ନୂଆଦିଲ୍ଲୀ : ପ୍ରଥମ ତିନୋଟି ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଥିବା ୧୫ଟି ଲୋକସଭା ଆସନରେ କଂଗ୍ରେସର ପ୍ରାର୍ଥୀ ତାଲିକା ପ୍ରସ୍ତୁତ ହୋଇଛି । ନୂଆଦିଲ୍ଲୀରେ କେନ୍ଦ୍ରୀୟ ସ୍କ୍ରିନିଂ କମିଟି ରାତି ଗୋଟାଏ ବେଳେ ଏହି ନାଁଗୁଡ଼ିକୁ କେନ୍ଦ୍ରୀୟ ନିର୍ବାଚନ କମିଟି(ସିଇସି) ପାଖକୁ ପଠାଇଛି । ତେବେ କୋରାପୁଟ, କନ୍ଧମାଳ ଓ ସମ୍ବଲପୁରରେ ଅଙ୍କ ଛିଣ୍ଡି ପାରିନାହିଁ । ସେଠାରୁ ଦୁଇଜଣଙ୍କ ଲେଖାଏଁ ନାଁ ପଠାଯାଇଛି । ତାଲିକାକୁ ସିଇସି ତଜର୍ମା କରି ଚୂଡ଼ାନ୍ତ କରିବ । ରାହୁଲ ଗାନ୍ଧୀଙ୍କ ଅନୁମୋଦନ ପରେ ଆଜି କିମ୍ବା ଆସନ୍ତାକାଲି ବିଧିବଦ୍ଧ ଭାବେ ଏହି ତାଲିକା ଘୋଷଣା ହୋଇପାରେ ।
୧୫ଟି ଲୋକସଭା ସମେତ ୧୦୭ ଟି ବିଧାନସଭା ପାଇଁ ପ୍ରାର୍ଥୀ ତାଲିକା ଉପରେ ବି ଆଲୋଚନା ହୋଇଛି । ଆସନ୍ତା ୧୬ ତାରିଖରେ ସ୍କ୍ରିନିଂ କମିଟିର ଦ୍ୱିତୀୟ ବୈଠକରେ ତାଲିକା ଚୂଡ଼ାନ୍ତ ହେବ ।
ସିଇସିକୁ ଯାଇଥିବା ୧୫ ଲୋକସଭା ଆସନର ପ୍ରାର୍ଥୀ ତାଲିକା
କଳାହାଣ୍ଡି- ଭକ୍ତ ଦାସ
ନବରଙ୍ଗପୁର- ପ୍ରଦୀପ ମାଝୀ
କୋରାପୁଟ- ସପ୍ତଗିରି ଉଲାକା/ମେରୀ ସୋରେନ୍
ବ୍ରହ୍ମପୁର- ଚନ୍ଦ୍ରଶେଖର ନାଇଡୁ
ଭଦ୍ରକ- ଅନନ୍ତ ସେଠୀ
କନ୍ଧମାଳ- ମନୋଜ ଆଚାର୍ଯ୍ୟ/ ଚନ୍ଦ୍ରଶେଖର ପରିଡ଼ା
ସୁୁନ୍ଦରଗଡ଼- ଜର୍ଜ ତିର୍କୀ
କଟକ- ପଞ୍ଚାନନ କାନୁନଗୋ
ସମ୍ବଲପୁର- ଶରତ ପଟ୍ଟନାୟକ/ଅମର ପ୍ରଧାନ
ବଲାଙ୍ଗୀର- ସମରେନ୍ଦ୍ର ମିଶ୍ର
ପୁରୀ- ସୁଚରିତା ମହାନ୍ତି
ଢ଼େଙ୍କାନାଳ- କେ.ପି. ସିଂହଦେରାମଚନ୍ଦ୍ର ଖୁଣ୍ଟିଆ
କେନ୍ଦୁଝର- ସନାତନ ମହାକୁଡ଼ଙ୍କ ସହ ଚାଲିଛି ଆଲୋଚନା
ଭୁବନେଶ୍ୱର- ସିପିଏମ୍(ମେଣ୍ଟ)
ଆସ୍କା- ସିପିଆଇ(ମେଣ୍ଟ)