Tuesday, May 26, 2026 07:53 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଓଡ଼ିଆ ଭାଷାର ସୁରକ୍ଷା ଏବଂ ଉନ୍ନତିରେ “ଓଡ଼ିଆ ଭାଷା ପ୍ରତିଷ୍ଠାନ” କେତେ ସଫଳ?

by Our Correspondent
03 Jun, 2020- 11:19 PM
in Latest News, News
1 min read
0
ଓଡ଼ିଆ ଭାଷାର ସୁରକ୍ଷା ଏବଂ ଉନ୍ନତିରେ “ଓଡ଼ିଆ ଭାଷା ପ୍ରତିଷ୍ଠାନ” କେତେ ସଫଳ?
ଗୋପାଳ ସାହୁ, ସ୍ୱତନ୍ତ୍ର ପ୍ରତିନିଧି
ଭୁବନେଶ୍ୱର: ଆଳୁ ଖୋଳୁ ଖୋଳୁ ମହାଦେବଙ୍କର ଆବିର୍ଭାବ। ସାମାଜିକ ଗଣମାଧ୍ୟମ ଫେସବୁକ ଆଲୋଚନାରୁ ଜିଜ୍ଞାସା ହେତୁ ତଥ୍ୟ ଖୋଜିବାକୁ ଯାଇ ଦୁଇ ସରକାରୀ ପୁସ୍ତକରେ ଓଡ଼ିଆ ବ୍ୟାକରଣ ସମ୍ଵନ୍ଧୀୟ ଦୁଇ ପ୍ରକାର ତଥ୍ୟ ଆମଭଳି ଆହୁରି ଅନେକ ଭାଷା ଜିଜ୍ଞାସୁ ଦିଗହରା।
ଆଜିକାଲି ଯୋଗଯୋଗ ଏବଂ ଭାବର ଆଦାନପ୍ରଦାନରେ ସାମାଜିକ ଗଣମାଧ୍ୟମର ଭୁମିକା ସତରେ ଅତୁଳନୀୟ। ଅନେକ ସମୟରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଷୟକୁ ନେଇ ବିଭିନ୍ନ ବୁଦ୍ଧିଜୀବୀଙ୍କ ଦ୍ଵାରା ଖୋଲା ଖୋଲି ଭାବ ବିନିମୟ, ବିଶ୍ଲେଷଣ ଏବଂ ତଥ୍ୟ ସମ୍ଵଳିତ ତର୍କ ବିତର୍କ ଅନେକ ଜ୍ଞାନପିପାସୁଙ୍କର ଜ୍ଞାନର ପରିସୀମା ବୄଦ୍ଧିରେ ସହାୟକ ହେଉଛି। ଭାଷା, ସାହିତ୍ୟ, ବିଜ୍ଞାନ, ଇତିହାସ, ଭୁଗୋଳ, ସମାଜ ବିଜ୍ଞାନ ଇତ୍ୟାଦି ପ୍ରାୟ ପ୍ରତ୍ୟେକ ବିଷୟରେ ଅହରହ ଆଲୋଚନା ଅନେକ ସମସ୍ୟା ସମାଧାନରେ ଖୋରାକ ଯୋଗେଇବା ସହିତ ନୂଆ ନୂଆ କଥା ଜାଣିବାରେ ସହାୟକ ହେଉଛି। ଯାହା ଆମର ପାରମ୍ପରିକ ଗଣମାଧ୍ୟମରେ ସବୁବେଳେ ସେତେଟା ସମ୍ଭବ ହେଉନି।
ବରିଷ୍ଠ ଭାରତୀୟ ପ୍ରାଶାସନିକ ସେବା ଅଧିକାରୀ ତଥା ବିଭିନ୍ନ ବିଦେଶୀ ଭାଷାରେ ବିଶେଷ ଦକ୍ଷତା ଅର୍ଜନ କରିବା ସହିତ ନିଜର ମାତୄଭାଷାରେ ବିଶେଷ ରୁଚି ରଖିଥିବା ଶ୍ରୀ ନିକୁଞ୍ଜ କିଶୋର ସୁନ୍ଦରାୟ ଅନେକ ସମୟରେ ସାମାଜିକ ଗଣମାଧ୍ୟମରେ ଅନେକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ରଖିଥାନ୍ତି। ସେହିଭଳି ନିକଟ ଅତୀତରେ ଶ୍ରୀ ନିକୁଞ୍ଜ କିଶୋର ସୁନ୍ଦରାୟଙ୍କ ଦ୍ଵାରା ପାଠକଙ୍କ ଉଦ୍ଦେଶ୍ୟରେ ଫେସବୁକରେ ପଚରାଯାଇଥିବା ଗୋଟିଏ ପ୍ରଶ୍ନ ଥିଲା – ଓଡ଼ିଆ ଶବ୍ଦ “ପ୍ରଶାସନିକ” ଠିକ୍ ନା “ପ୍ରାଶାସନିକ” ଠିକ୍ ଏବଂ ଏ ବିଷୟରେ ଅନେକ ବରିଷ୍ଠ ଲେଖକ, ସାହିତ୍ୟିକ, ଭାଷାବିତ୍ ଏବଂ ସାମ୍ବାଦିକଙ୍କ ବ୍ୟାକରଣ ସମ୍ଵଳିତ ବିଶ୍ଲେଷଣ ସମସ୍ତ ଭାଷାପ୍ରେମୀ ଏବଂ ଭାଷା ସଚେତକଙ୍କ ନିମନ୍ତେ ଅତ୍ୟନ୍ତ ଉପାଦେୟ ମନେହୁଏ।
ଏହି ଲେଖକ ନିଜେ ମଧ୍ୟ ଉତ୍ତରରେ, ବିଭିନ୍ନ ଅଭିଧାନରୁ ଦେଖିଥିବାରୁ ଏବଂ ବହୁଳ ଭାବରେ ଏପରିକି ବିଭିନ୍ନ ଉଚ୍ଚ ସରକାରୀ ଏବଂ ବେସରକାରୀ ସ୍ତରରେ ବ୍ୟବହୄତ ହେଉଥିବାରୁ “ପ୍ରଶାସନିକ” ଶବ୍ଦଟି ଠିକ୍ ବୋଲି ଉତ୍ତର ରଖିଥିଲା, କିନ୍ତୁ ସମୟକ୍ରମେ ଆଲୋଚନାରେ ବିଭିନ୍ନ ବିଶେଷଜ୍ଞଙ୍କର ତଥ୍ୟ ଉପସ୍ଥାପନାକୁ ଦେଖି ବିଭିନ୍ନ ଶବ୍ଦକୋଷ ପୁସ୍ତକରୁ ତଥ୍ୟ ଖୋଜି, ପ୍ରକୃତ ତଥ୍ୟ ଦେଖି ବିଚଳିତ ଲାଗିଥିଲା।
ଲବ୍ଧପ୍ରତିଷ୍ଠିତ ଓଡ଼ିଆ ଭାଷା ପ୍ରତି ଏପରି ଅବହେଳା ବିଷୟକୁ ଦୄଷ୍ଟୀରେ ରଖି ଆମେ ଏଠାରେ କେବଳ ଓଡ଼ିଶା ସରକାରଙ୍କ ଦ୍ଵାରା ପ୍ରକାଶିତ ଦୁଇଟି ପୁସ୍ତକରେ ପ୍ରକାଶିତ ଦୁଇଟି ଭିନ୍ନ ତଥ୍ୟକୁ ଏଠାରେ ପାଠକଙ୍କ ଗୋଚରାର୍ଥେ ଉପସ୍ଥାପନ କରୁଛୁ। ଯାହା ସବୁଠାରୁ ବିଡ଼ମ୍ବନାର କଥା ଓଡ଼ିଆ ଭାଷାର ପ୍ରଚାର ପ୍ରସାର ଏବଂ ଉନ୍ନତି ନିମନ୍ତେ, ଖୋଦ୍ ଓଡ଼ିଶା ସରକାରଙ୍କ ଦ୍ଵାରା ଗଠିତ, “ଓଡ଼ିଆ ଭାଷା ପ୍ରତିଷ୍ଠାନ” ଦ୍ଵାରା ପ୍ରକାଶିତ ଶବ୍ଦକୋଷ ପ୍ରକୃତ ଓଡ଼ିଆ ବ୍ୟାକରଣଠୁ ବହୁଦୁରରେ। ଯାହା ଆଜିକାଲିର ବିଦ୍ୟାର୍ଥୀ ଏବଂ ଭାଷାପ୍ରେମୀଙ୍କୁ, ମୁଳ ଓଡ଼ିଆ ଭାଷା ଓ ସଠିକ୍ ବ୍ୟାକରଣ ସହିତ ପରିଚିତ କରେଇବା ବଦଳରେ ଦ୍ଵନ୍ଦରେ ପକେଇବା ଥୟ।
ମୁଳ ପ୍ରଶ୍ନ :– “ପ୍ରଶାସନିକ” ନା “ପ୍ରାଶାସନିକ” ବ୍ୟାକରଣ ଅନୁଯାୟୀ କେଉଁ ଶବ୍ଦଟି ପ୍ରକୄତରେ ଠିକ୍?

(୧) – ଓଡ଼ିଆ ଭାଷା ପ୍ରତିଷ୍ଠାନ ଦ୍ଵାରା ପ୍ରକାଶିତ “ପ୍ରଶାସନ ଶବ୍ଦକୋଷ” ପୁସ୍ତକର ୨୦୧୬ ମସିହା ପରିମାର୍ଜିତ ଓ ପରିବର୍ଦ୍ଧିତ ସଂସ୍କରଣରେ (ପୄଷ୍ଠା -୭) “ପ୍ରଶାସନିକ” ଲିପିବଦ୍ଧ ହୋଇଛି।

(୨) ଅନୁବାଦ ସଂସ୍ଥା, ବିଧି ବିଭାଗ ଓଡ଼ିଶା ସରକାରଙ୍କ ଦ୍ଵାରା ୧୯୯୬ ମସିହାରେ ସଙ୍କଳିତ ଏବଂ ପ୍ରକାଶିତ “ପ୍ରଶାସନ ଶବ୍ଦକୋଷ” ପୁସ୍ତକରେ (ପୄଷ୍ଠା -୫) “ପ୍ରାଶାସନିକ” ଲିପିବଦ୍ଧ ହୋଇଛି।
ସାମାଜିକ ଗଣମାଧ୍ୟମରେ ଏହି ଆଲୋଚନାରେ ଭାଗନେଇ ବିଶିଷ୍ଟ ସାମ୍ଵାଦିକ ଶୁଭ୍ରାଂଶୁ ପଣ୍ଡା ଏବଂ ସ୍ତମ୍ଭକାର ଡାକ୍ତର ଦେବାଶିଷ ଜ୍ୟେଷ୍ଠି ଯାହା ଉତ୍ତର ରଖିଥିଲେ ଏବଂ ଆମେ ମଧ୍ୟ, ଶ୍ରୀ ଗଣେଶ୍ଵର ସ୍ଵାଇଁ, ଅଧ୍ୟକ୍ଷ – ବାଲିଚନ୍ଦ୍ରପୁର ମହିଳା ମହାବିଦ୍ୟାଳୟ ତଥା ସମ୍ପାଦକ ଗୁଣ୍ଡୁଚିମୁଶା (ଶିଶୁ ସାହିତ୍ୟ ପତ୍ରିକା)ଙ୍କ ସହିତ ସଠିକ୍ ଉତ୍ତର ଜାଣିବା ପାଇଁ ଆଲୋଚନା କରିଥିଲୁ, ତାହାର ସାରାଂଶ ଏଠାରେ ସଂକ୍ଷେପରେ ଆମେ ରଖୁଛୁ।
ସାରାଂଶ:- ‘ଇକ’ ପ୍ରତ୍ୟୟ ହେଲେ ପରିଣାମ ଶବ୍ଦରେ :
(କ) ଶେଷ ‘କ’ ପୂର୍ବରୁ ସର୍ବଦା ହ୍ରସ୍ୱ ଇକାର ରହେ (ବ୍ୟତିକ୍ରମ: ଏଥିରେ କୌଣସି ଗୋଟିଏ ବି ଶବ୍ଦ ବ୍ୟତିକ୍ରମ ହୁଏନାହିଁ)।
(ଖ) ଏହି ସମାନ ନିୟମରେ ଇକ ପ୍ରତ୍ୟୟ ଓ ଯ ପ୍ରତ୍ୟୟ ବ୍ୟବହାର ହୋଇଥାଏ ଏବଂ ପ୍ରଥମ ଅକ୍ଷର ସବୁବେଳେ ନିମ୍ନୋକ୍ତ ନିୟମାନୁସାରେ ପରିବର୍ତ୍ତିତ ହୋଇଥାଏ। ଉଦାହରଣ ସ୍ୱରୂପ ପ୍ରଥମରେ ପ୍ର ଉପସର୍ଗ ଥିଲେ ତାହା ପ୍ରା ହୋଇଥାଏ ଯଥା..
ପ୍ରମାଣ +ଇକ = ପ୍ରାମାଣିକ
ପ୍ରଶାସନ +ଇକ = ପ୍ରାଶାସନିକ ହିଁ ସମ୍ପୂର୍ଣ୍ଣ ଠିକ୍। ଏଥିରେ କୌଣସି ଦ୍ଵିମତ ନାହିଁ। ଯଦି କୌଣସି ପୁସ୍ତକରେ କେମିତି ଭୁଲ ମୁଦ୍ରଣ ବଶତଃ “ପ୍ରଶାସନିକ” ଲିପିବଦ୍ଧ ହୋଇଥାଏ ତା’ହେଲେ ଏହା ସଂଶୋଧନ କରାଯିବା ଉଚିତ୍।
ଆମ ମାତୄଭାଷା ପାଇଁ ସବୁଠାରୁ ବିଡ଼ମ୍ବନା ବିଷୟ, ଓଡ଼ିଆ ଭାଷା ପ୍ରତିଷ୍ଠାନ ଓଡ଼ିଆ ଭାଷାର ଉନ୍ନତି ବଦଳରେ ଭିନ୍ନ ଭିନ୍ନ ମତ ପ୍ରଚାର କରିବେ ତା’ହେଲେ ପରବର୍ତ୍ତୀ ପିଢ଼ି ସଠିକ୍ ଓଡ଼ିଆ ଭାଷା କୁ ଜାଣିବ କେମିତି? ମାତୄଭାଷା ଓଡ଼ିଆ ପ୍ରତି ଆଗ୍ରହ ରଖିବ କେମିତି? ଏହିଭଳି ସବୁ ସମସ୍ୟାର ତୁରନ୍ତ ସମାଧାନ ନହେଲେ ଓଡ଼ିଆ ଭାଷା ଜିଜ୍ଞାସୁ ଏବଂ ଛାତ୍ରଛାତ୍ରୀ ଅନ୍ଧାରରେ ବାଡ଼ି ବୁଲେଇବା ନିଶ୍ଚିତ। ରାଜ୍ୟ ଲୋକ ସେବା ଆୟୋଗ ଏବଂ କେନ୍ଦ୍ରୀୟ ଲୋକସେବା ଆୟୋଗ ଦ୍ଵାରା ପରିଚାଳିତ ବିଭିନ୍ନ ପ୍ରାଶାସନିକ ଅଧିକାରୀ ନିଯୁକ୍ତି ପରୀକ୍ଷା ନିମନ୍ତେ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀ ମଧ୍ୟ ନିଜ ମାତୃଭାଷାରେ ପରୀକ୍ଷା ଦେଇ କୄତକାର୍ଯ୍ୟ ହେବା ଅସମ୍ଭବ। ଉପଯୁକ୍ତ ସମନ୍ୱୟ, ବରିଷ୍ଠ ଭାଷାତତ୍ତ୍ୱବିତ୍ ମାନଙ୍କର ପରାମର୍ଶ ଏବଂ ମୁଳ ଓଡ଼ିଆ ବ୍ୟାକରଣକୁ ବିଚାରକୁ ନେଇ ସଠିକ୍ ଭାବରେ “ପ୍ରଶାସନ ଶବ୍ଦକୋଷ” ପ୍ରକାଶନ ପାଇଁ ବୁଦ୍ଧିଜୀବୀ ଗହଣରେ ଦାବି ହେଉଛି।

(ସ୍ୱତନ୍ତ୍ର ପ୍ରତିନିଧିଙ୍କ ଯୋଗାଯୋଗ ନଂ 7978394203)

Previous Post

ଉତ୍ତର-ପୂର୍ବାଞ୍ଚଳରେ ଫସିଥିବା ପ୍ରବାସୀଙ୍କ ପାଇଁ ସ୍ୱତନ୍ତ୍ର ବିମାନ ବ୍ୟବସ୍ଥା

Next Post

ମୁଖ୍ୟମନ୍ତ୍ରୀଙ୍କ ଅପିଲ୍: ଆଗାମୀ ୨୫ ଦିନ ଗୁରୁତ୍ୱପୂର୍ଣ୍ଣ, ଅଧିକ ସତର୍କ ରୁହନ୍ତୁ

Next Post
ମୁଖ୍ୟମନ୍ତ୍ରୀଙ୍କ ଅପିଲ୍: ଆଗାମୀ ୨୫ ଦିନ ଗୁରୁତ୍ୱପୂର୍ଣ୍ଣ, ଅଧିକ ସତର୍କ ରୁହନ୍ତୁ

ମୁଖ୍ୟମନ୍ତ୍ରୀଙ୍କ ଅପିଲ୍: ଆଗାମୀ ୨୫ ଦିନ ଗୁରୁତ୍ୱପୂର୍ଣ୍ଣ, ଅଧିକ ସତର୍କ ରୁହନ୍ତୁ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA