଖର ସହ କହୁଛୁ ଯେ ସେୟା ବି ହେଲା ।
କାରଣ ନଂ ୩ 
୨୦୧୪ ନିର୍ବାଚନ ପୂର୍ବରୁ ନିରଞ୍ଜନ ଓ ଜୟଦେବଙ୍କ ବାଦିପାଲା କରାଇଲା ଓଟିଭି । ଉଦ୍ଦେଶ୍ୟ: କଂଗ୍ରେସରେ କଳହ ହେଲେ ବିଜେଡ଼ିକୁ ଫାଇଦା ମିଳିବ । ଦୁଃଖର ସହ କହୁଛୁ ଯେ ସେୟା ହେଲା । ମୂଳରୁ ଓଟିଭିର ଶତ୍ରୁ କଂଗ୍ରେସ ।
କାରଣ ନଂ ୪ 
୩ଟି ରାଜନୈତିକ ଦଳ ପାଇଁ ଓଟିଭି ସମେତ ସବୁ ଚାନେଲରେ ୩ ଜଣ ବିଟ୍ ରିପୋର୍ଟର ରୁହନ୍ତି । ଆପଣ ଶୁଣି ଆଶ୍ଚର୍ଯ୍ୟ ହେବେ ଯେ, ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ପାଇଁ ଓଟିଭିର ବିଟ୍ ରିପୋର୍ଟର ନାହାନ୍ତି । ବିଜେପି ରିପୋର୍ଟର କଂଗ୍ରେସ ପାଇଁ କାମ ଚଳାଏ । ଆଉ ଗୋଟିଏ ଟାର୍ଗେଟ୍-କଂଗ୍ରେସ ଫିନିସ୍ ହେଲେ, ବିଜେପିକୁ କେମିତି ଫାଇଦା ମିଳିବ!!! ଏଥିରୁ ଜାଣନ୍ତୁ: ଓଟିଭି କଂଗ୍ରେସକୁ କେଉଁ ଦୃଷ୍ଟିରେ ଦେଖେ!!!
କାରଣ ନଂ ୫ 
ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହେବେ ଯେ ବିଜେପିର କେନ୍ଦ୍ର କାର୍ଯ୍ୟକାରିଣୀ ସଭ୍ୟ ବ୍ରିଗେଡ଼ିୟର କେପି ସିଂହଦେଓ ହେଲେ ବୋଲି ଗୋଟିଏ ଦିନ ବ୍ରେକିଂ ଚଳାଇଲା ଓଟିଭି । ଏହା ସମଗ୍ର କଂଗ୍ରେସକୁ ତଟସ୍ଥ କଲା । ଏ ମିଛ ଖବରକୁ ବ୍ରିଗେଡ଼ିୟର କେପି ସିଂହଦେଓ ତୀବ୍ର ପ୍ରତିବାଦ କଲେ । ମାତ୍ର କେପିଙ୍କ ପ୍ରତିବାଦ ସ୍କ୍ରଲିଂଟିଏ ବି ଦେଲାନି ଓଟିଭି । କଂଗ୍ରେସକୁ ଧ୍ୱଂସ କରିବା ପାଇଁ ସତେ ଯେମିତି ପଣ କରିଛି ଓଟିଭି!!!
ବୈଜୟନ୍ତ ପଣ୍ଡା ଓ ଓଟିଭି ବିରୋଧରେ କଂଗ୍ରେସର ଅସନ୍ତୋଷ ନୂଆ ନୁହେଁ । ହେଲେ ଓଟିଭିର ପ୍ରଭାବ ଆଗରେ ଦଳ ସ୍ୱର ଉଠାଇବାକୁ ଡରୁଥିଲା । ମାତ୍ର ବିଜେଡ଼ି ଏକ ସାମ୍ବାଦିକ ସମ୍ମିଳନୀ କରି ଓଟିଭିକୁ ବୟକଟ୍ କଲା ପରେ ଦଳର ସୋସିଆଲ୍ ମିଡ଼ିଆ ସମେତ ଅସନ୍ତୋଷରେ ଚାପି ହୋଇରହିଥିବା କଂଗ୍ରେସ ନେତାମାନେ ଉତ୍ସାହିତ ହୋଇପଡ଼ିଛନ୍ତି । ଓଟିଭିକୁ ପାନେ ଦେବା ପାଇଁ ସେମାନେ ଅଣ୍ଟା ଭିଡ଼ିଛନ୍ତି । ଦୁଇଦିନ ତଳେ ଓଟିଭିର ସଂଧ୍ୟା ବିତର୍କ ‘ ଛିଡୁଛି ହାତ !!!’ ସେମାନଙ୍କୁ ଅଧିକ ଉତକ୍ଷିପ୍ତ କରିଛି । ଓଟିଭିକୁ ତୁରନ୍ତ ବୟକଟ୍ କରିବା ପାଇଁ ନେତୃତ୍ୱ ଉପରେ ଚାପ ପକାଇବା ଆରମ୍ଭ କରିଛନ୍ତି । ପିସିସି ନେତୃତ୍ୱ ଏହା ଉପରେ ଗୁରୁତର ସହ ଚିନ୍ତା କରୁଥିବା ପିସିସିର ଜନୈକ ସମ୍ପାଦକ ସୂଚନା ଦେଇଛନ୍ତି । ତେବେ ସଭାପତି ପ୍ରସାଦ ହରିଚନ୍ଦନ ମୁହଁ ଖୋଲିନାହାନ୍ତି ।
Previous Post

ନିଉଜ୍ ପୋର୍ଟାଲ୍ କୁ ସରକାରୀ ବିଜ୍ଞାପନ: ନିର୍ଦ୍ଦିଷ୍ଟ ପୋର୍ଟାଲ୍ ଲବିରେ ମନ୍ତ୍ରୀ ବି ଚେପା

Next Post

କିଏ ସେହି ପାୱାରଫୁଲ୍ ?

Next Post
କିଏ ସେହି ପାୱାରଫୁଲ୍ ?

କିଏ ସେହି ପାୱାରଫୁଲ୍ ?

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA