Wednesday, April 29, 2026 05:33 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

କଠୋର ହେଲେ ନବୀନ

by Our Correspondent
26 Dec, 2018- 03:45 PM
in Latest News, News, Politics
1 min read
0
କଠୋର ହେଲେ ନବୀନ
  • ବିଜେଡ଼ି ପ୍ରତିଷ୍ଠା ଦିବସରେ କେନ୍ଦ୍ରୀୟ ଅବହେଳା ହେଲା ପ୍ରସଙ୍ଗ

  • ମୁଖ୍ୟମନ୍ତ୍ରୀ ପଚାରିଲେ ୯ ଟି ପ୍ରଶ୍ନ, କହିଲେ ‘ଜବାବ ମାଗୁଛି ଓଡ଼ିଶା’

  •  ‘ଆର୍ଥିକ ସ୍ୱତନ୍ତ୍ରତା ଦିଅ, ସହାୟତା ଦରକାର ନାହିଁ’

ଭୁବନେଶ୍ୱର: ବିଜେଡ଼ି ପ୍ରତିଷ୍ଠା ଦିବସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସରକାରଙ୍କ ବିରୋଧରେ କଠୋର ଆଭିମୁଖ୍ୟ ଦେଖାଇଛନ୍ତି । ଓଡ଼ିଶା ପ୍ରତି କେନ୍ଦ୍ର ସରକାରଙ୍କ ଅବହେଳାର ନମୁନାକୁ ସେ ୯ଟି କାହାଣୀରେ ସଜେଇ କେନ୍ଦ୍ର ସରକାରଙ୍କ ଉପରକୁ ପ୍ରଶ୍ନ ଛାଡ଼ିଛନ୍ତି । କହିଛନ୍ତି, ଏସବୁର ଜବାବ ମାଗୁଛି ଓଡ଼ିଶା । କେନ୍ଦ୍ର ସରକାର ଜବାବ ଦିଅନ୍ତୁ । ଏଥିସହ ଓଡ଼ିଶାକୁ ନିଜ ଗୋଡ଼ରେ ଛିଡ଼ା କରାଇବାର ଚାଲେଂଜ ନେଇଛନ୍ତି ମୁଖ୍ୟମନ୍ତ୍ରୀ । ସେଥିପାଇଁ ଆର୍ଥିକ ସ୍ୱତନ୍ତ୍ରତାର ଦାବି ଉଠାଇଛନ୍ତି । ଏହାହେଲେ ଆମକୁ ରାଜ୍ୟ ପାହ୍ୟା କି କେନ୍ଦ୍ରୀୟ ସହାୟତା ଦରକାର ନାହିଁ ବୋଲି ମୁଖ୍ୟମନ୍ତ୍ରୀ ରୋକଠୋକ ଶୁଣାଇଛନ୍ତି ।
ଆଜି ବିଜେଡ଼ିର ୨୧ତମ ପ୍ରତିଷ୍ଠା ଦିବସରେ ଭୁବନେଶ୍ୱର ଦଳୀୟ କାର୍ଯ୍ୟାଳୟରେ ଆୟୋଜିତ ହୋଇଥିଲା ମୁଖ୍ୟ ଉତ୍ସବ । ଏଥିରେ ଭାଷଣ ଦେଇ ଦଳର ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଆରମ୍ଭରୁ ହିଁ କେନ୍ଦ୍ରୀୟ ଅବହେଳା ବିରୋଧରେ ଆକ୍ରମଣାତ୍ମକ ହୋଇଥିଲେ । ପ୍ରଥମେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇବା ପରେ ସିଧା ସିଧା ପ୍ରସଙ୍ଗକୁ ଆସିଯାଇଥିଲେ । କହିଥିଲେ, ‘ଆଞ୍ଚଳିକ ଦଳମାନଙ୍କ ପ୍ରତି ଆଜି ସାରା ଦେଶରେ ଲୋକଙ୍କ ସମର୍ଥନ ବଢ଼ୁଛି । କାରଣ କ’ଣ ଜାଣିଛନ୍ତି? ମୁଁ ଆଜି ଆପଣମାନଙ୍କୁ ଭାରତ ସରକାରଙ୍କ ୯ଟି ସଫଳ କାହାଣୀ କହିବି.. ।’ ସେଇଠୁ ମୁଖ୍ୟମନ୍ତ୍ରୀ ଗୋଟି ଗୋଟି କରି ୯ଟି ଉପଲବ୍ଧି ରଖିଥିଲେ । ତାହା ଏମିତି..
୧.ଜାତୀୟ ରାଜପଥ: ଆପଣ ରାଉରକେଲାରୁ କଟକ ଆସୁଛନ୍ତି । ସମ୍ବଲପୁର ପର୍ଯ୍ୟନ୍ତ କିଛି ସମସ୍ୟା ନାହିଁ । ସମ୍ବଲପୁର ପରେ ଆପଣ ଆଖି ବନ୍ଦ କରି ମଧ୍ୟ ଜାଣିପାରିବେ । ବୋର୍ଡ ଦେଖିବା ଦରକାର ନାହିଁ । ଜାତୀୟ ରାଜପଥ । ଭଗବାନ ଭରସା । ବାରିପଦାରୁ ଦେବଗଡ଼ । ସେଇ ଅବସ୍ଥା । ଉପକୂଳ ରାଜପଥ ପାଇଁ ଆମେ ଅପେକ୍ଷା କରିଛୁ । ସାଢ଼େ ଚାରି ବର୍ଷ ହୋଇଗଲା ।
୨.ଟେଲିକମ୍: ବିଏସଏନଏଲ୍ ଭାରତ ସରକାରଙ୍କର ବହୁତ ବଡ଼ ନେଟୱାର୍କ । ଆଜିକାଲି ସମସ୍ତଙ୍କ ହାତରେ ମୋବାଇଲ୍ ଫୋନ୍ । ବହୁତ ଭଲ କଥା । କିନ୍ତୁ ଓଡ଼ିଶାର ଅଧା ଗାଁରେ ନେଟୱାର୍କ ମିଳୁନି । ଗଛ ଚଢ଼ିଲେ ଯାଇ ମୋବାଇଲ୍ ରେ କଥା ହେବେ । ବଡ଼କୋଠା ଉପରକୁ ଗଲେ ଯାଇ ମୋବାଇଲ୍ ଲାଗିବ । ମୋବାଇଲ୍ ଧରିବା ପାଇଁ ଗଛ ଚଢ଼ା ଶିଖିବାକୁ ପଡ଼ିବ । ଆଉ ସହରମାନଙ୍କରେ ନେଟୱାର୍କ ସବୁବେଳେ ବ୍ୟସ୍ତ ।
୩.ରେଳବାଇ:ରେଳକ୍ଷେତ୍ରରେ ଉନ୍ନତି ଆସିଛି । କିନ୍ତୁ କେବଳ ଟ୍ରେନ ଟିକେଟ ଏବଂ ପ୍ଲାଟଫର୍ମ ଟିକଟର ଦରରେ । ଖୋର୍ଦ୍ଧା-ବଲାଙ୍ଗୀର ରେଳ ଲାଇନ୍ ବହୁତ ଗୁରୁତ୍ୱପୂର୍ଣ୍ଣ । ରାଜ୍ୟ ସରକାର ପ୍ରକଳ୍ପର ଅଧା ଦେଲେ । ମାଗଣାରେ ଜମି ଦେଲେ । ତଥାପତି କାମ ଆଗକୁ ବଢ଼ୁ ନାହିଁ । ଭାବୁଛି ଖୋର୍ଦ୍ଧା ବଲାଙ୍ଗୀର ରେଳ ଲାଇନ୍ ପିଲାଙ୍କ ପଢ଼ିବା ପାଇଁ କେବଳ ଇତିହାସ ବହିରେ ରହିଯିବ ।
୪.ବ୍ୟାଙ୍କ ସେବା: ନୋଟ୍ ବନ୍ଦୀ ହେଲା । ଲୋକଙ୍କୁ ବ୍ୟାଙ୍କ୍ ଯିବାକୁ କୁହାଗଲା । ବ୍ୟାଙ୍କ ଆଗରେ ଲମ୍ବା ଧାଡ଼ି ଲାଗିଲା । ଲୋକ ହଇରାଣ ହେଲେ । ସମସ୍ତେ ଏହା ଅନୁଭବ କରିଛନ୍ତି । ଓଡ଼ିଶାର ଅଧା ଗାଁରେ ବ୍ୟାଙ୍କ ନାହିଁ । ବହୁତ ସଭା, ବହୁତ ଆଲୋଚନା ହେଉଛି । କିନ୍ତୁ ଲୋକଙ୍କୁ ବ୍ୟାଙ୍କ ସେବା ମିଳିଲାନି ।
୫.କୋଇଲା: କୋଇଲା ନିଲାମ ହେବ । ଓଡ଼ିଶା ୭୦ ହଜାର କୋଟି ଟଙ୍କା ପାଇବ । ଓଡ଼ିଶାବାସୀଙ୍କ ଦୁଃଖ ରହିବ ନାହିଁ । ଏମିତି ବହୁତ ପ୍ରଚାର ହେଲା । କିନ୍ତୁ ୩ ବର୍ଷରେ ଓଡ଼ିଶାକୁ ମିଳିଲା ମାତ୍ର ୩୭୦ କୋଟି ଟଙ୍କା ।
୬.ଶସ୍ୟବୀମା: ଚାଷୀଙ୍କ ଶସ୍ୟବୀମା କଥା । ଚାଷୀ ଠିକ୍ ସମୟରେ କ୍ଷତିପୂରଣ ପାଇଲାନି । ଉଚିତ ପରିମାଣରେ ମଧ୍ୟ ପାଇଲାନି । ହଁ, ଲାଭ ହେଲା । କିନ୍ତୁର ଚାଷୀର ନୁହେଁ । ଘରୋଇ କମ୍ପାନୀ ଲାଭ ପାଇଲା ।
୭.ନିର୍ବାଚନ ଇସ୍ତାହାର: ସ୍ୱତନ୍ତ୍ର ରାଜ୍ୟ ପାହ୍ୟା, ଦେଢ଼ଗୁଣା ଏମଏସପି ଓ ମହିଳାଙ୍କ ପାଇଁ ୩୩% ସଂରକ୍ଷଣ । କିଛି ହେଲା ନାହିଁ । ସାଢ଼େ ଚାରି ବର୍ଷ ସେମିତି ଗଲା ।
୮. ଅନୁସୂଚୀତ ଜାତି/ଜନଜାତି: ଜନଜାତି ଅଞ୍ଚଳର ବିକାଶ ପାଇଁ ଟଙ୍କା ବନ୍ଦ କରିଦେଲେ । ତା’ପରେ ଦୃଷ୍ଟି ପଡ଼ିଲା ଗରିବ ଏସସି.ଏସଟି ପିଲାଙ୍କ ବୃତ୍ତି ଟଙ୍କା ଉପରେ । ଦୁଇବର୍ଷ ହେଲା ତାକୁ ମଧ୍ୟ ବନ୍ଦ କରିଦେଇଛନ୍ତି ।
୯. ଉଜ୍ଜଳା: ଉଜ୍ଜଳା ଯୋଜନା । ବହୁତ ପ୍ରଚାର । ରାସ୍ତାଘାଟ, କୋଠାବାଡ଼ି ସବୁଆଡ଼େ ବଡ଼ ବଡ଼ ହୋର୍ଡିଂ । ମା ମାନଙ୍କ ଦୁଃଖ ଗଲା । ୩୦ ଲକ୍ଷ ମହିଳାଙ୍କୁ ଗ୍ୟାସ୍ ସଂଯୋଗ ଦିଆଗଲା ବୋଲି ଦାବି କରାଗଲା । କିନ୍ତୁ ରିଫିଲ୍ କେତେ ଜଣ କଲେ? ଏଲପିଜି ଦର ବର୍ତ୍ତମାନ କୋଉଠି?
ମୁଖ୍ୟମନ୍ତ୍ରୀ କହିଥିଲେ, ଏ ହେଲା ଆମ ଭାରତ ସରକାରଙ୍କ ସଫଳତା । ଏହା ସମସ୍ତେ ଜାଣିବା ଦରକାର । ୨୦୧୫ ରୁ ଏ ପର୍ଯ୍ୟନ୍ତ କୋଲ୍ ରୟାଲିଟି ସଂଶୋଧନ ହେଲା ନାହିଁ । ୫ ମିନିଟ୍ ରେ ନିଷ୍ପତ୍ତି ହୋଇପାରିବ । କିନ୍ତୁ ହେଉ ନାହିଁ । ଏଥିଯୋଗୁଁ ଓଡ଼ିଶାବାସୀ ହଜାର ହଜାର କୋଟି ଟଙ୍କା ହରାଇଲେ । କ୍ଲିନ୍ ଏନର୍ଜି ସେସ୍ ରୁ ଭାରତ ସରକାର ୨୧ ହଜାର କୋଟି ଟଙ୍କା ପାଇଲେ । ହେଲେ ଓଡ଼ିଶାବାସୀ ପାଇଲେ ଶୂନ୍ । ଆମ ମାଟିରେ, ଆମ ଖଣି ନେଇ କମ୍ପାନୀ କଲେ । ମହାନଦୀ କୋଲଡ ଫିଲଡ୍ ପ୍ରତିବର୍ଷ ୨୦ ହଜାର କୋଟି ଲାଭ ପାଉଛି । ଓଡ଼ିଶାବାସୀ କେବଳ ପ୍ରଦୂଷଣ ପାଉଛନ୍ତି । ଓଡ଼ିଶାରୁ ରେଳବାଇ ବର୍ଷକୁ ପାଉଛି ୨୦ ହଜାର କୋଟି ଟଙ୍କା । ଓଡ଼ିଶାରେ ରେଳ ବଜେଟ୍ ଖର୍ଚ୍ଚ ମାତ୍ର ୨ ହଜାର କୋଟି ଟଙ୍କା ।
ବିଜୁ ବାବୁଙ୍କ କଥା ମନେ ପକାଇ ମୁଖ୍ୟମନ୍ତ୍ରୀ କହିଥିଲେ, ବିଜୁ ବାବୁ ଠିକ୍ କହିଥିଲେ । ‘ମୋତେ ଆର୍ଥିକ ସ୍ୱାୟତ୍ତତା ଦିଅ । ମୁଁ ଓଡ଼ିଶାକୁ ଦକ୍ଷିଣ ଏସିଆର ଏକ ଆଗୁଆ ରାଜ୍ୟ କରି ଗଢ଼ି ତୋଳିବି ।’ ବିଜୁବାବୁଙ୍କ ସହ ମୁଁ ଏକମତ । ମୋତେ ଆର୍ଥିକ ସ୍ୱାୟତ୍ତତା ଦିଅ । ମୋର କେନ୍ଦ୍ରୀୟ ପାଣ୍ଠି, ଅନୁଦାନ କିଛି ଦରକାର ନାହିଁ । ଓଡ଼ିଶାର ଟଙ୍କାରେ ମୁଁ ଓଡ଼ିଶାବାସୀଙ୍କର ଉନ୍ନତି କରିବି ।
କଂଗ୍ରେସ ଓ ବିଜେପିର ଓଡ଼ିଶା ପ୍ରତି ଦରଦ ନାହିଁ । ନିର୍ବାଚନ ବେଳେ ସେମାନେ ବଡ଼ ସ୍ୱପ୍ନ ଦେଖାଇବେ ଆଉ ତାପରେ ସେମାନଙ୍କ ଦେଖା ମିଳିବନି । ଆମେ କଥା ନୁହେଁ, କାମରେ ବିଶ୍ୱାସ କରୁ । ସେଥିପାଇଁ ବିଜୁ ଜନତା ଦଳ ଆଜି ଏକ ଆନ୍ଦୋଳନରେ ପରିଣତ ହୋଇଛି । ଓଡ଼ିଶାବାସୀଙ୍କ ହକ୍ ଓ ସ୍ୱାଭିମାନ ପାଇଁ ଆନେ୍ଦାଳନ ଜାରି ରହିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
ସମାବେଶରେ ଅନ୍ୟମାନଙ୍କ ମଧ୍ୟରେ ମନ୍ତ୍ରୀ ଅଶୋକ ପଣ୍ଡା, ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ବଳଭଦ୍ର ମାଝୀ, ବିଧାୟକ ବିଜୟ କୁମାର ମହାନ୍ତି, ପ୍ରିୟଦର୍ଶୀ ମିଶ୍ର, ମେୟର ଅନନ୍ତ ନାରାୟଣ ଜେନା ପ୍ରମୁଖ ଭାଷଣ ଦେଇଥିଲେ ।
Previous Post

ଇଏସ୍ଆଇ ହସ୍ପିଟାଲକୁ ନେଇ ମିଛ କହିଲେ ମୋଦୀ – କଂଗ୍ରେସ

Next Post

ଜବାବ ମାଗୁଛି ଓଡ଼ିଶା: ବିତର୍କ ପାଇଁ ଧର୍ମେନ୍ଦ୍ରଙ୍କ ଆହ୍ୱାନ

Next Post
ଜବାବ ମାଗୁଛି ଓଡ଼ିଶା: ବିତର୍କ ପାଇଁ ଧର୍ମେନ୍ଦ୍ରଙ୍କ ଆହ୍ୱାନ

ଜବାବ ମାଗୁଛି ଓଡ଼ିଶା: ବିତର୍କ ପାଇଁ ଧର୍ମେନ୍ଦ୍ରଙ୍କ ଆହ୍ୱାନ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA