Friday, April 17, 2026 11:03 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

କଥାରେ ଗାଳି, କାମରେ କୋଳାକୋଳି

by Our Correspondent
21 Jun, 2017- 05:59 PM
in Latest News, Politics
1 min read
0
କଥାରେ ଗାଳି, କାମରେ କୋଳାକୋଳି

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ବିରୋଧରେ ଧାନର ସହାୟକ ମୂଲ୍ୟ ବିଜେଡ଼ି ପାଇଁ ଆଉ ଏକ ରାଜନୈତିକ ପ୍ରସଙ୍ଗ ଆଣିଛି । ଆଜି ଦଳର ବ୍ରହ୍ମପୁର ଯୁବ ସମାବେଶରେ ମୁଖ୍ୟମନ୍ତ୍ରୀ ଏହି ପ୍ରସଙ୍ଗକୁ ଶାଣିତ କରିଛନ୍ତି । ଚାଷୀଙ୍କ ସ୍ୱାର୍ଥ ପାଇଁ କାନ୍ଦିଛନ୍ତି । କେନ୍ଦ୍ର ସରକାରଙ୍କ ଚାଷୀମାରଣ ନୀତି ବିରୋଧରେ ଚାଷୀମାନେ ରାଜରାସ୍ତା ଆସିବାକୁ ଦଳର ନେତାମାନେ ଆହ୍ୱାନ ଦେଇଛନ୍ତି । ମହାନଦୀ, ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦାବି ଆନ୍ଦୋଳନକୁ ବିଜେଡ଼ି ଉଜ୍ଜୀବିତ ରଖିଥିବା ବେଳେ ଧାନର ସହାୟକ ମୂଲ୍ୟ ପ୍ରସଙ୍ଗ ଏଥିରେ ଯୋଡିହୋଇଛି । ଆସନ୍ତାକାଲିଠାରୁ ନିଶ୍ଚିତ ଭାବେ ବିଜେଡ଼ି ରାଜଭବନଠାରୁ ଆରମ୍ଭ କରି ସବୁ ଜିଲ୍ଲା ଓ ବ୍ଲକ୍ ସ୍ତରରେ ଏଥିପାଇଁ ଆନ୍ଦୋଳନ କରିବ । ନରେନ୍ଦ୍ର ମୋଦି ସରକାରଙ୍କ ସାତ ପୁରୁଷ ଉଦ୍ଧାର କରିବ ।

ଦୁଇଦିନ ତଳେ ନବୀନଙ୍କୁ ଫୋନ୍ କରିଥିଲେ ମୋଦି । ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ରାମନାଥ କୋବିନ୍ଦଙ୍କ ପ୍ରତି ସମର୍ଥନ ମାଗିଥିଲେ । ମୋଦି ଫୋନ୍ କାଟୁ କାଟୁ ନବୀନ ଅତି ତତ୍ପରତାର ସହ କୋବିନ୍ଦଙ୍କୁ ବିଜେଡ଼ିର ସମର୍ଥନ ଘୋଷଣା କରିଥିଲେ । ଦଳିତ ପ୍ରାର୍ଥୀ କୋବିନ୍ଦଙ୍କୁ ସମର୍ଥନ ରାଜନୀତିର ଉଦ୍ଧ୍ୱର୍ରେ ବୋଲି ସଫେଇ ଦେଇଥିଲେ । ଖାଲି ସେତିକି ନୁହେଁ, ଗତଥର ବିଜେଡ଼ି ପ୍ରସ୍ତାବିତ ରାଷ୍ଟ୍ରପତି ପ୍ରାର୍ଥୀ ପି.ଏ.ସାଙ୍ଗମାଙ୍କୁ ଏନଡ଼ିଏ ସମର୍ଥନ ଦେଇଥିବା କହି ନବୀନ କୃତ୍ କୃତ୍ ହୋଇଥିଲେ । ପ୍ରଧାନମନ୍ତ୍ରୀ ସେଦିନ ସଂଧ୍ୟାରେ ସବୁ ବିରୋଧୀ ଦଳ ମୁଖ୍ୟଙ୍କୁ ଫୋନ୍ କରି ସମର୍ଥନ ମାଗିଥିଲେ । ମାତ୍ର ଆମ ମୁଖ୍ୟମନ୍ତ୍ରୀଙ୍କ ଛଡ଼ା କେହି ବି ତତ୍ପରତା ଦେଖାଇ ନ ଥିଲେ । ନୀତିଶ କୁମାରଙ୍କଠାରୁ ଆରମ୍ଭ କରି ମମତା ବାନାର୍ଜୀ ସମସ୍ତଙ୍କର ଅପେକ୍ଷା ଥିଲା । ରାଷ୍ଟ୍ରପତି ନିର୍ବାଚନର ରଣନୀତି ସମ୍ପର୍କରେ ମିଳିତ ବିରୋଧୀ ଦଳର ୨୨ ତାରିଖ ବୈଠକ ପର୍ଯ୍ୟନ୍ତ ଅପେକ୍ଷା ନ କରି ମୋଦି-ଅମିତ୍ ଶାହାଙ୍କ ପ୍ରାର୍ଥୀଙ୍କୁ ସମର୍ଥନ ପାଇଁ ନବୀନ ଯେଭଳି ବ୍ୟାକୁଳ ହେଲେ ତାହା ସ୍ୱାଭାବିକ ଭାବେ ବିଜେପି ପ୍ରତି ବିଜେଡ଼ିର ଆଭିମୁଖ୍ୟକୁ ସ୍ପଷ୍ଟ କରିଛି । ଏ ପ୍ରସଙ୍ଗରେ ଦଳର ସାଂସଦ ତଥାଗତ ଶତପଥୀ ନିଜ ଖବରକାଗଜ ସମ୍ପାଦକୀୟରେ ବିଜେଡ଼ିକୁ ଲଙ୍ଗଳା କରିସାରିଛନ୍ତି ।

ନବୀନଙ୍କ ଦଳିତ ଆନୁଗତ୍ୟ ନୁହେଁ, ମୋଦି ଆନୁଗତ୍ୟକୁ ଏହା ଏକପ୍ରକାର ସ୍ପଷ୍ଟ କରିଛି ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି । ଖାଲି ରାମନାଥ କୋବିନ୍ଦ ନୁହଁନ୍ତି, ଏନଡିଏ ଯାହାକୁ ବି ରାଷ୍ଟ୍ରପତି ପ୍ରାର୍ଥୀ କରିଥାନ୍ତା, ନବୀନ ତାଙ୍କୁ ସମର୍ଥନ ଦେଇଥାଆନ୍ତେ ବୋଲି ଯାହା ଅନୁମାନ କରାଯାଉଥିଲା ତାହା ବି ସତ୍ୟ ହୋଇଛି । ସଂଯୋଗକୁ ନବୀନଙ୍କ ପାଇଁ ଦଳିତ ଏକ ବାହାନା ହୋଇଯାଇଛି । ଉଲ୍ଲେଖଯୋଗ୍ୟ, ମୋଦି ସରକାରଙ୍କୁ କଥାରେ ଗାଳି କରୁଥିବା ବିଜେଡ଼ି ପାଇଁ ରାଷ୍ଟ୍ରପତି ନିର୍ବାଚନ ଏକ ପ୍ରମୁଖ ଅସ୍ତ୍ର ଥିଲା । ମାତ୍ର ମୋଦିଙ୍କୁ ଟକ୍କର ଦେବା ପାଇଁ ନବୀନ ସାହାସ କରିନାହାନ୍ତି । ଏଥିରେ କେଉଁ ରାଜନୈତିକ ବାଧ୍ୟବାଧକତା ରହିଛି ତାହା ଅବଶ୍ୟ ଓଡ଼ିଶାବାସୀଙ୍କୁ ଅଛପା ନାହିଁ ।

ମୋଦି ସରକାର ବା ବିଜେପି ସହ ବିଜେଡ଼ିର ସମୀକରଣ ଜାତୀୟ ରାଜନୀତିରେ ଚର୍ଚ୍ଚାର ବିଷୟ ହୋଇଥିଲା ବେଳେ ମୋଦି ବିରୋଧୀ ନାରାବାଜି କରି ଲୋକଙ୍କ ଭୋଟ ହାତେଇବାକୁ ବିଜେଡ଼ି ଉଦ୍ୟମ ଜାରି ରଖିଛି । ବ୍ରହ୍ମପୁରରୁ ଭୁବନେଶ୍ୱର ଯାଏଁ ନବୀନଙ୍କ ବିଜୁ ଜନତା ଦଳ ମୋଦି ଓ ତାଙ୍କ ବିଜେପି ବିରୋଧରେ କମ୍ପମାନ କରୁଛନ୍ତି । ମୋଦିଙ୍କ ଚାଷୀମାରଣ ନୀତି ବଖାଣି ଚାଷୀଙ୍କ ସମବେଦନା ଗୋଟାଇବା ଉଦ୍ୟମ ହେଉଛି । ଏଥିରେ କେତେ ଦମ୍ ତାହା ଲୋକ ବୁଝିିସାରିଲେଣି । ଓଡ଼ିଶାର ହକ୍ ନୁହେଁ ବରଂ ଦଳର ସ୍ୱାର୍ଥ ଓ ସୁରକ୍ଷା ପାଇଁ ବିଜେଡ଼ି କାନ୍ଦୁଛି ବୋଲି ଲୋକଙ୍କ ଧାରଣା ଦୃଢ଼ୀଭୂତ ହେଲାଣି । ମମତା ବାନାର୍ଜୀଙ୍କଠାରୁ ବିଜେଡ଼ି ଜାତିପ୍ରୀତିର ସ୍ୱାଭିମାନ ଶିଖିବାକୁ ଲୋକେ କୁହାକୁହି ହେଉଛନ୍ତି ।

Previous Post

ବିଜେଡ଼ିରେ ସୁଲୋଚନା, ଆସେଟ୍ ନା ଲାଇବେଲିଟି ?

Next Post

ଦଳିତ ଚାଲ୍ : ରାମ ବନାମ ମୀରା

Next Post
ଦଳିତ ଚାଲ୍ : ରାମ ବନାମ ମୀରା

ଦଳିତ ଚାଲ୍ : ରାମ ବନାମ ମୀରା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16600 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5484 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA