Monday, May 25, 2026 02:16 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ପଦ ହରାଇଲେ ଯୋଗେଶ ସିଂ, ଆଉ ଏକ ଉପନିର୍ବାଚନ !

by Our Correspondent
30 Jan, 2018- 04:28 PM
in Latest News, News
1 min read
0
ପଦ ହରାଇଲେ ଯୋଗେଶ ସିଂ, ଆଉ ଏକ ଉପନିର୍ବାଚନ !
କଟକ: ସୁନ୍ଦରଗଡ଼ର କଂଗ୍ରେସ ବିଧାୟକ ଯୋଗେଶ ସିଂ ତାଙ୍କର ପଦ ହରାଇଛନ୍ତି । ହାଇକୋର୍ଟ ତାଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କରିଛନ୍ତି । ଜାଲ୍ ଜାତିଗତ ପ୍ରମାଣପତ୍ର ନେଇ ଯୋଗେଶଙ୍କ ବିରୋଧରେ ଦୁଇ ଦୁଇଟି ନିର୍ବାଚନୀ ଅନିୟମିତତା ମାମଲା ହାଇକୋର୍ଟରେ ବିଚାରାଧୀନ ଥିଲା । ଆଜି ଦୁଇଟି ଯାକ ମାମଲାର ରାୟ ଶୁଣାଇ ହାଇକୋର୍ଟ ସୁନ୍ଦରଗଡ଼ ନିର୍ବାଚନକୁ  ଅସିଦ୍ଦ ଘୋଷଣା ସହ ଯୋଗେଶଙ୍କ ସଭ୍ୟପଦ ରଦ୍ଦ କରିଦେଇଛନ୍ତି ।
୨୦୧୪ ମସିହାରେ ଯୋଗେଶ ସିଂ ସୁନ୍ଦରଗଡ଼(ଏସଟି/ସଂରକ୍ଷିତ)ଆସନରୁ ଦ୍ୱିତୀୟ ଥର ପାଇଁ ବିଧାୟକ ନିର୍ବାଚିତ ହୋଇଥିଲେ । ତେବେ ସେ ଜାଲ୍ ଜାତିଗତ ସାର୍ଟିଫିକେଟ୍ ଦେଇ ନିର୍ବାଚନ ଲଢ଼ିଥିବା ଉଭୟ ବିଜେପି ଓ ବିଜେଡ଼ି ପ୍ରାର୍ଥୀ ଅଭିଯୋଗ କରିଥିଲେ । ବିଜେପି ପ୍ରାର୍ଥୀ ସହଦେବ ଖାଖା ଯୋଗେଶଙ୍କ ସଭ୍ୟପଦ ରଦ୍ଦ ପାଇଁ ହାଇକୋର୍ଟରେ ଆବେଦନ କରିଥିଲେ । ପୃଥକ୍ ଭାବେ ଅଜୟ ପଟେଲ ନାମକ ଜଣେ ବ୍ୟକ୍ତି ମଧ୍ୟ ହାଇକୋର୍ଟରେ ଆବେଦନ କରିଥିଲେ । ଏହି ଦୁଇଟି ଯାକ ମାମଲାର ଶୁଣାଣି କରି ଆଜି ହାଇକୋର୍ଟ ତାଙ୍କ ରାୟ ପ୍ରଦାନ କରିଛନ୍ତି । ଯୋଗେଶଙ୍କ ସଭ୍ୟପଦ ରଦ୍ଦ ହେବା କଂଗ୍ରେସ ପାଇଁ ଧକ୍କା ପହଞ୍ଚାଇଛି । ଅନ୍ୟପକ୍ଷରେ ହାଇକୋର୍ଟ ରାୟ ବିରୋଧରେ ସୁପ୍ରିମକୋର୍ଟରେ ଅପିଲ୍ କରିବେ ବୋଲି ଯୋଗେଶ କହିଛନ୍ତି ।
ହାଇକୋର୍ଟଙ୍କ ରାୟ ପରିପ୍ରେକ୍ଷୀରେ ସୁନ୍ଦରଗଡ଼ ବିଧାନସଭା ଉପନିର୍ବାଚନ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଛି । ଯଦିଓ ମାମଲା ସୁପ୍ରିମକୋର୍ଟ ଯିବ ତେବେ ତାହାକୁ ଅପେକ୍ଷା ନ କରି ବିରୋଧୀ ଶିବିର ପକ୍ଷରୁ ଉପନିର୍ବାଚନ ଅବଶ୍ୟମ୍ଭାବୀ ବୋଲି ପ୍ରଚାର ହେଲାଣି । ବିଜେପୁର ଉପନିର୍ବାଚନ ମୈଦାନ ଗରମ ହେଉଥିବା ବେଳେ ସୁନ୍ଦରଗଡ଼ ବିଧାନସଭା ନିର୍ବାଚନ ଅସିଦ୍ଧ ଘୋଷଣା ରାଜନୈତିକ ମାହୋଲକୁ ସରଗରମ କରିଛି ।
Previous Post

ବିଜେପୁର ମୈଦାନ ରେଡ୍ଡି

Next Post

ଓଡ଼ିଶାବାସୀଙ୍କୁ ନା, ନାଗାଲାଣ୍ଡବାସୀଙ୍କୁ ହଁ !

Next Post
ଓଡ଼ିଶାବାସୀଙ୍କୁ ନା, ନାଗାଲାଣ୍ଡବାସୀଙ୍କୁ ହଁ !

ଓଡ଼ିଶାବାସୀଙ୍କୁ ନା, ନାଗାଲାଣ୍ଡବାସୀଙ୍କୁ ହଁ !

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA