Tuesday, May 26, 2026 04:18 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଦୁଇ ମହାନ୍ ସାମ୍ବାଦିକଙ୍କୁ ଶ୍ରଦ୍ଧାଞ୍ଜଳି

by Our Correspondent
10 May, 2018- 07:30 AM
in Latest News, News
1 min read
0
ଦୁଇ ମହାନ୍ ସାମ୍ବାଦିକଙ୍କୁ ଶ୍ରଦ୍ଧାଞ୍ଜଳି
ଭୁବନେଶ୍ୱର: ଗତକାଲି(ମେ ୯) ଓଡ଼ିଶା ସାମ୍ବାଦିକତା ଜଗତ ପାଇଁ ଅପୂରଣୀୟ କ୍ଷତି ଛାଡ଼ିଦେଇଗଲା । ସକାଳେ ଆରପାରିକୁ ଚାଲିଗଲେ ରାଧାନାଥ ମହାପାତ୍ର(୫୬) ଆଉ ରାତିରେ ଚନ୍ଦ୍ରଭାନୁ ପଟ୍ଟନାୟକ(୬୦) । ସାମ୍ବାଦିକତା କ୍ଷେତ୍ରରେ ଉଭୟ ବେଶ୍ ପ୍ରତିଷ୍ଠା ଅର୍ଜନ କରିଥିଲେ ।
‘ସମ୍ବାଦ’ ରୁ ସିନେ ସାମ୍ବାଦିକତା ଆରମ୍ଭ କରିଥିଲେ ରାଧାନାଥ । ଦୀର୍ଘ ୨୧ ବର୍ଷ ସେଠାରେ କାର୍ଯ୍ୟ କରିବା ପରେ ‘ଧରିତ୍ରୀ’, ‘ସମୟ’, ‘ତରଙ୍ଗ’ ଚାନେଲ, ‘ପ୍ରମେୟ’ ପରେ ‘ନିତିଦିନ’ରେ କାର୍ଯ୍ୟରତ ଥିଲେ । ସିନେ ସାମ୍ବାଦିକତାରେ ତାଙ୍କ ସ୍ଥାନ ଥିଲା ଶୀର୍ଷରେ । ଖାଲି ସାମ୍ବାଦିକତା ନୁହେଁ, ଓଡ଼ିଶା ସିନେ କ୍ରିଟିକ୍ ଆସୋସିଏସନର ପ୍ରତିଷ୍ଠାତା ସଦସ୍ୟ ଓ ରାଜ୍ୟ ଚଳଚିତ୍ର ପୁରସ୍କାର କମିଟିରେ ଦୁଇ ଦୁଇ ଥର ଜୁରି ମେମ୍ବର ଥିଲେ । ଜଣେ ଲେଖକ, ଅନୁବାଦକ ଓ ଗୀତିକାର ହିସାବରେ ମଧ୍ୟ ରାଧା ଭାଇ ସୁଖ୍ୟାତି ଅର୍ଜନ କରିଥିଲେ । କିଡନୀ, ହୃଦରୋଗ ସମସ୍ୟାରେ ଆକ୍ରାନ୍ତ ହୋଇ ସେ ହସ୍ପିଟାଲ୍ ବେଡ଼ରେ ମୃତ୍ୟୁ ସହ ସଂଗ୍ରାମ କରୁଥିଲେ । ଅର୍ଥ ତାଙ୍କ ଚିକିତ୍ସାରେ ବାଧକ ସୃଷ୍ଟି କରୁଥିଲା । ତାଙ୍କୁ ବଞ୍ଚାଇବା ପାଇଁ ପରିବାରବର୍ଗଙ୍କ ଅକ୍ଲାନ୍ତ ଉଦ୍ୟମ ସତ୍ତ୍ୱେ ବୁଧବାର ସକାଳ ୯ଟାରେ ଆଖି ବୁଜିଦେଲେ ସମସ୍ତଙ୍କର ପ୍ରିୟ ରାଧା ଭାଇ ।
ସେହିଭଳି ଚନ୍ଦ୍ରଭାନୁ ପଟ୍ଟନାୟକ ଓଡ଼ିଶା ସାମ୍ବାଦିକତା ଯୁଗର ଏକ ଉଜ୍ଜଳ ପ୍ରତିଭା ଥିଲା । ଅଧ୍ୟାପନା ଛାଡ଼ି ‘ସମ୍ବାଦ’ରୁ ସାମ୍ବାଦିକତା ଆରମ୍ଭ କରିଥିଲେ । ପରେ ‘ଶତାଦ୍ଦୀ’ ନାମକ ପାକ୍ଷିକ ପତ୍ରିକା ଆରମ୍ଭ କରିଥିଲେ । ପରବର୍ତ୍ତୀ ସମୟରେ ‘ସମାଜ’, ‘ସମୟ’ ଓ ‘ଏସଟିଭି’ର ମୁଖ୍ୟ ସମ୍ପାଦକ ଭାବେ କାର୍ଯ୍ୟ କରିଥିଲେ । ଖାଲି ଜଣେ ଉଚ୍ଚକୋଟୀର ସାମ୍ବାଦିକ ନୁହେଁ, ଜଣେ ରାଜନୈତିକ ସମୀକ୍ଷକ ଓ ସ୍ତମ୍ଭକାର ଭାବେ ତାଙ୍କର ବେଶ୍ ସୁନାମ ଥିଲା । ଦୀର୍ଘ ୪ ବର୍ଷ ଧରି ଅସୁସ୍ଥ ରହିବା ପରେ ବୁଧବାର ରାତି ସାଢ଼େ ୯ଟାରେ ଆଖି ବୁଜିଦେଲେ ଚନ୍ଦ୍ରଭାନୁ ।
ରାଧାନାଥ ଓ ଚନ୍ଦ୍ରଭାନୁଙ୍କ ବିୟୋଗ ଓଡ଼ିଶା ସାମ୍ବାଦିକତା ଯୁଗ ପାଇଁ ଦାରୁଣ ଦୁଃଖ ସହ ଅପୂରଣୀୟ କ୍ଷତି ଆଣିଛି । ‘ମିଡ଼ ଡ଼େ ଓଡ଼ିଶା’ ପରିବାର ଏହି ଦୁଇ ବିଶିଷ୍ଟ ବ୍ୟକ୍ତିଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି । ଉଭୟଙ୍କ ଶୋକସନ୍ତପ୍ତ ପରିବାରକୁ ଗଭୀର ସମବେଦନା ଜଣାଇ ସେହି ଅମର ଆତ୍ମାର ସଦଗତି କାମନା କରୁଛି ।
Previous Post

ଓରଟେଲ୍ ବିରୋଧୀ ଆନ୍ଦୋଳନକୁ ୩ ଦିନ; ଅନଶନକାରୀଙ୍କ ଅବସ୍ଥା ଗୁରୁତର

Next Post

ପଣ୍ଡା ଇନଫ୍ରା ନିର୍ଦ୍ଦେଶକ ଗିରଫ, ଏଥର ସରକାରୀ ବାବୁଙ୍କ ପାଳି !

Next Post
ପଣ୍ଡା ଇନଫ୍ରା ନିର୍ଦ୍ଦେଶକ ଗିରଫ, ଏଥର ସରକାରୀ ବାବୁଙ୍କ ପାଳି !

ପଣ୍ଡା ଇନଫ୍ରା ନିର୍ଦ୍ଦେଶକ ଗିରଫ, ଏଥର ସରକାରୀ ବାବୁଙ୍କ ପାଳି !

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA