Monday, May 25, 2026 03:12 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଓଡ଼ିଶାବାସୀଙ୍କୁ ନା, ନାଗାଲାଣ୍ଡବାସୀଙ୍କୁ ହଁ !

by Our Correspondent
31 Jan, 2018- 05:44 PM
in Latest News, News
1 min read
0
ଓଡ଼ିଶାବାସୀଙ୍କୁ ନା, ନାଗାଲାଣ୍ଡବାସୀଙ୍କୁ ହଁ !
ଭୁବନେଶ୍ୱର: ରାଜ୍ୟପାଳଙ୍କ ବିରୋଧରେ ଗୁରୁତର ଅଭିଯୋଗ । ନିଜ ପଦ ଓ ଗାରିମାର ଅପବ୍ୟବହାର କରୁଛନ୍ତି ରାଜ୍ୟପାଳ ଡ. ଏସ.ସି.ଜମିର । ଓଡ଼ିଶା ରାଜକୋଷକୁ ନିଜ ରାଜ୍ୟ ପାଇଁ ଅପବ୍ୟବହାର କରୁଛନ୍ତି । ଯେଉଁ ରାଜ୍ୟର ପ୍ରଥମ ନାଗରିକ ପଦରେ ଅଧିଷ୍ଠିତ ସେହି ରାଜ୍ୟବାସୀଙ୍କୁ ଅଣଦେଖା କରି ନାଗାଲାଣ୍ଡର ଅନାମଧ୍ୟେୟ ସଂସ୍ଥା ଓ ବ୍ୟକ୍ତିବିଶେଷଙ୍କୁ ରାଜ୍ୟପାଳ ସହାୟତା ପାଣ୍ଠିରୁ ଟେକି ଦେଉଛନ୍ତି ଅର୍ଥ । ରକ୍ତକର୍କଟ ରୋଗରେ ପୀଡ଼ିତ ଓଡ଼ିଶାର ଗରିବ ଲୋକଟି ରାଜ୍ୟପାଳଙ୍କ ସହାୟତା ଲୋଡ଼ି ନିରାଶ ହେଉଥିବା ବେଳେ ରାଜ୍ୟପାଳ ତାଙ୍କ ନାଗାଲାଣ୍ଡବାସୀଙ୍କ ପାଇଁ ବଦାନ୍ୟତା ଦେଖାଉଛନ୍ତି ବୋଲି କଳିଙ୍ଗ ସେନା ଅଭିଯୋଗ ଆଣିଛି ।
ଆଜି ଖୋଦ୍ ରାଜଭବନ ସମ୍ମୁଖରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କଳିଙ୍ଗ ସେନା ସଭାପତି ହେମନ୍ତ ରଥ ଏ ସଂକ୍ରାନ୍ତୀୟ ଆରଟିଆଇ ଦସ୍ତାବିଜ୍ ଉପସ୍ଥାପନ କରିଛନ୍ତି । ସେ କହିଛନ୍ତି, ଅସହାୟ ଓ ଗରିବ ରୋଗୀମାନେ ମୁଖ୍ୟମନ୍ତ୍ରୀଙ୍କ  ରିଲିଫ୍ ପାଣ୍ଠି ଭଳି ରାଜ୍ୟପାଳଙ୍କ ପାଣ୍ଠିରୁ ସହାୟତା ପାଇବାର ବ୍ୟବସ୍ଥା ଅଛି । ୨୦୧୪ ମସିହା ଜୁଲାଇରୁ ଡିସେମ୍ବର ମାସ ମଧ୍ୟରେ ରାଜ୍ୟର ୩ ଜଣ ଗରିବ ରକ୍ତକର୍କଟ ରୋଗୀ ଓ ଜଣେ ହୃଦରୋଗୀ ଚିକିତ୍ସା ପାଇଁ ରାଜ୍ୟପାଳଙ୍କ ପାଣ୍ଠିରୁ ଆର୍ଥିକ ସହାୟତା ଲୋଡ଼ିଥିଲେ । ଦୌଡ଼ି ଦୌଡ଼ି ନୟାନ୍ତ ହୋଇଥିଲେ ମଧ୍ୟ ସେମାନଙ୍କୁ ଟଙ୍କାଟିଏ ବି ମିଳିଲା ନାହିଁ ।
ଅନ୍ୟପକ୍ଷରେ ସେହି ୨୦୧୪ ମସିହାରେ ରାଜ୍ୟପାଳଙ୍କ ନିଜ ରାଜ୍ୟ ନାଗାଲାଣ୍ଡର କିଛି କ୍ଲବ୍, ଅନୁଷ୍ଠାନ ଓ ବ୍ୟକ୍ତିବିଶେଷ ବିଭିନ୍ନ କାର୍ଯ୍ୟ ଲାଗି ଏହି ପାଣ୍ଠିରୁ ଉପକୃତ ହୋଇଛନ୍ତି । ରାଜ୍ୟପାଳ ହାତଖୋଲି ସେମାନଙ୍କୁ ସହାୟତା ଦେଇଛନ୍ତି ।
ଓଡ଼ିଶାର ରାଜ୍ୟପାଳଙ୍କଠାରୁ ଆର୍ଥିକ ସହାୟତା ନେଇଥିବା ନାଗାଲାଣ୍ଡ ସଂସ୍ଥାଗୁଡ଼ିକ ମଧ୍ୟରେ ମୋକୋ କୁଚଙ୍ଗ ଭିଲେଜ କାଉନସିଲ୍ ୨୦ ହଜାର ଟଙ୍କା ନେଇଥିବା ବେଳେ ଆଉ ଏକ କ୍ଲବ୍ ୧୦ ହଜାର ଟଙ୍କା ନେଇଛି । ସେହିଭଳି ମିଆଙ୍ଗ ନାମଧାରୀ ଜଣେ ବ୍ୟକ୍ତି ଚିକିତ୍ସାଲାଗି ୨୫ ହଜାର ଟଙ୍କା ନେଇଛନ୍ତି । ୨୦୧୫ ମସିହାରେ ପୁସରମ୍ ନଗଡ଼େ ନାମକ ଜଣେ ବ୍ୟକ୍ତିଙ୍କୁ ୫୦ ହଜାର ଟଙ୍କା ଦିଆଯାଇଥିବା ବେଳେ ସେ କ’ଣ ପାଇଁ ଅର୍ଥ ନେଇଛନ୍ତି ତାହା କାଗଜପତ୍ରରେ ଉଲ୍ଲେଖ ନାହିଁ । ସେହିଭଳି ଟଲି ନାମଧାରୀ ଜଣେ ବ୍ୟକ୍ତିଙ୍କୁ ଚିକିତ୍ସା ନାଁରେ ୩୦ ହଜାର ଟଙ୍କା ଦିଆଯାଇଥିଲା ବେଳେ ତାଙ୍କର ରୋଗ କିମ୍ବା ଦରଖାସ୍ତ ଆବେଦନର ତାରିଖ ଠିକଣା ନାହିଁ ।
ରାଜ୍ୟର ସର୍ବୋଚ୍ଚ ସାମ୍ବିଧାନିକ ପଦବୀରେ ଥିବା ରାଜ୍ୟପାଳଙ୍କର ରାଜ୍ୟବାସୀଙ୍କ ପ୍ରତି ଏଭଳି ମନୋଭାବ ଅତ୍ୟନ୍ତ ନିନ୍ଦନୀୟ ବୋଲି ଶ୍ରୀ ରଥ କହିଛନ୍ତି । ଯେଉଁ ରାଜ୍ୟର ଟିକସ ପଇସାରେ ରାଜ୍ୟପାଳ ଦରମା ନେଉଛନ୍ତି ଓ ରାଜଭବନ ଚାଲୁଛି ସେହି ଲୋକଙ୍କୁ ରାଜ୍ୟପାଳଙ୍କର ହୀନଦୃଷ୍ଟିଭଙ୍ଗୀ ରାଜ୍ୟପାଳ ପଦବୀର ଗାରିମା କ୍ଷୂର୍ଣ୍ଣ କରୁଛି । ନୈତିକତା ଦୃଷ୍ଟିରୁ ରାଜ୍ୟପାଳ ତୁରନ୍ତ ଇସ୍ତଫା ଦିଅନ୍ତୁ ନଚେତ୍ ରାଷ୍ଟ୍ରପତି ତାଙ୍କୁ ବହିଷ୍କାର କରନ୍ତୁ ବୋଲି କଳିଙ୍ଗସେନା ପକ୍ଷରୁ ଶ୍ରୀ ରଥ ଦାବି କରିଛନ୍ତି । ନଚେତ୍ କଳିଙ୍ଗସେନା ଆନ୍ଦୋଳନକୁ ଓହ୍ଲାଇବ ବୋଲି ସେ ଚେତାବନୀ ଦେଇଛନ୍ତି । ତେବେ ଏହି ଅଭିଯୋଗ ସଂକ୍ରାନ୍ତରେ ରାଜଭବନ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।
Previous Post

ପଦ ହରାଇଲେ ଯୋଗେଶ ସିଂ, ଆଉ ଏକ ଉପନିର୍ବାଚନ !

Next Post

ମାହାଙ୍ଗା ଲାଇଭ୍

Next Post
ମାହାଙ୍ଗା ଲାଇଭ୍

ମାହାଙ୍ଗା ଲାଇଭ୍

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA