Sunday, May 31, 2026 03:58 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଓଟିଭି: ଚଟୁ ଆମିଷ, ବେଣ୍ଟ ନିରାମିଷ !

by Our Correspondent
09 Apr, 2018- 08:27 AM
in Latest News, News
1 min read
3
ଓଟିଭି: ଚଟୁ ଆମିଷ, ବେଣ୍ଟ ନିରାମିଷ !
Spread the love
ଭୁବନେଶ୍ୱର: ନିଜକୁ ନିରପେକ୍ଷ ଦାବି କରି ଓଟିଭି ପକ୍ଷରୁ ପୁଣି ଏକ ସ୍ପଷ୍ଟୀକରଣ ଜାରି ହୋଇଛି । କୁହାଯାଇଛି ଓଟିଭି ମ୍ୟାନେଜମେଣ୍ଟ ସହ ବୈଜୟନ୍ତ ପଣ୍ଡାଙ୍କ କୌଣସି ସମ୍ପର୍କ ନାହିଁ । ଓଟିଭି ଏକମାତ୍ର ଚାନେଲ ଯିଏ ନିରପେକ୍ଷ ଖବର ପରିବେଷଣ କରେ । ପ୍ରାୟ ଅନ୍ୟ ସବୁ ଚାନେଲ୍ ବିଜେଡ଼ିର ଧରାବନ୍ଧା ହୋଇଥିବା ବେଳେ ଓଟିଭି ବିଜେଡ଼ିର ହାତବାରିସୀ ନୁହେଁ । ନିର୍ଭିକ ଭାବରେ ଖବର ପରିବେଷଣ କରି ସରକାରଙ୍କ ସବୁ ଭୁଲ୍ ଭଟକା ଲୋକଲୋଚନକୁ ଆଣୁଥିବାରୁ ଏହା ଶାସକ ଦଳର ଆକ୍ରୋଶର ଶିକାର ହୋଇଛି ।
ଓଟିଭିର ଏହି ସ୍ପଷ୍ଟୀକରଣ ବିଜ୍ଞ ଦର୍ଶକଙ୍କୁ ଲଜ୍ଜିତ କରିଛି । ଓଟିଭି ଏକ ପ୍ରଫେସନାଲ୍ ସଂସ୍ଥା ଓ ସେଠାରେ କାମ କରୁଥିବା ସାମ୍ବାଦିକମାନେ ଅତି ଉଚ୍ଚକୋଟିର । ଏଥିରେ ସେମାନଙ୍କ ଦ୍ୱିମତ ନାହିଁ । ହେଲେ ପ୍ରଶ୍ନ, ଏହି ପ୍ରଫେସନାଲ୍ ସଂସ୍ଥାର ମାଲିକ କିଏ ? ବୈଜୟନ୍ତ ପଣ୍ଡାଙ୍କ ପରିବାର ମାଲିକାନାର ଏହି ସଂସ୍ଥା ନୁହେଁ କି ? ଓଟିଭି ଏହା ସ୍ୱୀକାର କରୁଥିବା ବେଳେ ମାଲିକଙ୍କ ସ୍ୱାର୍ଥକୁ ଦେଖୁନାହିଁ ବୋଲି ସଫେଇ ଦେବା ହାସ୍ୟାସ୍ପଦ ନୁହେଁ କି ? ଏହା ସମସ୍ତେ ଜାଣନ୍ତି ଯେ ଓଟିଭିର ଫାଉଣ୍ଡର ଓ ପ୍ରମୋଟର ହେଉଛନ୍ତି ବୈଜୟନ୍ତ ପଣ୍ଡା । ତାଙ୍କ ପତ୍ନୀ ଜାଗୀମଙ୍ଗତ୍ ପଣ୍ଡା କୋ-ଫାଉଣ୍ଡର ସହ ସଂସ୍ଥାର ନିର୍ଦ୍ଦେଶିକା । ବୈଜୟନ୍ତ ଯେଉଁ ସଂସ୍ଥାର ମାଲିକ ଏବଂ ତାଙ୍କ ପତ୍ନୀ ନିର୍ଦ୍ଦେଶିକା ସେଠି ଓଟିଭି ପରିଚାଳନାରେ ବୈଜୟନ୍ତଙ୍କ ହସ୍ତକ୍ଷେପ ରହୁନି ବୋଲି ଚାନେଲ୍ କର୍ତ୍ତୃପକ୍ଷ ନିଜେ ନିଜକୁ ସାର୍ଟିଫକେଟ ଦେବା ଅନ୍ଧକୁ ଲଣ୍ଠନ ଦେଖାଇଲା ଭଳି କଥା । ଓଟିଭିରେ କାମ କରିଥିବା ସାମ୍ବାଦିକମାନେ ମର୍ମେ ମର୍ମେ ଅନୁଭବ କରିଛନ୍ତି ଯେ ସେଠି ସ୍ୱାଧୀନତାର ସହ କେମିତି କାମ କରାଯାଏ । କୌଣସି ଖବରରେ ବୈଜୟନ୍ତଙ୍କ ରାଜନୈତିକ ସ୍ୱାର୍ଥକୁ ସାମାନ୍ୟ ଅଣଦେଖା କରିବା ସଂସ୍ଥାର ସାମ୍ବାଦିକଙ୍କ ଜୁ ବାହାରେ ବୋଲି କିଛି ଅନୁଭବୀ କହିଛନ୍ତି ।
ସାଧାରଣରେ ହେଉଥିବା ଚର୍ଚ୍ଚା ଆନୁଯାୟୀ, ଓଟିଭି ନିଜକୁ ନିରପେକ୍ଷ କହି ବାହାସ୍ଫୋଟ ମାରୁଛି । ହେଲେ ଏହା କେବେଠୁଁ ? ଯେଉଁଦିନଠାରୁ ବିଜେଡ଼ି ସହ ବୈଜୟନ୍ତଙ୍କ ତିକ୍ତତା ବଢ଼ିଲା ଓ ସେ ବିଜେଡ଼ିରୁ ନିଲମ୍ବିତ ହେଲେ, ସେୟା ନାଁ ? ବିଜେଡ଼ି ସରକାରଙ୍କ ବିରୋଧରେ ଅତୀତରେ ବହୁ ବଡ଼ ବଡ଼ ଦୁର୍ନୀତି ଅଭିଯୋଗ ଆସିଛି । ବିଜେଡ଼ିରେ ବହୁ କେଳେଙ୍କାରୀ ହୋଇଛି । ହେଲେ ସେତେବେଳେ ଓଟିଭିର ନିରପେକ୍ଷତା ଯାଇଥିଲା କୁଆଡ଼େ ? ହଠାତ୍ ଓଟିଭିକୁ ବିଜେଡ଼ିର ସବୁ କଥା ଗନ୍ଧୋଉଛି କାହିଁକି ? ବିଜେଡ଼ିରେ ବୈଜୟନ୍ତଙ୍କ ଖେଳ ଖତମ୍ ହେବା ପରେ ଏ ସବୁ ନାଟକ ଚାଲିନି କି ? ଆଜି ସରକାରଙ୍କ ବିରୋଧରେ ନିର୍ଭିକ ଖବର କରିବାରେ ଓଟିଭି ନିଜକୁ ଏକମାତ୍ର ଚାନେଲ ବୋଲି ଦାବି କରି ଅନ୍ୟସବୁ ଚାନେଲକୁ ବିଜେଡ଼ିର ହାତବାରିସୀ ବୋଲି ଦର୍ଶାଉଛି । ଏକଥା କହିଲା ବେଳେ ଓଟିଭି ନିଜର ନିକଟ ଅତୀତକୁ ଭୁଲିଯାଉଛି କେମିତି ?
ଓଟିଭି ସଫେଇ ଦେଉଛି ଯେ ବୈଜୟନ୍ତ ପଣ୍ଡାଙ୍କ ରାଜନୈତିକ ଦେଣନେଣ ସହ ସଂସ୍ଥାର କୌଣସି ସମ୍ପର୍କ ନାହିଁ । ବୈଜୟନ୍ତଙ୍କ ବିରୋଧରେ ବିଜେଡ଼ିର ସବୁ ଅଭିଯୋଗକୁ ଚାନେଲ୍ ରେ ସ୍ଥାନ ଦେଉଛି । ସବୁ ଖବରକୁ ସମାନ ଗୁରୁତ୍ୱ ଦେଉଛି । କିଛି ଦର୍ଶକଙ୍କ ମତରେ ଓଟିଭି ଏଭଳି ସଫେଇ ଦେଇ ଲୋକଙ୍କୁ ବୋକା ବନେଇବାକୁ ଚେଷ୍ଟା କରୁଛି । ବୈଜୟନ୍ତଙ୍କ ଭଳି ଜଣେ ସାଂସଦଙ୍କର ସଭାସମିତି ଓ ପ୍ରତିଟି ଟୁଇଟ୍ କୁ ଓଟିଭି କାହିଁକି ବ୍ରେକିଂ ଖବର କରୁଛି ? ଖାଲି ସେତିକି ନୁହେଁ, ବୈଜୟନ୍ତଙ୍କ ଟୁଇଟ୍ କୁ ସମର୍ଥନ କରି ରିଟୁଇଟ୍ କରିଥିବା ଲୋକେ ବି ଓଟିଭିର ବ୍ରେକିଂ ଖବର ପାଲଟୁନାହାନ୍ତି କି ? ବୈଜୟନ୍ତଙ୍କ ନିଶାନାରେ ଥିବା ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କେ.ପାଣ୍ଡିଆନ୍ ଙ୍କୁ ବାରମ୍ବାର ଟାର୍ଗେଟ୍ କରୁନାହିଁ କି ? ଓଟିଭି ତାର ସବୁ ଖବରରେ ପାଣ୍ଡିଆନ୍ ଙ୍କୁ ଭିଲିଆନ୍ ଦର୍ଶାଇବା ପଛରେ ବୈଜୟନ୍ତ ପଣ୍ଡାଙ୍କ ସ୍ୱାର୍ଥ ଜଡ଼ିତ ନାହିଁ କି ? ଯେ କୌଣସି ବ୍ୟକ୍ତିଙ୍କ ବିରୋଧରେ ବରିଷ୍ଠ ପ୍ରମାଣ ନ ଦେଇ ଲଗାତର ଚରିତ୍ରହାନୀ କରିବା ଓଟିଭି ସାମ୍ବାଦିକତାର କି ପ୍ରକାର ପ୍ରଫେସନାଲିଜିମ୍ ?
କୁନ୍ଦୁଲି ମାମଲାର କ୍ରାଇମବ୍ରାଞ୍ଚ ତଦନ୍ତରେ ଓଟିଭି ସାମ୍ବାଦିକଙ୍କଠାରୁ ଫରେନସିକ୍ ରିପୋର୍ଟ ଲିକ୍ ସୋର୍ସ ତଥ୍ୟ ଜବରଦସ୍ତ ଆଦାୟ ପାଇଁ ଉଦ୍ୟମ ହୋଇଥିବା ଅଭିଯୋଗ ହୋଇଛି । ଓଟିଭିର ଏହି ଅଭିଯୋଗ ସତ୍ୟ ହୋଇଥିଲେ ତାହା ନିହାତି ଭାବରେ ସାଂଘାତିକ ଓ ଗର୍ହିତ କାର୍ଯ୍ୟ । ବୈଜୟନ୍ତଙ୍କ ଉପରେ ରାଗ ରଖି ଓଟିଭି ସାମ୍ବାଦିକଙ୍କୁ ଯଦି ଏଭଳି ଆକ୍ରୋଶମୂଳକ ଜୁଲମ୍ ହୋଇଥାଏ ତେବେ ସାମ୍ବାଦିକତାର ସ୍ୱାଧୀନତାକୁ ତାହା କ୍ଷୂର୍ଣ୍ଣ କରୁଛି । ଏଭଳି ଘଟଣାକୁ କେହି ସମର୍ଥନ କରିବା ଉଚିତ ନୁହେଁ । ତେବେ କ୍ରାଇମବ୍ରାଞ୍ଚ କର୍ତ୍ତୃପକ୍ଷ ଏହି ଅଭିଯୋଗକୁ ମିଥ୍ୟା ବୋଲି ସଫେଇ ଦେଲେଣି । ଓଟିଭି ସାମ୍ବାଦିକଙ୍କୁ ଜୋର ଜବରଦସ୍ତ ନୁହେଁ, ବରଂ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣରେ ତାଙ୍କଠାରୁ ବୟାନ ରେକର୍ଡ କରିଥିଲା ବୋଲି ସ୍ପଷ୍ଟୀକରଣ ଦେଇଛି । ଘଟଣା ଯାହା ହେଉ ନା କାହିଁକି, କାହାରି ରାଜନୈତିକ ସ୍ୱାର୍ଥ ସାଧନରେ ବିଚରା ସାମ୍ବାଦିକ ବଳି ପଡ଼ିବା ଠିକ୍ ନୁହେଁ ।
ଅନ୍ୟପକ୍ଷରେ, ନିଜ ହାତରେ ଗଣମାଧ୍ୟମ ଅଛି ବୋଲି ବିନା ତଥ୍ୟ ପ୍ରମାଣରେ କାହାର ମାନହାନୀ କରିବା ଏବଂ କାହାରିକୁ ଟାର୍ଗେଟ୍ କରି ଖବର ପ୍ରସାରଣ କରିବା ବି ସାମ୍ବାଦିକତାର ଧର୍ମ ନୁହେଁ । ବିଜେଡ଼ିରୁ ବୈଜୟନ୍ତ ନିଲମ୍ବିତ ହେବା ପରେ ଓଟିଭିର ବିଜେଡ଼ି ବିରୋଧୀ ମିସନ୍ କୁ ଚାନେଲ କର୍ତ୍ତୃପକ୍ଷ ଯେତେ ଅସ୍ୱୀକାର କଲେ ମଧ୍ୟ ତାହା ଟିଭି ଖୋଲିଲେ ଜଳ ଜଳ ଦିଶୁଛି । ଓଟିଭି ବୈଜୟନ୍ତଙ୍କଠାରୁ ନିଜକୁ ଦୂରେଇ ନିରପେକ୍ଷତାର ମିଛ ସଫେଇ ଦେଲେ ଲୋକେ ତାହାକୁ ଗ୍ରହଣ କରିବେ ନାହିଁ । ଓଟିଭି କର୍ତ୍ତୃପକ୍ଷ ସାଧାରଣ ଜନତାଙ୍କୁ ବୋକା ଓ ଭକୁଆ ବନେଇବା ଉଦ୍ୟମରୁ ନିବୃତ୍ତ ରହିବାକୁ କିଛି ବରିଷ୍ଠ ସାମ୍ବାଦିକ ପରାମର୍ଶ ଦେଇଛନ୍ତି ।
Previous Post

ବିଜେଡ଼ିରେ ମିଶିଲେ ମାନସ ମଙ୍ଗରାଜ; ନବୀନ କହିଲେ ‘ମୁଁ ଖୁସି’

Next Post

ପ୍ରତାପ ଷଡ଼ଙ୍ଗୀଙ୍କ ନାଁ ଶୁଣି ବିଜେଡ଼ି ଛାନିଆଁ

Next Post
ପ୍ରତାପ ଷଡ଼ଙ୍ଗୀଙ୍କ ନାଁ ଶୁଣି ବିଜେଡ଼ି ଛାନିଆଁ

ପ୍ରତାପ ଷଡ଼ଙ୍ଗୀଙ୍କ ନାଁ ଶୁଣି ବିଜେଡ଼ି ଛାନିଆଁ

Comments 3

  1. Bikram Swain says:
    8 years ago

    Before the questions spontaneous clarification for itself is showing that, everything is not well in OTV. The journalists and the staffs are simply destroying their ability and the knowledge they have gained from their career! It’s absolutely a violation of the integrity of the fourth estate of Democracy only for the master of the organisation! Mr Panda is playing a well planned business – politics behind the scene to own cheap popularity. Hope, the self certifying No1 TV channel of Odisha will work for the people of the state instead playing the role of an authorised advocate of the Kendrapara MP. We’ve sure, the people of Odisha are intelligent enough and they’ll not at all be biased with this dangerous surgical strike of Baijayant Panda against BJD by using his ‘OTV’ bullet!

    Reply
  2. ଅମିୟ ମହାନ୍ତି says:
    8 years ago

    କହିବାର ମର୍ମ ଏହା ନୁହେଁ କି ଯାହା ପାଖରେ ଯେତେ ଗଣମାଧ୍ୟମ ଅଛି ସେ ତାର ଦୂରୁପଯୋଗ କରୁ ଅଛି।
    ଏକଥା ମଧ୍ୟ ଠିକ ଗଣମାଧ୍ୟମ ଓ ତାର ପ୍ରତିନିଧିମାନେ କୌଣସି ନା କୌଣସି ପ୍ରକାରେ ଏହି ଦୂରୁପଯୋଗରୁ ମୁକ୍ତ ନୁହନ୍ତି।

    Reply
  3. Animesh mohanty, puri says:
    8 years ago

    OTV is doing fully partiality…… OTV trying to make stupid to odisha’s people.
    In previous days OTV s behavior is likely to spokesperson of bjd. That’s why OTV opposed aggressively to bjd after suspension of Jay panda from bjd. Why otv make a reply or re tweet of any person of Jay panda s tweet as a breaking news. It is a big question ❓ of people who are viewers of past n present time of otv s activities.

    Reply

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA