Thursday, June 4, 2026 04:54 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଅଭିଜିତ୍ ମାମଲାରେ ରସଗୋଲା ପୂରାଇବାକୁ ଚକ୍ରାନ୍ତ !

by Our Correspondent
27 Oct, 2018- 10:16 PM
in Latest News, News
1 min read
0
ଅଭିଜିତ୍ ମାମଲାରେ ରସଗୋଲା ପୂରାଇବାକୁ ଚକ୍ରାନ୍ତ !
Spread the love
ଭୁୁବନେଶ୍ୱର: ଅଭିଜିତ୍ ଆୟାର ମିତ୍ର ରସଗୋଲା ଉପରେ ଟୁଇଟର୍ ରେ କମେଣ୍ଟ ଦେବା ସହ ତାଙ୍କ ଗିରଫ ଘଟଣାର କୌଣସି ସମ୍ପର୍କ ନାହିଁ । କିଛି ଗଣମାଧ୍ୟମରେ ଏଭଳିି ଖବର ପ୍ରକାଶ ପାଇଥିବାରୁ ରାଜ୍ୟ ପୁଲିସ ମୁଖ୍ୟାଳୟ ତାହାକୁ ଖଣ୍ଡନ କରିଛି । ଏଭଳି ଖବର ସମ୍ପୂର୍ଣ୍ଣ ମିଥ୍ୟା ଓ ବିଭ୍ରାନ୍ତିକର ବୋଲି ଏକ ପ୍ରେସ୍ ବିଜ୍ଞପ୍ତିରେ କୁହାଯାଇଛି । ଅଭିଜିତ୍ ଗିରଫ ସହ ସେ ରସଗୋଲା ଉପରେ ଦେଇଥିବା ଟିପ୍ପଣୀର କୌଣସି ସମ୍ପର୍କ ନାହିଁ । ଅପରନ୍ତୁ ଓଡ଼ିଶାର କଳା, ସଂସ୍କୃତି,ଐତିହ୍ୟ, ମହାପ୍ରଭୁ ଜଗନ୍ନାଥ ଏବଂ ଓଡ଼ିଆ ଜାତି ବିରୋଧରେ ତାଙ୍କର କଟୁ ଓ ଅରୁଚିକର ମନ୍ତବ୍ୟ ପାଇଁ ଥାନାରେ ହୋଇଥିବା ଏତଲା ଭିତ୍ତିରେ ଅଭିଜିତ୍ ଙ୍କୁ ଗିରଫ କରାଯାଇଛି । ଏହା ଅତ୍ୟନ୍ତ ସ୍ପଷ୍ଟ ହୋଇଥିଲେ ମଧ୍ୟ କିଛି ନ୍ୟସ୍ତସ୍ୱାର୍ଥ ଗୋଷ୍ଠୀ ମିଥ୍ୟା ଓ ଭ୍ରମାତ୍ମକ ପ୍ରଚାର ଜରିଆରେ ଓଡ଼ିଶା ପୁଲିସକୁ ବଦନାମ କରିବାକୁ ଉଦ୍ୟମ କରୁଥିବା ପୁଲିସ ମୁଖ୍ୟାଳୟ ପକ୍ଷରୁ କୁହାଯାଇଛି ।
ଅଭିଜିତ୍ ଆୟାର ଓଡ଼ିଶା ଓ ଓଡ଼ିଶାର କଳା, ସଂସ୍କୃତି ଉପରେ ବିଭିନ୍ନ ସମୟରେ ଅତ୍ୟନ୍ତ କଟୁ ଓ ଅରୁଚିକର ଟିପ୍ପଣୀ ଦେଇଛନ୍ତି । ବିଭିନ୍ନ ଧାର୍ମିକ ସମ୍ପ୍ରଦାୟ ଉପରେ ମଧ୍ୟ କଟୁ ମନ୍ତବ୍ୟ ଦେଇଛନ୍ତି । ସାମ୍ପ୍ରଦାୟିକ ଉତ୍ତେଜନାକାରୀ ମନ୍ତବ୍ୟ ଦେଇଛନ୍ତି । ଓଡ଼ିଆ ଜାତିକୁ ସଳା ବୋଲି କହିଛନ୍ତି । ଏ ସବୁ ମନ୍ତବ୍ୟ ଓଡ଼ିଶାବାସୀଙ୍କ ଭାବାବେଗକୁ ଆଘାତ ଦେଇଛି । ଆୟାରଙ୍କ ଏହି ମନ୍ତବ୍ୟକୁ ନେଇ ପୁରୀ ଜିଲ୍ଲା କୋଣାର୍କ ଥାନା ଓ ଭୁବନେଶ୍ୱରର ସହିଦନଗର ଥାନାରେ ଦୁଇଟି ମାମଲା ରୁଜୁ ହୋଇଛି । କୋଣାର୍କ ଥାନାରେ ତାଙ୍କ ବିରୋଧରେ ଆଇପିସିର ଧାରା ୧୫୩-କ/୨୯୫-କ/୨୯୮/୩୪ ,୬୬ ଆଇଟି ଆକ୍ଟ ଏବଂ ୩୦ ଏଏମଏଆର ଆକ୍ଟ ଲାଗୁ ହୋଇଥିବା ବେଳେ ସହିଦନଗର ଥାନାରେ ଧାରା ୨୯୪/୨୯୫-କ/୫୦୦/୧୫୩-କ ଏବଂ ୬୭ ଆଇଟି ଆକ୍ଟରେ ମକଦ୍ଦମା ରୁଜୁ ହୋଇଛି ।
ଅଭିଜିତ୍ ଆୟାର ବିରୋଧରେ ପୁଲିସ ଆଇନଗତ ଯାହା କାର୍ଯ୍ୟାନୁଷ୍ଠାନ ନେବା କଥା କରୁଛି । ସୁପ୍ରିମକୋର୍ଟ ମଧ୍ୟ ତାଙ୍କ ଜାମିନ ଆବେଦନକୁ ନାକଚ କରିଛନ୍ତି । ଅଭିଜିତ୍ ଗିରଫ ହେଲା ପରେ କୋର୍ଟରୁ ତାଙ୍କ ଜାମିନ୍ ନାମଂଜୁର ହୋଇଛି । ୧୪ ଦିନ ପାଇଁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି । କୋର୍ଟ ଅନୁମତିକ୍ରମେ ପୁଲିସ ତାଙ୍କୁ ଦୁଇଦିନିଆ ରିମାଣ୍ଡରେ ନେଇଛି । ସୁତରାଂ ଅଭିଜିତ୍ ମାମଲା ପଛରେ ରସଗୋଲା ଭଳି (ଅ)ପ୍ରସଙ୍ଗକୁ ଯୋଡି ପୁଲିସକୁ ବଦନାମ କରିବାକୁ ହୀନ ଉଦ୍ୟମ ହେଉଥିବା କୁହାଯାଇଛି ।
Previous Post

କଂଗ୍ରେସର ୩୮ ଜଣିଆ ମିଡ଼ିଆ ଟିମ୍

Next Post

ହାତୀ ମୃତ୍ୟୁର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

Next Post
ହାତୀ ମୃତ୍ୟୁର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ହାତୀ ମୃତ୍ୟୁର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA