Tuesday, May 26, 2026 02:58 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଓରଟେଲ୍ ବିରୋଧୀ ଆନ୍ଦୋଳନକୁ ୩ ଦିନ; ଅନଶନକାରୀଙ୍କ ଅବସ୍ଥା ଗୁରୁତର

by Our Correspondent
09 May, 2018- 07:38 PM
in Latest News, News
1 min read
0
ଓରଟେଲ୍ ବିରୋଧୀ ଆନ୍ଦୋଳନକୁ ୩ ଦିନ; ଅନଶନକାରୀଙ୍କ ଅବସ୍ଥା ଗୁରୁତର
ଭୁବନେଶ୍ୱର: ଚନ୍ଦ୍ରଶେଖରପୁର ବିଡ଼ିଏ କଲୋନୀରେ ବେଆଇନ ଜାଗା ମାଡ଼ି ବସିଥିବା ଓରଟେଲ୍ ଅଫିସ ଉଚ୍ଛେଦ ଦାବିରେ ଚାଲିଥିବା ଆମରଣ ଅନଶନ ଆଜିକୁ ତିନି ଦିନ ପୂରିଛି । ଆମରଣ ଅନଶନକାରୀ ଅଜିତ୍ ଦାଶଙ୍କ ଅବସ୍ଥା ଆଜି ଗୁରୁତର ହୋଇପଡ଼ିଛି । ତେବେ ପ୍ରଶାସନ ପକ୍ଷରୁ ଏ ପର୍ଯ୍ୟନ୍ତ ତାଙ୍କ ପାଖରେ କେହି ପହଞ୍ଚି ନାହାନ୍ତି କି ପୁଲିସ ତାଙ୍କୁ ଡାକ୍ତରଖାନା ନେବାର ବ୍ୟବସ୍ଥା କରି ନ ଥିବାରୁ ଉତ୍ତେଜନା ସୃଷ୍ଟି ହୋଇଛି ।
ମିଳିଥିବା ସୂଚନା ଅନୁଯାୟୀ, ଓରଟେଲ୍ ଅଫିସ୍ ସାମନା ଆନ୍ଦୋଳନସ୍ଥଳରେ ପହଞ୍ଚି ଆଲୋଚନା କରିବାକୁ ନଗର ଉନ୍ନୟନ ବିଭାଗର ସଚିବ ଜି.ମାଥିଭାଥନନ୍ ଏବଂ ବିଏମସି କମିଶନର ତଥା ବିଡ଼ିଏ ଉପାଧ୍ୟକ୍ଷ କ୍ରିଷ୍ଣନ କୁମାର ଆଜି ଅପରାହ୍ନ ୩.୪୫କୁ ସମୟ ଦେଇଥିଲେ । ଆନ୍ଦୋଳନରେ ସାମିଲ ହୋଇଥିବା ସିଟିଜେନ୍ କମିଟିର କର୍ମକର୍ତ୍ତା ଓ ସଭ୍ୟ, ବିଭିନ୍ନ ସଂଗଠନର କର୍ମକର୍ତ୍ତା ଆଲୋଚନା ପାଇଁ ପ୍ରସ୍ତୁତ ହୋଇ ରହିଥିଲେ । ନଗର ଉନ୍ନୟନ ବିଭାଗ ସଚିବ ଓ ବିଡ଼ିଏ ଉପାଧ୍ୟକ୍ଷଙ୍କୁ ଏକ ସ୍ମାରକପତ୍ର ଦେବାକୁ ସେମାନେ ଚାହିଁ ବସିଥିଲେ ମଧ୍ୟ ଉଭୟ ନ ଆସିବାରୁ ଅସନ୍ତୋଷ ପ୍ରକାଶ ପାଇଥିଲା । ଏଣେ ଆମରଣ ଅନଶନରେ ବସିଥିବା ସିଟିଜେନ୍ କମିଟି ସମ୍ପାଦକ ଅଜିତ୍ ଦାଶଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଅବନତି ଘଟି ଚାଲିଛି । ଆଜି ତାଙ୍କ ଅବସ୍ଥା ଗୁରୁତର ଥିଲେ ମଧ୍ୟ ତାଙ୍କର ଚିକିତ୍ସା ପାଇଁ ପ୍ରଶାସନ କିମ୍ବା ପୁଲିସ ସଂଧା ପର୍ଯ୍ୟନ୍ତ କୌଣସି ବ୍ୟବସ୍ଥା କରିନାହାନ୍ତି ।
ଆନ୍ଦୋଳନକାରୀଙ୍କ କହିବା କଥା ହେଉଛି, ବୈଜୟନ୍ତ ପଣ୍ଡାଙ୍କ ପରିବାର ମାଲିକାନାରେ ଥିବା ଓରଟେଲ୍ କମ୍ପାନୀ କ୍ଷମତାର ଅପବ୍ୟବହାର କରି ବେଆଇନ ଭାବେ ଏହି ଜାଗାକୁ ମାଡ଼ି ବସି ଅଫିସ ଅଟ୍ଟାଳିକା ନିର୍ମାଣ କରିଛନ୍ତି । ଜବରଦଖଲରେ ଥିବା ସି-୧ କମର୍ସିଆଲ୍ କମ୍ପ୍ଲେକ୍ସରୁ ଓରଟେଲ୍ କୁ ହଟାଇ ସେଠାରେ ମଲ୍ଟି ସପିଂ କମ୍ପ୍ଲେକ୍ସ ନିର୍ମାଣ କରିବାକୁ ସେମାନେ ଦାବି କରିଛନ୍ତି । ଦାବି ପୂରଣ ନ ହେଲା ପର୍ଯ୍ୟନ୍ତ ଆମରଣ ଅନଶନ ଚାଲିବ ବୋଲି ସିଟିଜେନ୍ କମିଟି ପକ୍ଷରୁ କୁହାଯାଇଛି ।
Previous Post

ଶ୍ରୀକାନ୍ତଙ୍କ ଜାତିଆଣ ରାଜନୀତି; ନିଜ ଦଳରୁ ହୀନସ୍ତା ହୋଇ ନବୀନଙ୍କୁ ଟାର୍ଗେଟ୍

Next Post

ଦୁଇ ମହାନ୍ ସାମ୍ବାଦିକଙ୍କୁ ଶ୍ରଦ୍ଧାଞ୍ଜଳି

Next Post
ଦୁଇ ମହାନ୍ ସାମ୍ବାଦିକଙ୍କୁ ଶ୍ରଦ୍ଧାଞ୍ଜଳି

ଦୁଇ ମହାନ୍ ସାମ୍ବାଦିକଙ୍କୁ ଶ୍ରଦ୍ଧାଞ୍ଜଳି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA