ଭୁୁବନେଶ୍ୱର: ନିଖିଳ ଭାରତ କଂଗ୍ରେସ କମିଟିର ଅନୁମୋଦନ କ୍ରମେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ଆଜି ତାର ମିଡ଼ିଆ ଟିମ୍ ତାଲିକା ପ୍ରକାଶ କରିଛି । ମିଡ଼ିଆ ଓ ଯୋଗାଯୋଗ ବିଭାଗ ମୁଖ୍ୟ ସତ୍ୟ ପ୍ରକାଶ ନାୟକଙ୍କ ନେତୃତ୍ୱରେ ଏହି ଟିମ୍ କାର୍ଯ୍ୟ କରିବ । ଏହି ଟିମ୍ ରେ ୭ ଜଣ ବରିଷ୍ଠ ମୁଖପାତ୍ର ଏବଂ ୨୨ ଜଣ ମୁଖପାତ୍ର ଅଛନ୍ତି । ପରାମର୍ଶ ଓ ସହଯୋଗ ପାଇଁ ୪ ଜଣ ବରିଷ୍ଠ ନେତାଙ୍କୁ ରଖାଯାଇଛି । ମିଡ଼ିଆ ସଂଯୋଜକ ଭାବେ ୫ ଜଣଙ୍କୁ ଦାୟିତ୍ୱ ଦିଆଯାଇଛି ।
ବରିଷ୍ଠ ମୁଖପାତ୍ର: ତାରାପ୍ରସାଦ ବାହିନୀପତି(ବିଧାୟକ), ଶ୍ରୀମତୀ ବିଜୟଲକ୍ଷ୍ମୀ ସାହୁ, ଡ. ପ୍ରଫୁଲ୍ଲ ମାଝୀ(ବିଧାୟକ), ଡ. ହମିଦ୍ ହୁସେନ୍, ଅଂଶୁମାନ ମହାନ୍ତି(ବିଧାୟକ), ଶ୍ରୀମତୀ ସୁଚରିତା ମହାନ୍ତି, ସମରେନ୍ଦ୍ର ମିଶ୍ର ।
ମୁଖପାତ୍ର: ବିଭୁ ପ୍ରସାଦ ତରାଇ, ଶ୍ରୀମତୀ ସସ୍ମିତା ବେହେରା, ବିନାୟକ ଦାସ ମହାପାତ୍ର, ଅମୀୟ ପାଣ୍ଡବ, ଶ୍ରୀମତୀ ସୋନାଲି ସାହୁ, ମନୋଜ ମହାପାତ୍ର, ନାରାୟଣ ପ୍ରସାଦ ଜେନା, ପଦ୍ମାକର ଗୁରୁ, ଦେବୀ ପୃଷ୍ଟି, ପ୍ରଶାନ୍ତ ଶତପଥୀ, ନିଶିକାନ୍ତ ମିଶ୍ର, ଅର୍ଚ୍ଚନା ନନ୍ଦୀ, ହିମାଂଶୁ ଲେଙ୍କା, ଗୋବିନ୍ଦ ଭୂୟାଁ, ରଜନୀ କୁମାର ମହାନ୍ତି, ସୁଦର୍ଶନ ଦାସ, ବିସ୍ମୟ ମହାପାତ୍ର, ଅମିତ୍ ମହାନ୍ତି, ଅଶୋକ ସାମଲ, ଶୈଳେନ୍ଦ୍ର ମଜୁମଦାର, ନିକୁଞ୍ଜ ପଶାୟତ, ଡ. ସ୍ମୃତିରଂଜନ ଲେଙ୍କା ।
ପରାମର୍ଶ ଓ ସହଯୋଗ: ଅଧ୍ୟାପକ କୈଳାସ ଆଚାର୍ଯ୍ୟ, ଗଣେଶ୍ୱର ବେହେରା, ଡ. ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର, ଡ. ଦେବାଶିଷ ପଟ୍ଟନାୟକ
ମିଡ଼ିଆ ସଂଯୋଜକ: ଦୀପକ କୁମାର ମହାପାତ୍ର, ପ୍ରଦୀପ ମହାପାତ୍ର, ଓମ୍ ପ୍ରକାଶ ସାହୁ, ମାନସ ମହାପାତ୍ର, ସୂର୍ଯ୍ୟ ନାରାୟଣ ପଣ୍ଡା ।
ପିସିସି ଟିମ୍ ଗଠନର ପାଖାପାଖି ଅଢ଼େଇ ମାସ ପରେ ଏଭଳି ବିଶାଳ ମିଡ଼ିଆ ଟିମ୍ ଗଠନକୁ ନେଇ ଦଳୀୟ ମହଲରେ ବେଶ୍ ଚର୍ଚ୍ଚା ହେଉଛି । ଯୋଗ୍ୟତା ନୁହେଁ ବରଂ ସୁପାରିଶ, ତୁୁଷ୍ଟୀକରଣ ଓ ଥଇଥାନ ଭିତ୍ତିରେ କିଛି ନେତାଙ୍କୁ ଏଥିରେ ସାମିଲ କରାଯାଇଥିବା କୁହାଯାଉଛି । ଉଲ୍ଲେଖଯୋଗ୍ୟ, ଗତ ଅଗଷ୍ଟ ମାସରେ ନିରଂଜନ ପଟ୍ଟନାୟକଙ୍କ ନେତୃତ୍ୱରେ ପିସିସି ର ଏକ ଜୁମ୍ବୋ ଟିମ୍ ଗଠନ ହୋଇଥିଲା । ଏହି ଟିମ୍ ରେ ୧୪ ଜଣ ଉପସଭାପତି, ୨୪ ଜଣ ସାଧାରଣ ସମ୍ପାଦକ, ୯୯ ଜଣ ସମ୍ପାଦକ, ୨୭ ଜଣ କାର୍ଯ୍ୟକାରୀ କମିଟି ସଦସ୍ୟ, ୧୩ ଜଣ ସ୍ୱତନ୍ତ୍ର ଆମନ୍ତ୍ରିତ ସଦସ୍ୟ, ୩୯ ଜଣ ପ୍ରଚାର କମିଟି ସଦସ୍ୟ(ସବୁ ବିଧାୟକ ଓ ଛାମୁଆ ସଂଗଠନ ମୁଖ୍ୟଙ୍କୁ ଛାଡ଼ି) ଏବଂ କୋର୍ କମିଟିରେ ୪୨ ଜଣ ଅଛନ୍ତି ।